ନିଯୁକ୍ତି ସତ୍ତ୍ୱେ ନିଅଣ୍ଟ

ବଇଣ୍ଡା,୫ା୭: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ୨୭ ଡାକ୍ତର ପଦବୀ ଖାଲି ଥିଲା। କରୋନା ସମୟରେ ଏତେ ସଂଖ୍ୟକ ଡାକ୍ତର ନଥିବା ଯୋଗୁ ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ସ୍ବାସ୍ଥ୍ୟସେବା ଗୁରୁତର ପ୍ରଭାବିତ ହୋଇଥିଲା। ଏ ନେଇ ବାରମ୍ବାର ଦାବି ପରେ ରାଜ୍ୟ ସରକାର ଆଠମଲ୍ଲିକ ଉପଖଣ୍ଡର ବିଭିନ୍ନ ଚିକିତ୍ସାଳୟରେ ୭ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ନମ୍ବର ୧୬୩୬୨ ତା ୦୩ା୦୬ା୨୦୨୧ରେ ଜିଲା କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିଲା। ହେଲେ ନବନିଯୁକ୍ତ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୩ ଜଣ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ୪ ଜଣ ଆସିବାକୁ ଅମଙ୍ଗ ହେଉଥିବା ସୂଚନା ମିଳିଛି। ଫଳରେ ୨୪ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିଅଣ୍ଟିଆ ପରିସ୍ଥିତି ଲାଗି ରହିଛି।
ଉପଖଣ୍ଡର ମୋଟ୍‌ ୯ଟି ମେଡିକାଲ ମଧ୍ୟରୁ କେବଳ ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ୧୬ରୁ ୯ଟି ଡାକ୍ତର ପଦବୀ ଖାଲି ପଡ଼ିଥିଲା। ନୂଆ ନିଯୁକ୍ତି ପରେ ଏଠାରେ ଜଣେ ଡାକ୍ତର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏବେ ବି ୮ଟି ପଦବୀ ଡାକ୍ତରଶୂନ୍ୟ ରହିଛି। ସେହିପରି ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮ରୁ ୬ ପଦବୀରେ ଡାକ୍ତର ନ ଥିଲେ। ଏଠାରେ ସରକାର ୩ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିବା ଘୋଷଣା କରିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଯୋଗ ଦେଇଛନ୍ତି। ଏବେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪ ପଦବୀ ଫାଙ୍କା ପଡ଼ିଛି। କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ୨ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ୬ ଖାଲି ପଦବୀରେ ଆଦୌ ଡାକ୍ତର ନିଯୁକ୍ତ କରାଯାଇ ନାହିଁ। ବଇଣ୍ଡା, ହଣ୍ଡପା, ଅଙ୍ଗପଡା, ପତାକା, ପାଇକସାହି ଓ ଠାକୁରଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଲେଖାଏ ଡାକ୍ତର ପଦବୀ ଫାଙ୍କା ପଡ଼ିଛି। ଏଥିମଧ୍ୟରୁ ପତାକା, ପାଇକସାହି ଓ ବଇଣ୍ଡା ମେଡିକାଲରେ ଜଣେ ଲେଖାଏ ଡାକ୍ତରଙ୍କୁ ନୂଆ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ନବନିଯୁକ୍ତ ଡାକ୍ତରମାନେ ଏଠାରେ ଯୋଗ ଦେଇନାହାନ୍ତି। ତେଣୁ ଏଠାରେ ଥିବା ଡାକ୍ତରଙ୍କ ଶୂନ୍ୟସ୍ଥାନ ପୂରଣ ହୋଇପାରି ନାହିଁ। ହଣ୍ଡପା ମେଡିକାଲରେ ଏକ ଶବ ବ୍ୟବଚ୍ଛେଦ କେନ୍ଦ୍ର ଥିବାବେଳେ ଡାକ୍ତର ନାହାନ୍ତି। ଫଳରେ ୩୦ କିଲୋମିଟର ଦୂର କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଆସିଲେ ଶବ ବ୍ୟବଚ୍ଛେଦ କରାଯାଉଛି। ତୁରନ୍ତ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଡାକ୍ତର ନିଯୁକ୍ତ କରା ନ ଗଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଉପଖଣ୍ଡବାସୀ ଚେତାବନୀ ଦେଇଛନ୍ତି।

୧୫ ହଜାର ଲୋକ ବଞ୍ଚିତ
ପତାକା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ଖାଲି ପଡିଛି। ଏହି ଡାକ୍ତରଖାନା ଉପରେ ୩ଟି ପଞ୍ଚାୟତର ୧୫ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି। ଦୀର୍ଘଦିନ ପରେ ସରକାର ଡାକ୍ତର ନିଯୁକ୍ତି ଦେଇଥିଲେ। ହେଲେ ସମ୍ପୃକ୍ତ ଡାକ୍ତର ଯୋଗଦେଲେ ନାହିଁ। ଫଳରେ ଅଞ୍ଚଳବାସୀ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।
-ପ୍ରଦୀପ ପ୍ରଧାନ, ପତାକା

ଜୀବନ ରକ୍ଷା ଦିଗରେ ଅବହେଳା
ବଇଣ୍ଡା ଓ ହଣ୍ଡପା ମେଡିକାଲରେ ୨ ବର୍ଷ ହେବ ଡାକ୍ତର ନାହାନ୍ତି। ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଏହି ମେଡିକାଲ ଥିବାରୁ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଏଠାକୁ ଅଣାଯାଏ। ହେଲେ ଡାକ୍ତର ନ ଥିବାରୁ ସେମାନଙ୍କ ଜୀବନ ରକ୍ଷା ଦିଗରେ ତ୍ୱରିତ ପଦକ୍ଷେପ ନିଆଯାଇ ପାରୁନାହିଁ।
-ସନ୍ତୋଷ ଦେହୁରୀ, ବଇଣ୍ଡା

ପାଇକସାହିରେ ନିରାଶା
ପାଇକସାହି ଏକ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ। ତେଣୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ଏଠାକାର ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାକୁ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଥିଲା। ଦୀର୍ଘଦିନ ପରେ ଡାକ୍ତର ନିଯୁକ୍ତି ଘୋଷଣା ଅଞ୍ଚଳବାସୀଙ୍କୁ ଖୁସି କରିଥିଲା। କିନ୍ତୁ ସମ୍ପୃକ୍ତ ଡାକ୍ତର ଯୋଗ ଦେଲେ ନାହିଁ।
– ଜଟାଧାରୀ ମୁଦୁଲି, ପାଇକସାହି

ଚିକିତ୍ସା ଅପେକ୍ଷାରେ ୮ ପଞ୍ଚାୟତବାସୀ
ଠାକୁରଗଡ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୮ଟି ପଞ୍ଚାୟତବାସୀ ନିର୍ଭର କରୁଛନ୍ତି। ଦୀର୍ଘ ବର୍ଷ ହେବ ଏଠାରେ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗ୍ରାମବାସୀ ଓ କ୍ଲବ ପକ୍ଷରୁ ବାରମ୍ବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ହେଲେ କୌଣସି ସୁଫଳ ମିଳୁନାହିଁ। ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି।
-ସୁନୀଲ କୁମାର ସାହୁ, ସଭାପତି, ଠାକୁରଗଡ ୟୁଥ୍‌ ପାୱାର କ୍ଲବ

ପ୍ରତିଶ୍ରୁତି ପୂରଣ ହେଲାନି
କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଛି। ଖାଲି ପଡିଥିବା ପଦବୀରେ ଶୀଘ୍ର ଡାକ୍ତର ନିଯୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ ତାହା ପୂରଣ ହେଲାନାହିଁ।
-ରମଣୀ ରଞ୍ଜନ ପ୍ରଧାନ, କିଶୋରନଗର

ସରକାରଙ୍କୁ ଚିଠି କରାଯାଇଛି
ସରକାର ୭ ଜଣ ନୂଆ ଡାକ୍ତର ନିଯୁକ୍ତି ଦେଇଛନ୍ତି। କେତେଜଣ ଜଏନ କରିସାରିଛନ୍ତି। ଆଠମଲ୍ଲିକ ଉପଖଣ୍ଡରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ସରକାର ଅଧିକ ଡାକ୍ତର ନିଯୁକ୍ତି ବ୍ୟବସ୍ଥା କଲେ ସମସ୍ୟା ଦୂର ହୋଇପାରିବ।
-ଡା. ତ୍ରିଲୋଚନ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?