ବାର୍‌କୁ ବିରୋଧ ସତ୍ତ୍ୱେ ଖୋଲିବାକୁ ଉଦ୍ୟମ

ବରଗଡ଼ ଅଫିସ୍‌,୧୯।୯: ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲି କ୍ୟାମ୍ପରେ ଏକ ରେଷ୍ଟୁରାଣ୍ଟରେ ମଦ ଦୋକାନ (ବାର୍‌) ଖୋଲିବାକୁ ଉଦ୍ୟମ ଚାଲିଛି। ଅବକାରୀ ବିଭାଗ ଅଧିକାରୀଙ୍କୁ ହାତ କରି ଏଥିପାଇଁ ଜଣେ ବ୍ୟବସାୟୀ ଲାଇସେନ୍ସ ହାତେଇ ସାରିଛନ୍ତି। ଅନ୍ୟପଟେ ଲାଇସେନ୍ସ ପ୍ରଦାନରେ ଚଞ୍ଚକତା କରାଯାଇଥିବା ଅଭିଯୋଗ କରି ଅଞ୍ଚଳବାସୀ ଅବକାରୀ ଅଧୀକ୍ଷକ, କମିଶନର, ଜିଲାପାଳଙ୍କଠାରୁ ଆରମ୍ଭ କରି ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆରସି)କୁ ଫେରାଦ ହୋଇଥିଲେ। ଓଏଚ୍‌ଆରସି କେଶ ନଂ-୮୮୩, ତା-୨୦।୫।୨୨ରିଖ କ୍ରମେ ଏହାକୁ ପଞ୍ଜୀକୃତ କରିଥିଲେ ଏବଂ ପରବର୍ତ୍ତୀ ଆଦେଶ ନ ହେବା ପର୍ଯ୍ୟନ୍ତ ରେଙ୍ଗାଲିକ୍ୟାମ୍ପରେ ସମ୍ପୃକ୍ତ ବାର୍‌ ଖୋଲିବା ନେଇ କୌଣସି ନିଷ୍ପତ୍ତି ନ ନେବାକୁ ଅବକାରୀ କମିଶନର ଏବଂ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଓଏଚ୍‌ଆରସିରେ ମାମଲା ବିଚାରାଧୀନ ଥିବାବେଳେ ଲାଇସେନ୍ସ ମଧ୍ୟ ନବୀକରଣ ହୋଇ ନ ଥିବା ଅଭିଯୋଗ ହୋଇଛି। ଏହାସତ୍ତ୍ବେ ସମ୍ପୃକ୍ତ ବ୍ୟବସାୟୀ ଶନିବାର ଅପରାହ୍ନ ୩ଟାରେ ରେଙ୍ଗାଲିକ୍ୟାମ୍ପ ସ୍ଥିତ ଏକ ପୁରୁଣା ସିମେଣ୍ଟ ଦୋକାନକୁ ଲାଗି ରହିଥିବା ଏକ ଦୋକାନରେ ହଠାତ୍‌ ବାର୍‌ ଖୋଲିଥିଲେ। ଏହାପରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୋଲିସ, ଅବକାରୀ ବିଭାଗର ଅଧିକାରୀମାନେ ସେଠାକୁ ପହଞ୍ଚତ୍ଥିଲେ ଏବଂ ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଲିଖିତ ପ୍ରତିଶ୍ରୁତି ଦେବା ସହିତ ସମ୍ପୃକ୍ତ ବାର୍‌କୁ ବନ୍ଦ କରିବା ପରେ ଉତ୍ତେଜନା ଥମିଥିଲା ।
ପ୍ରକାଶ ଯେ, ଜଣେ ବ୍ୟବସାୟୀ ବାର୍‌ ଲାଇସେନ୍ସ ହାତେଇ ଅତାବିରା ଏନଏସିର ବିଭିନ୍ନ ସ୍ଥାନରେ ଖୋଲିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ବାର୍‌ ଖୋଲି ନ ଥିଲେ ହେଁ କେବଳ କାଗଜପତ୍ରରେ ମଦ ଉଠାଇ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଅତାବିରାରେ ବିଫଳ ହେବା ପରେ ସମ୍ପୃକ୍ତ ବ୍ୟବସାୟୀ ରେଙ୍ଗାଲିକ୍ୟାମ୍ପ ଛକକୁ ତାହା ସ୍ଥାନାନ୍ତର ପାଇଁ ଚଞ୍ଚକତାର ସହିତ ଲାଇସେନ୍ସ ହାତେଇଥିଲେ। ଲାଇସେନ୍ସ ପ୍ରଦାନ ପୂର୍ବରୁ ଜିଲାପାଳ ତଥା ଅବକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ନଥିପତ୍ରରେ ଜାଲିଆତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବରଗଡ଼ ଏବଂ ଅତାବିରା ମଧ୍ୟରେ ରେଙ୍ଗାଲିକ୍ୟାମ୍ପ ଛକ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାବେଳେ ସେହି ସ୍ଥାନରେ ଜନବସତି ଏବଂ ଶିକ୍ଷାନୁଷ୍ଠାନ, ପରିବା ବଜାର ଆଦି ରହିଛି । କିନ୍ତୁ ଲାଇସେନ୍ସ ପ୍ରଦାନ ପୂର୍ବରୁ ତଦନ୍ତ କରିଥିବା ସମ୍ପୃକ୍ତ କର୍ମଚାରୀ ସେ ନେଇ ମିଥ୍ୟା ରିପୋର୍ଟ ଦେଇଥିବା, ଟିପ ଚିହ୍ନ, ଦସ୍ତଖତ ଜାଲିଆତି କରିଥିବା ଅଭିଯୋଗ ନେଇ ଗତ ଜୁଲାଇ ମାସରୁ ରେଙ୍ଗାଲିକ୍ୟାମ୍ପବାସୀ ଜିଲାପାଳ, ଅବକାରୀ ଅଧିକ୍ଷକ, କମିଶନରଙ୍କୁ ଫେରାଦ ହେବା ସହିତ ଓଏଚଆରସିରେ ପିଟିଶନ ଦାଖଲ କରିଥିଲେ। ଏହାର ବିଚାର ସରି ନ ଥିବାବେଳେ ସମ୍ପୃକ୍ତ ବ୍ୟବସାୟୀ ଶନିବାର ରେଙ୍ଗାଲିକ୍ୟାମ୍ପରେ ବାର୍‌ ଖୋଲିବାକୁ ଉଦ୍ୟମ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri