Posted inଜାତୀୟ

ଶୋପିଆନ୍‌ ଫେକ୍‌ ଏନ୍‌କାଉଣ୍ଟର: ଶ୍ରମିକଙ୍କ ମୃତଦେହ ପାଖରେ ବନ୍ଧୁକ ରଖିଥିଲେ ସେନା କ୍ୟାପଟେନ୍‌

ଶ୍ରୀନଗର,୨୮।୧୨: ଜମ୍ମୁ-କଶ୍ମୀରର ଶୋପିଆନ୍‌ରେ ହୋଇଥିବା ଫେକ୍‌ ଏନ୍‌କାଉଣ୍ଟର ପର୍ଦ୍ଦାଫାଶ୍‌ ହୋଇଛି। କଶ୍ମୀର ଜୋନ୍‌ ପୋଲିସ ଅନୁସାରେ ୩ ଜଣ ଶ୍ରମିକଙ୍କୁ ହତ୍ୟା କରାଯିବା ପରେ ସେମାନଙ୍କୁ ଆତଙ୍କବାଦୀ ପ୍ରମାଣିତ କରିବା ଲାଗି ଅଭିଯୁକ୍ତ ସେନା କ୍ୟାପଟେନ୍‌ ମୃତଦେହ ପାଖରେ ବନ୍ଧୁକ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ରଖିଥଲେ। ୨୦୨୦ ଜୁଲାଇରେ ହୋଇଥିବା ଏହି ଏନ୍‌କାଉଣ୍ଟର ଘଟଣାରେ ଜାଣିଶୁଣି ଏଭଳି କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ୬୨ ଆର୍‌ଆର୍‌ର ଅଭିଯୁକ୍ତ କ୍ୟାପଟେନ୍‌ ଭୁପେନ୍ଦ୍ର ସିଂ, ମେଜର ବସିର ଖାଁ, ଚୌଗାମ୍‌ ବାସିନ୍ଦା ତାବିଶ୍‌ ନଜିର, ପୁଲଓ୍ବାମା ବାସିନ୍ଦା ବେଲାଲା ଅହମ୍ମଦ ଲୋନ୍‌ ତିନି ଶ୍ରମିକଙ୍କୁ ଅପହରଣ କରି ସେମାନଙ୍କର ଫେକ୍‌ ଏନ୍‌କାଉଣ୍ଟର କରିଥିବା ପୋଲିସ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୩୦୦ ପୃଷ୍ଠାର ଅଭିଯୋଗ କୋର୍ଟରେ ଦାଖଲ କରାଯାଇଛି। ଏହି ମାମଲାର ତଦନ୍ତ କଶ୍ମୀର ଜୋନ୍‌ ପୋଲିସର ଏସ୍‌ଆଇଟି ପକ୍ଷରୁ ଜାରି ରହିଛି। ସୂଚନାଯୋଗ୍ୟ, ଶ୍ରମିକ ଅବରାର ମହମ୍ମଦ, ଇତ୍ମିଆଜ୍‌ ଅହମ୍ମଦ ଏବଂ ମହମ୍ମଦ ଇବରାରଙ୍କୁ ଏନ୍‌କାଉଣ୍ଟର କରାଯିବା ପରେ ସେମାନଙ୍କ ଫଟୋ ପ୍ରକାଶ ପାଇଥିଲା। ତେବେ ଏହାକୁ ମୃତକଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ସେମାନେ ଶ୍ରମିକ ଭାବେ କାମ କରୁଥିବା ସେମାନେ ଦାବି କରିଥିଲେ। ମୃତକଙ୍କ ଡିଏନ୍‌ଏ ପରୀକ୍ଷାରୁ ପ୍ରମାଣିତ ହୋଇଥିଲା ଯେ, ସେମାନେ ଆତଙ୍କବାଦୀ ନୁହନ୍ତି। ଏହାପରେ ଏହାର ତଦନ୍ତ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri