କେ-ପପ୍‌ ଗ୍ରୁପ୍‌ରେ ଓଡ଼ିଆ ଝିଅ ଶ୍ରେୟା

ଭୁବନେଶ୍ୱର,୨୮।୫(ବ୍ୟୁରୋ): କେ-ପପ୍‌ ବା କୋରିଆନ ପପ୍‌ ସଙ୍ଗୀତକୁ ନେଇ ବିଶ୍ୱ ଯୁବପିଢିଙ୍କ ମଧ୍ୟରେ ଭିନ୍ନ କ୍ରେଜ୍‌ ରହିଛି। ସାରା ବିଶ୍ୱରେ ପପ୍‌ ସଙ୍ଗୀତପ୍ରେମୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏଥିସହ ଯୋଡି ହୋଇଯାଇଛି ଓଡ଼ିଶା। କାରଣ ଓଡ଼ିଶାର ଝିଅ ଶ୍ରେୟା ଲେଙ୍କା ଏବେ କେ-ପପ୍‌ର ନୂଆ ଗ୍ରୁପ୍‌ ବ୍ଲାକ୍‌ ସ୍ବାନ୍‌ରେ ସାମିଲ ହେବାକୁ ଯାଉଛନ୍ତି। ବିଶ୍ୱ ସ୍ତରୀୟ ଅଡିଶନରେ ସେ ମନୋନୀତ ହୋଇଛନ୍ତି। ଏହି ଗ୍ରୁପ୍‌ରେ ସାମିଲ ହେବାରେ ଶ୍ରେୟା ହେଉଛନ୍ତି ପ୍ରଥମ ଭାରତୀୟ। ତାଙ୍କ ସହ ବ୍ରାଜିଲର ଝିଅ ଗାବ୍ରିଏଲା ଡାଲ୍‌ସିନ୍‌ ରହିଛନ୍ତି।
ବ୍ଲ୍‌ାକ୍‌ ସ୍ବାନ୍‌ର ସବୁଠୁ ପୁରୁଣା ସଦସ୍ୟ ହେମେ କୌଣସି କାରଣରୁ ଗତ ୨୦୨୦ ନଭେମ୍ବରରେ ଗ୍ରୁପ୍‌ ଛାଡିଥିଲେ। ଏହାପରେ ଗ୍ରୁପ୍‌ ପ୍ରମୋଟର ଡିଆର୍‌ ମ୍ୟୁଜିକ୍‌ ଗତବର୍ଷ ମେ’ରେ ଉକ୍ତ ପଦ ପାଇଁ ବିଶ୍ୱସ୍ତରୀୟ ଅଡିଶନ୍‌ ଘୋଷଣା କରିଥିଲା। ଏଥିରେ ୯୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଶେଷ ୧୯ ଜଣଙ୍କ ମଧ୍ୟରୁ ଶ୍ରେୟା ଓ ଗାବ୍ରିଏଲାଙ୍କୁ ଚୟନ କରାଯାଇଛି। ୟୁଟ୍ୟୁବ୍‌ ମାଧ୍ୟମରେ ଏହି ଅଡିଶନ ହୋଇଥିଲା। ତେବେ ଉକ୍ତ ମ୍ୟୁଜିକ୍‌ ଗ୍ରୁପ୍‌ ଏହି ୨ଜଣଙ୍କ ନାମକୁ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଘୋଷଣା କରିଛି। ୧୮ ବର୍ଷୀୟା ଓଡ଼ିଆ ଝିଅ ଶ୍ରେୟା ଓ ୧୯ ବର୍ଷୀୟା ବ୍ରାଜିଲ ଝିଅ ଗାବ୍ରିଏଲା ବର୍ତ୍ତମାନ ସିଓଲିରେ କିଛିମାସ ଅଭ୍ୟାସ କରିବେ। ସେମାନଙ୍କୁ ଭୋକାଲ୍‌, ରାପ୍‌, ନୃତ୍ୟ, ଭାଷା ଏବଂ ମ୍ୟୁଜିକାଲ ଇନ୍‌ଷ୍ଟ୍ରୁମେଣ୍ଟ ଆଦି ଶିକ୍ଷା ଦିଆଯାଉଛି।
ଶ୍ରେୟା ପିଲାଦିନରୁ କଳା, ଯୋଗ ପ୍ରତି ଉତ୍ସାହ ରଖିଥିଲେ। ସେ ପ୍ରଥମେ ଓଡ଼ିଶୀରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ଆର୍ଥିକ ସମସ୍ୟା ଯୋଗୁ ତାଙ୍କୁ ନୃତ୍ୟ ଶିକ୍ଷା ଛାଡ଼ିବାକୁ ପଡ଼ିଥିଲା। ତେବେ ୫ବର୍ଷ ପୂର୍ବେ ଏକ ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ବିଗି ୱଗି ହିପ୍‌ ହପ୍‌ ୨୦୦୯ର ବିଜେତା ମଦନ ମୋହନ ପୁର୍ତ୍ତିଙ୍କ ନିର୍ଦ୍ଦେଶନାରେ ନୃତ୍ୟ ତାଲିମ ପାଇଁ ନାମ ଲେଖାଇଥିଲେ। ଶ୍ରେୟାଙ୍କ ଆର୍ଥିକ ଅବସ୍ଥା ଜାଣିବା ପରେ ପୂର୍ତ୍ତି ତାଙ୍କୁ ମାଗଣା ନୃତ୍ୟ ଶିକ୍ଷା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri