Posted inଜାତୀୟ

ଶ୍ରଦ୍ଧା ହତ୍ୟାକାଣ୍ଡ ବ୍ରେକ୍‌ଅପ୍‌ର କାରଣ

ମୁମ୍ବାଇ, ୨୭।୧୨: ସିରିଏଲ୍‌ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା ଟେଲି ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲ୍‌କର ହତ୍ୟା ଘଟଣାକୁ କେନ୍ଦ୍ର କରି ଶିଜାନ୍‌ ଖାନ୍‌ ପ୍ରେମିକା ତୁନିଶାଙ୍କଠାରୁ ବ୍ରେକ୍‌ଅପ୍‌ କରିଥିବା ସୋମବାର ଜେରାବେଳେ କହିଛନ୍ତି। ଶ୍ରଦ୍ଧା ଓ୍ବାଲକର ଓ ଆଫ୍‌ତାବ ପୁନାଓ୍ବାଲାଙ୍କ ଭଳି ତୁନିଶା ଏବଂ ଶିଜାନ୍‌ ଭିନ୍ନ ସମ୍ପ୍ରଦାୟର ଥିଲେ। ସେହିପରି ଦୁହିଁଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ଅଧିକ ଥିବା ଯୋଗୁ ଦୁଇ କଳାକାର ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। ତୁନିଶା ଆତ୍ମହତ୍ୟାକୁ ସୋମବାର ତିନିଦିନ ବିତିଛି। କୌଣସି ସୁଇସାଇଡ୍‌ ନୋଟ୍‌ ପୋଲିସର ହସ୍ତଗତ ହୋଇନାହିଁ। ପୂର୍ବରୁ ତୁନିଶା ଥରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖି ଶିଜାନ୍‌ ତାଙ୍କୁ ଅଟକାଇଥିଲେ। ତୁନିଶାଙ୍କ ଯତ୍ନ ନେବାଲାଗି ସେ ତାଙ୍କ ମା’ଙ୍କୁ ଫୋନ୍‌ କରି କହିଥିଲେ। ଅନ୍ୟପକ୍ଷେ ଆତ୍ମହତ୍ୟା ଦିନ ତୁନିଶା ଲଞ୍ଚ୍‌ କରିବା ଲାଗି ବାହାରକୁ ଶିଜାନଙ୍କ ସହ ଯାଇଥିବା ସେ ପୋଲିସ ନିକଟରେ କହିଛନ୍ତି।
ଲାଗି ଶିଜାନ୍‌ ଉସୁକାଇଥିବା ଅଭିଯୋଗ ତୁନିଶାଙ୍କ ମା’ ବନିତା ଶର୍ମା ଆଣିବା ପରେ ମୁମ୍ବାଇ ପୋଲିସ ରବିବାର ଏକ୍ସ-ବୟଫ୍ରେଣ୍ଡ୍‌ ଶିଜାନ୍‌ ଖାନ୍‌ଙ୍କୁ ଗିରଫ କରିଛି। ବନିତା ଏ ନେଇ ଏକ ଭିଡିଓ ଜାରି କରି କହିିଛନ୍ତି, ତୁନିଶାଙ୍କ ନିରୀହତାର ଫାଇଦା ଶିଜାନ୍‌ ଉଠାଇଛି। ନିଜ ସ୍ବାର୍ଥ ପାଇଁ ସେ ତୁନିଶାଙ୍କୁ ବ୍ୟବହାର କରୁଥିଲେ। ଦୋଷ ପାଇଁ ଶିଜାନ୍‌ଙ୍କୁ ଉଚିତ୍‌ ଦଣ୍ଡ ମିଳୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ତୁନିଶାଙ୍କୁ ବାହାହେବାର ପ୍ରତିଶ୍ରୁତି ଦେଇଥିବା ଶିଜାନ୍‌ ବ୍ରେକ୍‌ଅପ୍‌ର ୧୫ ଦିନ ପରେ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କରେ ଆସିଥିବା ବନିତା ଆରୋପ ଆଣିଛନ୍ତି।
ଡିସେମ୍ବର ୨୪ରେ ଶୁଟିଂସେଟ୍‌ରେ ଟି-ବ୍ରେକ୍‌ ହୋଇଥିବାବେଳେ ତୁନିଶା ଓ୍ବାଶ୍‌ରୁମ୍‌ ଯାଇଥିଲେ। ବହୁ ବିଳମ୍ବ ହୋଇଯିବା ପରେ ମଧ୍ୟ ସେ ସେଟ୍‌କୁ ଫେରି ନ ଥିଲେ। ସୂଚନା ପାଇ ଓ୍ବାଲିଭ ପୋଲିସ ଆସି ଓ୍ବାଶ୍‌ରୁମ୍‌ କବାଟ ଭାଙ୍ଗି ତୁନିଶାଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲା। ତୁନିଶାଙ୍କ ଆତ୍ମହତ୍ୟା ନେଇ କୌଣସି ପ୍ରମାଣ ମିଳି ନ ଥିବାବେଳେ ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri