Posted inଫୁରସତ

ରକ୍ତରେ ତିଆରି ଜୋତା, ମୂଲ୍ୟ ୭୪,୫୦୦ଟଙ୍କା

ଜୋତା ପାଦକୁ ସୁରକ୍ଷା ଦିଏ। ଗ୍ରାହକଙ୍କ ଚାହିଦା ଓ ଆରାମକୁ ନଜରରେ ରଖି ବିଭିନ୍ନ କମ୍ପାନୀ ଜୋତା ତିଆରି କରିଥାଆନ୍ତି। ତେବେ ବେଳେବେଳେ କିଛି କମ୍ପାନୀ ଅଜବ ଉପାୟ ଆପଣାଇଥାଆନ୍ତି ନିଜ କମ୍ପାନୀକୁ ଲୋକପ୍ରିୟ କରାଇବା ପାଇଁ। ନିକଟରେ ସେମିତି ଏକ ଜୋତା କମ୍ପାନୀ ଅଜବ ଉପାୟରେ ଜୋତା ତିଆରି କରି ଆଲୋଚନାର ଶିରୋନାମା ହୋଇଛି। ଅନେକେ ଏହି ଉପାୟକୁ ନିନ୍ଦା ବି କରୁଛନ୍ତି। କାରଣ ଉକ୍ତ କମ୍ପାନୀ କରିଛି ମଣିଷ ରକ୍ତରେ ତିଆରି ଜୋତା। ଜୋତାର ସୋଲ୍‌ ରକ୍ତରେ ତିଆରି ବୋଲି କମ୍ପାନୀ ତରଫରୁ କୁହାଯାଇଛି, ଯାହାକୁ ଅନେକେ ନାପସନ୍ଦ କରୁଛନ୍ତି। କେବଳ ସେତିକି ନୁହେଁ, ଜୋତାରେ ପ୍ରାଚୀନ ପୁସ୍ତକରେ ବର୍ଣ୍ଣିତ ପେଣ୍ଟାଗ୍ରାମ ପେଣ୍ଡେଣ୍ଟ ଲାଗିଛି, ଏହାର ମଡେଲକୁ ବାଇବେଲ ସହ ବି ଯୋଡ଼ା ଯାଉଛି। ଏହି ଜୋତାର ୬୬୬ଟି ଯୋଡ଼ା ତିଆରି ହୋଇଛି। ପ୍ରତି ଯୋଡ଼ାର ମୂଲ୍ୟ ୭୪,୫୦୦ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?