Posted inଜାତୀୟ

ଆମେ କ’ଣ ସବୁ ଏମ୍‌ପିଙ୍କ ଦେହରେ ଚିପ୍‌ ଲଗାଇବୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ା୩: ଦେଶର ସମସ୍ତ ଏମ୍‌ପି ଏବଂ ବିଧାୟକମାନଙ୍କ ଉପରେ ଡିଜିଟାଲି ନଜର ରଖିବା ପାଇଁ ସୁପ୍ରିମକୋର୍ଟରେ ଦାଏର ଏକ ଜନସ୍ବାର୍ଥ ମାମଲାକୁ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଶୁକ୍ରବାର ଖାରଜ କରିଦେଇଛନ୍ତି। ପ୍ରତିନିଧିମାନେ ନିର୍ବାଚିତ ହେବା ପରେ ଲୋକଙ୍କ ସେବକ ଭାବେ ନୁହେଁ, ବରଂ ଶାସକଙ୍କ ଭଳି ବ୍ୟବହାର ଦେଖାଉଥିବାରୁ ଆବେଦନକାରୀ ଡ. ସୁରିନ୍ଦରନାଥ କୁନ୍ଦ୍ରା ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏମ୍‌ପି, ବିଧାୟକମାନଙ୍କୁ ଲଗାତର ସର୍ଭିଲାନ୍ସରେ ରଖାଗଲେ ବଡିକ୍ୟାମ୍‌ ଫୁଟେଜ୍‌ରେ ସେମାନଙ୍କ ଗତିବିଧିକୁ ଯେକୌଣସି ନାଗରିକ ଦେଖିପାରିବେ। ସେହିପରି ନୀତି ସମ୍ପର୍କିତ ସବୁ ସଂସ୍କାରମୂଳକ କାର୍ଯ୍ୟର ନିଷ୍ପତ୍ତି ମତଦାନ ଜରିଆରେ କରାଯାଉ ବୋଲି କୁନ୍ଦ୍ରା ଅଦାଲତଙ୍କୁ ନିବେଦନ କରିଥିଲେ। ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଜେ.ପି. ପରଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି ବେଳେ ଆବେଦନକାରୀଙ୍କୁ କହିଥିଲେ, ଆଇନପ୍ରଣେତାମାନଙ୍କ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖିବା ପାଇଁ ଅଦାଲତ କ’ଣ ସେମାନଙ୍କ ଶରୀରରେ ଚିପ୍‌ ଲଗାଇପାରିବେ। କେବଳ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଟ୍ରାକ୍‌ କରିବା ପାଇଁ ଏହି ପନ୍ଥା ଆପଣାଯାଇପାରେ। ଏମ୍‌ପି, ବିଧାୟକମାନଙ୍କ ଗୋପନୀୟତା ଅଧିକାର ଅଛି। ସମସ୍ତ ସାଂସଦଙ୍କୁ ଡିଜିଟାଲି ମନିଟର କରିବା ସମ୍ଭବ ନୁହେଁ। ଏଭଳି ଏକ ପ୍ରସଙ୍ଗରେ ନ୍ୟାୟିକ ସମୟର ଦୁରୁପଯୋଗ ଦିଲ୍ଲୀ ବାସିନ୍ଦା ସୁରିନ୍ଦରନାଥଙ୍କୁ ସିଜେଆଇ ଭର୍ତ୍ସନା କରିଛନ୍ତି। ଏଥିସହ ଭବିଷ୍ୟତରେ ଏପରି ଯୁକ୍ତି ବାଢ଼ି ପିଟିଶନ ଦାଖଲ କଲେ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସିଜେଆଇ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri