ପାକିସ୍ତାନରେ ହେପାରିନ ଇଞ୍ଜେକ୍ସନର ଅଭାବ: ସଙ୍କଟରେ ହାର୍ଟ ଚିକିତ୍ସା…

ଇସଲାମାବାଦ,୨୦।୪ : ପାକିସ୍ତାନର ହାର୍ଟ ସମସ୍ୟା ଥିବା ବ୍ୟକ୍ତିମାନେ ସେମାନଙ୍କ ଚିକିତ୍ସାରେ ଏନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ଦେଶରେ ହେପାରିନ ଇଞ୍ଜେକ୍ସନ ଯାହା ହାର୍ଟ ଚିକିତ୍ସା ପାଇଁ ଅତ୍ୟନ୍ତ ଜରୁରୀ ତାହା ଆଉ ମିଳୁନି। ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଡେଲି ଦୁନିୟା ଏହି ରିପୋର୍ଟ ପ୍ରକାଶ କରିଛି। ହାର୍ଟ ସମସ୍ୟା କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରକ୍ତକୁ ପତଳା କରିବା ପାଇଁ ଏହି ଇଞ୍ଜେକ୍ସନ ବ୍ୟବହୃତ ହୋଇଥାଏ। କିନ୍ତୁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଏହି ଇଞ୍ଜେକ୍ସନର ଅଭାବ ରହିଛି ।
ସୂଚନାନୁସାରେ, ଏହି ଇଞ୍ଜେକ୍ସନର ମୂଲ୍ୟ ୬୦୦ ଟଙ୍କା, କିନ୍ତୁ ଏହା କଳା ବଜାରରେ ୩୦୦୦ ଟଙ୍କାରେ ବିକ୍ରି ହେଉଛି। ଗରିବ ଲୋକେ ଏହି କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରଖାନାଗୁଡ଼ିକ ଏହାର ମିଥ୍ୟା ଅଭାବ ସୃଷ୍ଟି କରାଯାଇଛି ବୋଲି ଗଣମାଧ୍ୟମ ସଂସ୍ଥା କହିଛନ୍ତି।
ନିକଟରେ ଗଣମାଧ୍ୟମ ରିପୋର୍ଟ କରିଛି ଯେ ପାକିସ୍ତାନରେ ଚାଲିଥିବା ଅର୍ଥନୈତିକ ସଙ୍କଟ ସ୍ବାସ୍ଥ୍ୟସେବା ଉପରେ ଗୁରୁତର ପ୍ରଭାବ ପକାଇଛି । ଫଳରେ ଲୋକେ ଔଷଧ ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ଅଭାବ ପାକିସ୍ତାନର ଘରୋଇ ଉତ୍ପାଦନରେ ବ୍ୟବହୃତ ଅତ୍ୟାବଶ୍ୟକ ଔଷଧ ଏବଂ ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦାନ (ଏପିଆଇ) ଆମଦାନୀ କରିବାର କ୍ଷମତାକୁ ପ୍ରଭାବିତ କରିଛି।
ଫଳସ୍ବରୂପ, ଡାକ୍ତରଖାନାରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ସତ୍ତ୍ୱେ ସ୍ଥାନୀୟ ଔଷଧ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ସେମାନଙ୍କ ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ ହୋଇଥିଲେ। ଔଷଧ ଏବଂ ଚିକିତ୍ସା ଉପକରଣର ଅଭାବ ଯୋଗୁୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ପାରୁ ନାହାନ୍ତି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହୃଦୟ, କର୍କଟ ଏବଂ କିଡନୀ ସମେତ ସମ୍ବେଦନଶୀଳ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ହେଉଥିବା ଆନାସ୍ଥେଟିକ୍ସର ଷ୍ଟକ ଅପରେଶନ ଥିଏଟରରେ ଦୁଇ ସପ୍ତାହରୁ କମ ରହିଛି। ଏହି ପରିସ୍ଥିତି ପାକିସ୍ତାନର ଡାକ୍ତରଖାନାଗୁଡ଼ିକରେ ଚାକିରୀ ହରାଇବାର ଆଶଙ୍କା ମଧ୍ୟ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?