Posted inଜାତୀୟ

ଆମେ କ’ଣ ସବୁ ଏମ୍‌ପିଙ୍କ ଦେହରେ ଚିପ୍‌ ଲଗାଇବୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ା୩: ଦେଶର ସମସ୍ତ ଏମ୍‌ପି ଏବଂ ବିଧାୟକମାନଙ୍କ ଉପରେ ଡିଜିଟାଲି ନଜର ରଖିବା ପାଇଁ ସୁପ୍ରିମକୋର୍ଟରେ ଦାଏର ଏକ ଜନସ୍ବାର୍ଥ ମାମଲାକୁ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଶୁକ୍ରବାର ଖାରଜ କରିଦେଇଛନ୍ତି। ପ୍ରତିନିଧିମାନେ ନିର୍ବାଚିତ ହେବା ପରେ ଲୋକଙ୍କ ସେବକ ଭାବେ ନୁହେଁ, ବରଂ ଶାସକଙ୍କ ଭଳି ବ୍ୟବହାର ଦେଖାଉଥିବାରୁ ଆବେଦନକାରୀ ଡ. ସୁରିନ୍ଦରନାଥ କୁନ୍ଦ୍ରା ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏମ୍‌ପି, ବିଧାୟକମାନଙ୍କୁ ଲଗାତର ସର୍ଭିଲାନ୍ସରେ ରଖାଗଲେ ବଡିକ୍ୟାମ୍‌ ଫୁଟେଜ୍‌ରେ ସେମାନଙ୍କ ଗତିବିଧିକୁ ଯେକୌଣସି ନାଗରିକ ଦେଖିପାରିବେ। ସେହିପରି ନୀତି ସମ୍ପର୍କିତ ସବୁ ସଂସ୍କାରମୂଳକ କାର୍ଯ୍ୟର ନିଷ୍ପତ୍ତି ମତଦାନ ଜରିଆରେ କରାଯାଉ ବୋଲି କୁନ୍ଦ୍ରା ଅଦାଲତଙ୍କୁ ନିବେଦନ କରିଥିଲେ। ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଜେ.ପି. ପରଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି ବେଳେ ଆବେଦନକାରୀଙ୍କୁ କହିଥିଲେ, ଆଇନପ୍ରଣେତାମାନଙ୍କ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖିବା ପାଇଁ ଅଦାଲତ କ’ଣ ସେମାନଙ୍କ ଶରୀରରେ ଚିପ୍‌ ଲଗାଇପାରିବେ। କେବଳ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଟ୍ରାକ୍‌ କରିବା ପାଇଁ ଏହି ପନ୍ଥା ଆପଣାଯାଇପାରେ। ଏମ୍‌ପି, ବିଧାୟକମାନଙ୍କ ଗୋପନୀୟତା ଅଧିକାର ଅଛି। ସମସ୍ତ ସାଂସଦଙ୍କୁ ଡିଜିଟାଲି ମନିଟର କରିବା ସମ୍ଭବ ନୁହେଁ। ଏଭଳି ଏକ ପ୍ରସଙ୍ଗରେ ନ୍ୟାୟିକ ସମୟର ଦୁରୁପଯୋଗ ଦିଲ୍ଲୀ ବାସିନ୍ଦା ସୁରିନ୍ଦରନାଥଙ୍କୁ ସିଜେଆଇ ଭର୍ତ୍ସନା କରିଛନ୍ତି। ଏଥିସହ ଭବିଷ୍ୟତରେ ଏପରି ଯୁକ୍ତି ବାଢ଼ି ପିଟିଶନ ଦାଖଲ କଲେ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସିଜେଆଇ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଗିତ ହେଲା OSSTET-୨୦୨୬ ପରୀକ୍ଷା: ବୁଧବାର ହେବାର ଥିଲା, ପୁଣି ଏହି ଦିନ…

ଭୁବନେଶ୍ବର,୨୯।୯: ସ୍ଥଗିତ ହେଲା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) । ବୁଧବାର ଏହି ପରୀକ୍ଷା ହେବାକୁ ଥିବା ବେଳେ ସ୍ଥଗିତ ନେଇ ଘୋଷଣା…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?