ବାଟ କଢ଼ାଇଥିଲେ ଶ୍ରୀଜଗନ୍ନାଥ

ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥଠାରୁ ୫କିମି ଦୂର ଜାଗୁଳିପାଟଣାଠାରେ ରହିଛି ପ୍ରସିଦ୍ଧ ଶ୍ରୀ ଅନନ୍ତ ପୁରୁଷୋତ୍ତମଙ୍କ ମନ୍ଦିର। ଏଠାରେ ତିନି ଠାକୁରଙ୍କ ପୂର୍ଣ୍ଣବିଗ୍ରହ ପୂଜା ପାଉଛନ୍ତି। ଚକା ଉପରେ ବିଜେ କରିଛନ୍ତି ଠାକୁର। ଶ୍ରୀଜଗନ୍ନାଥ ଏଠାରେ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଭାବେ ଖ୍ୟାତ। ବଳଭଦ୍ର ହାତରେ ଖଡ଼୍‌ଗ, ହଳ ଧାରଣ କରିଥିବା ବେଳେ ଶ୍ରୀଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ଦେବୀ ସୁଭଦ୍ରା ପଦ୍ମ ଧାରଣ କରିଛନ୍ତି। ଏହି ମନ୍ଦିର ପରିସରରେ ମା’ ଲକ୍ଷ୍ମୀ, ଶ୍ରୀଚୈତନ୍ୟ, ଶ୍ରୀରଘୁନାଥ, ଶ୍ରୀଗଣେଶ, ଶ୍ରୀହନୁମାନ, ଶ୍ରୀଭୈରବେଶ୍ୱର, ରଘୁବୀର ଦାସ ମହାରାଜଙ୍କ ସମାଧି ପୀଠ ପ୍ରଭୃତି ରହିଛି।
ଇତିହାସ କହେ: ଏହି ମନ୍ଦିର ସ୍ଥାପନ ପଛରେ ରହିଛି ଏକ ସୁନ୍ଦର କାହାଣୀ। ତତ୍କାଳନୀ ବିଟ୍ରିଶ୍‌ ସରକାର ଗଜପତି ୨ୟ ଦିବ୍ୟସିଂହ ଦେବଙ୍କୁ ଚକ୍ରାନ୍ତ କରି କଳାପାଣି ଦଣ୍ଡାଦେଶ ଦେଇଥିଲେ। ଦିବ୍ୟସିଂହଦେବ ଥିଲେ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ। ଠାକୁରଙ୍କ ଦର୍ଶନ ଲାଗି ସେ ବ୍ୟାକୁଳ ହୋଇ ଉଠିଲେ। ଦିନେ ସମୁଦ୍ରକୂଳରେ ମହାପ୍ରଭୁଙ୍କୁ ସ୍ମରଣ କରି ଭ୍ରମଣ କରୁଛନ୍ତି। ଏହି ସମୟରେ ଦେଖିଲେ ତାଙ୍କ ଆଡ଼କୁ ଏକ ବଡ଼ କାଠପଟା ଭାସି ଆସୁଛି। ସେହି ପଟାକୁ ଆଶ୍ରୟ କରି ପ୍ରଭୁଙ୍କ ନାମ ନେଇ ସମୁଦ୍ରରେ ଭାସି ଆସି ପୁରୀ ମହୋଦଧି କୂଳରେ ଲାଗିଥିଲେ। ଏ ଖବରପାଇ ତତ୍କାଳନୀ ବ୍ରିଟିଶ୍‌ ସରକାର ତାଙ୍କୁ ପୁଣି ବନ୍ଦୀ କରି କଟକ କାରାଗାରକୁ ପଠାଇ ଦେଇଥିଲେ। ସେଠି ବି ସେ ମହାପ୍ରଭୁଙ୍କ ଦର୍ଶନ ଲାଗି ବ୍ୟାକୁଳ ହୋଇ ଉଠିଥିଲେ। ଦିନେ କାରାଗାରର ସମସ୍ତ ଶୃଙ୍ଖଳ ଖୋଲି ଯାଇଥିଲା। ଗଜପତି ସେଠାରୁ ବାହାରି ଆଗକୁ ଆଗେଇ ଚାଲିଥିଲେ। ହଠାତ୍‌ ସେ ଦେଖିଲେ, ଘନ ଅନ୍ଧକାର ମଧ୍ୟରେ କେହି ଜଣେ ତାଙ୍କୁ ଆଗରେ ବାଟ କଢ଼ାଇ ନେଉଛନ୍ତି। ମନେମନେ ଭାବୁଥାନ୍ତି, ମହାପ୍ରଭୁ ମୋତେ ବାଟ କଢ଼ାଇ ନେଉଛନ୍ତି କ! ତାଙ୍କ ନାମ ଉଚ୍ଚାରଣ କରି ସେ ଆଗେଇ ଚାଲିଥା’ନ୍ତି। ଭୋର ସମୟରେ ଏକ ନିର୍ଜନ ଜଙ୍ଗଲରେ ପହଞ୍ଚତ୍ଗଲେ। କିଛି ଦୂରରେ ଚାଳଘରଟିଏ ଦେଖି ସେଠି ଥକା ହୋଇ ବସି ପଡିଲେ। ତାହା ଥିଲା ବାବାଜି ରଘୁବୀର ଦାସଙ୍କର କୁଡ଼ିଆ । ସେଠି ଗଜପତି ନିଜ ନାମ ଗୋପନ ରଖି ବାବାଜି ଦୟାନିଧି ଦାସ ବୋଲି ପରିଚୟ ଦେଇଥିଲେ। ରଘୁବୀରଙ୍କ ଶିଷ୍ୟତ୍ୱ ଗ୍ରହଣ କରି ସେଠି ଦୀର୍ଘ ଦିନ ରହିଗଲେ। କୁଡ଼ିଆ ଭିତରେ ବିଜେ ଠାକୁରଙ୍କୁ ଦର୍ଶନ କରି ମନେ ମନେ କାନ୍ଦୁ ଥା’ନ୍ତି। ଦିନେ ମହାପ୍ରଭୁଙ୍କୁ ସ୍ମରଣ କରି ଶୋଇପଡିଛନ୍ତି। ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଚାଲିବା ଦୃଶ୍ୟ ତାଙ୍କ ଆଗରେ ନାଚି ଉଠିଥିଲା। ସେହି ଦୃଶ୍ୟ ତାଙ୍କୁ ବାରମ୍ବାର ସ୍ମରଣ ହେବାକୁ ଲାଗିଲା। ଦୃଶ୍ୟ ଏପରି ତାଙ୍କ ମନରେ ଲାଖିଥିଲା ଯେ, ସବୁ ସମୟରେ ମହାପ୍ରଭୁଙ୍କ ଚାଲିବା ଦୃଶ୍ୟକୁ ଦର୍ଶନ କରୁଥିଲେ। ଗୁପ୍ତରେ ପୁରୀରୁ କାରିଗର ଡକାଇ ବେରୁହଁା ଗ୍ରାମରୁ ଦାରୁ ଆଣି ହାତଗୋଡ଼ ଥିବା ପ୍ରଭୁଙ୍କର ପୂର୍ଣ୍ଣବିଗ୍ରହ ନିର୍ମାଣ କରାଇଥିଲେ। ତାଙ୍କ ମନରେ ଥିବା ଛବି ଅନୁଯାୟୀ ମହାପ୍ରଭୁଙ୍କ ଅବିକଳ ମୂର୍ତ୍ତି ନିର୍ମାଣ କରିଥିଲେ କାରିଗର।
ପରେ ଶ୍ରୀବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ତାଙ୍କ ମନ ବ୍ୟାକୁଳ ହେବାରୁ ତାଙ୍କୁ ପୁଣି ମହାପ୍ରଭୁଙ୍କ ସ୍ବପ୍ନାଦେଶ ହୋଇଥିଲା। ବିଗ୍ରହ ପ୍ରାଣ ପ୍ରତିଷ୍ଠା ଲାଗି ବ୍ୟକ୍ତିବିଶେଷ ଆପେ ଆପେ ଆସି ପହଞ୍ଚତ୍ବେ। ତା’ ପରଦିନ କେରଳରୁ ଜଣେ ନୈଷ୍ଠିକ ବ୍ରାହ୍ମଣ ଆସି ବିଗ୍ରହମାନଙ୍କ ପ୍ରାଣ ପ୍ରତିଷ୍ଠା କରିଥିଲେ। ଏକ ସ୍ବତନ୍ତ୍ର କୁଡ଼ିଆ ଘରେ ଠାକୁର ପୂଜା ପାଇବାକୁ ଲାଗିଲେ। ଏହି ସ୍ଥାନଟି ଜାଗୁଳିପାଟଣା ଭାବେ ପ୍ରସିଦ୍ଧି ଲାଭ କରିଛି। କିଛି ବର୍ଷ ପରେ ନା ଗଜପତି ନା ରଘୁବୀର ଦାସ ଥିଲେ। ତତ୍କାଳୀନ ଖଣ୍ଡପଡା ରାଜା ଏକ ପୋଖରୀ ଖୋଳାଇ ଦେଇଥିଲେ। ବାବାଜିଙ୍କ ଶିଷ୍ୟ ଅମୃତଲାଲ ବାନାର୍ଜୀ ମହାପ୍ରଭୁଙ୍କ ନାମରେ ଷୋଳ ଏକର ଜମି କିଣି ଦେଇଥିଲେ। ଚାଳଛପର ଘରେ ପୂଜା ପାଉଥିବା ଠାକୁରଙ୍କ ଲାଗି ଏଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ସଂଚିତ ଅର୍ଥ ଦାନ କଲେ ୪ ବର୍ଷିୟା ସୁହାନି

ଗୋପ,୨୮ା୪(ଡି.ଏନ.ଏ): କରୋନା ମୁକାବିଲା ପାଇଁ ସଂଗଠନ, ବିଶିଷ୍ଟ ବ୍ୟକ୍ତି ସରକାର ପାଣ୍ଠିକୁ ସହାୟତା କରୁଥିବାବେଳେ ମଙ୍ଗଳବାର ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳର ୪ ବର୍ଷିୟା...

ଗଞ୍ଜାମରେ କରୋନା ଟେଷ୍ଟ ୨ ଲକ୍ଷ ଟପିଲା: ଜିଲାପାଳ 

ଛତ୍ରପୁର,୨୭ା୮(ଡି.ଏନ.ଏ)-ଗଞ୍ଜାମ ଜିଲାରେ କରୋନା ଟେଷ୍ଟ ୨ ଲକ୍ଷ ଟପିଛି। ଜିଲାରେ ଘରକୁ ଘର ଯାଇ ସମସ୍ତଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯାଉଛି ା ଏଥିପାଇଁ ଦିନକୁ ଦିନ...

ରତଳାଙ୍ଗରେ ମହିଳାଙ୍କୁ ହତ୍ୟା ଅଭିଯୋଗ ଘଟଣା: ସ୍ବାମୀ, ଯାଆ କୋର୍ଟ ଚାଲଣ

ବିଞ୍ଝାରପୁର,୧୬ା୧୨(ଡି.ଏନ.ଏ)- ବିଞ୍ଝାରପୁର ଥାନା ବରୀ ବ୍ଲକ ରତଳାଙ୍ଗ ଗ୍ରାପ ମଠସାହିରେ ଗତ ମଙ୍ଗଳବାର ରାତିରୁ ନିଖୋଜ ଥିବା କବିତା ବରାଳଙ୍କ ମୃତଦେହ ଶୁକ୍ରବାର ସ୍ଥାନୀୟ ପୋଖରୀରେ...

ଆଦିବାସୀଙ୍କୁ ମିଳୁନି ପିଡିଏସ୍‌ ସାମଗ୍ରୀ

ଯୋଡ଼ା, ୧୪।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଗରିବ ଲୋକମାନେ ସରକାରଙ୍କ ଖାଦ୍ୟ ଯୋଜନାରେ ବାଦ୍‌ପଡି ଅଭାବ ଅନାଟନରେ ଦିନ ବିତାଉଥିବା ଦେଖିବାକୁ...

ଦିବ୍ୟାଙ୍ଗ ପୁଓର ଚିକିଛା ସାହାଯ୍‌ ଆଶ୍‌ରେ ମା’ବାପ୍‌

ଲାଠୋର, ୨୦।୧ (ଡି.ଏନ୍‌.ଏ)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ସଦର ଗଁାର ଗୋବର୍ଦ୍ଧନ ପୁଟେଲକଁର ପୁଓ ଈଶ୍ୱର ପୁଟେଲ(୧୨)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆଏ। ଆଏଜ୍‌କେ...

ଧାନ ବିକା ପାଉଣା ନ ପାଇ ଚାଷୀ ହତାଶ: ସମିତି ଫାଟକରେ ତାଲା ପକାଇ ଆନ୍ଦୋଳନ

ଭଣ୍ଡାରିପୋଖରୀ, ୧୮ା୯(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକରେ ଧାନ ବିକି ଗତ ଏପ୍ରିଲ ମାସରୁ ୩୭ ଜଣ ଚାଷୀ ଏଯାଏ ବକେୟା ପ୍ରାପ୍ୟ ପାଇ ନାହାନ୍ତି।...

ଗାଁରେ ହେଉଥିବା ଅନିୟମିତତାକୁ ନେଇ ଉପଜିଲାପାଳଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଲୋଇସିଂହା, ୧୪।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ମୁରସୁଣ୍ଢି ଗାଁରେ ଉପଜିଲାପାଳ ସଞ୍ଜୟ ମିଶ୍ରଙ୍କୁ ଗୁରୁବାର ଗ୍ରାମବାସୀ ଅଟକ ରଖିଛନ୍ତି। ଗାଁରେ ହେଉଥିବା ବିଭିନ୍ନ ଅନିୟମିତତା...

ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗ: ମହିଳାଙ୍କ ଧାରଣା

ବାଲିକୁଦା,୧।୨(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ପଞ୍ଚାୟତର ବଡ ଅସିଲୋ ଗ୍ରାମର ବିଭିନ୍ନ ସରକାରୀ ଅର୍ଥକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମର ମହିଳାମାନେ...

Advertisement
Archives

Model This Week