କେ-ପପ୍‌ ଗ୍ରୁପ୍‌ରେ ଓଡ଼ିଆ ଝିଅ ଶ୍ରେୟା

ଭୁବନେଶ୍ୱର,୨୮।୫(ବ୍ୟୁରୋ): କେ-ପପ୍‌ ବା କୋରିଆନ ପପ୍‌ ସଙ୍ଗୀତକୁ ନେଇ ବିଶ୍ୱ ଯୁବପିଢିଙ୍କ ମଧ୍ୟରେ ଭିନ୍ନ କ୍ରେଜ୍‌ ରହିଛି। ସାରା ବିଶ୍ୱରେ ପପ୍‌ ସଙ୍ଗୀତପ୍ରେମୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏଥିସହ ଯୋଡି ହୋଇଯାଇଛି ଓଡ଼ିଶା। କାରଣ ଓଡ଼ିଶାର ଝିଅ ଶ୍ରେୟା ଲେଙ୍କା ଏବେ କେ-ପପ୍‌ର ନୂଆ ଗ୍ରୁପ୍‌ ବ୍ଲାକ୍‌ ସ୍ବାନ୍‌ରେ ସାମିଲ ହେବାକୁ ଯାଉଛନ୍ତି। ବିଶ୍ୱ ସ୍ତରୀୟ ଅଡିଶନରେ ସେ ମନୋନୀତ ହୋଇଛନ୍ତି। ଏହି ଗ୍ରୁପ୍‌ରେ ସାମିଲ ହେବାରେ ଶ୍ରେୟା ହେଉଛନ୍ତି ପ୍ରଥମ ଭାରତୀୟ। ତାଙ୍କ ସହ ବ୍ରାଜିଲର ଝିଅ ଗାବ୍ରିଏଲା ଡାଲ୍‌ସିନ୍‌ ରହିଛନ୍ତି।
ବ୍ଲ୍‌ାକ୍‌ ସ୍ବାନ୍‌ର ସବୁଠୁ ପୁରୁଣା ସଦସ୍ୟ ହେମେ କୌଣସି କାରଣରୁ ଗତ ୨୦୨୦ ନଭେମ୍ବରରେ ଗ୍ରୁପ୍‌ ଛାଡିଥିଲେ। ଏହାପରେ ଗ୍ରୁପ୍‌ ପ୍ରମୋଟର ଡିଆର୍‌ ମ୍ୟୁଜିକ୍‌ ଗତବର୍ଷ ମେ’ରେ ଉକ୍ତ ପଦ ପାଇଁ ବିଶ୍ୱସ୍ତରୀୟ ଅଡିଶନ୍‌ ଘୋଷଣା କରିଥିଲା। ଏଥିରେ ୯୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଶେଷ ୧୯ ଜଣଙ୍କ ମଧ୍ୟରୁ ଶ୍ରେୟା ଓ ଗାବ୍ରିଏଲାଙ୍କୁ ଚୟନ କରାଯାଇଛି। ୟୁଟ୍ୟୁବ୍‌ ମାଧ୍ୟମରେ ଏହି ଅଡିଶନ ହୋଇଥିଲା। ତେବେ ଉକ୍ତ ମ୍ୟୁଜିକ୍‌ ଗ୍ରୁପ୍‌ ଏହି ୨ଜଣଙ୍କ ନାମକୁ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଘୋଷଣା କରିଛି। ୧୮ ବର୍ଷୀୟା ଓଡ଼ିଆ ଝିଅ ଶ୍ରେୟା ଓ ୧୯ ବର୍ଷୀୟା ବ୍ରାଜିଲ ଝିଅ ଗାବ୍ରିଏଲା ବର୍ତ୍ତମାନ ସିଓଲିରେ କିଛିମାସ ଅଭ୍ୟାସ କରିବେ। ସେମାନଙ୍କୁ ଭୋକାଲ୍‌, ରାପ୍‌, ନୃତ୍ୟ, ଭାଷା ଏବଂ ମ୍ୟୁଜିକାଲ ଇନ୍‌ଷ୍ଟ୍ରୁମେଣ୍ଟ ଆଦି ଶିକ୍ଷା ଦିଆଯାଉଛି।
ଶ୍ରେୟା ପିଲାଦିନରୁ କଳା, ଯୋଗ ପ୍ରତି ଉତ୍ସାହ ରଖିଥିଲେ। ସେ ପ୍ରଥମେ ଓଡ଼ିଶୀରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ଆର୍ଥିକ ସମସ୍ୟା ଯୋଗୁ ତାଙ୍କୁ ନୃତ୍ୟ ଶିକ୍ଷା ଛାଡ଼ିବାକୁ ପଡ଼ିଥିଲା। ତେବେ ୫ବର୍ଷ ପୂର୍ବେ ଏକ ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ବିଗି ୱଗି ହିପ୍‌ ହପ୍‌ ୨୦୦୯ର ବିଜେତା ମଦନ ମୋହନ ପୁର୍ତ୍ତିଙ୍କ ନିର୍ଦ୍ଦେଶନାରେ ନୃତ୍ୟ ତାଲିମ ପାଇଁ ନାମ ଲେଖାଇଥିଲେ। ଶ୍ରେୟାଙ୍କ ଆର୍ଥିକ ଅବସ୍ଥା ଜାଣିବା ପରେ ପୂର୍ତ୍ତି ତାଙ୍କୁ ମାଗଣା ନୃତ୍ୟ ଶିକ୍ଷା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ପରପାରିରେ ବିଶିଷ୍ଠ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଦଳ ଟିକେଟ ଦେଲେ କେନ୍ଦ୍ରାପଡ଼ାରୁ ଲଢ଼ିବି: ସିପ୍ରା 

ଭୁବନେଶ୍ୱର,୧୮।୪: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ...

ବିଜେଡିରେ ଯୋଗଦେବା ପରେ ଏମିତି କହିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର,୧୮।୪: ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀ ଗୁରୁବାର ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri