ଏସ୍‌ଆଇଟିକୁ ଝଟକା

ନୟାଗଡ଼ ଅଫିସ,୬ା୧: ବହୁ ଚର୍ଚ୍ଚିତ ନୟାଗଡ଼ ସଦର ଥାନା ପରୀ ହତ୍ୟା ଓ ବଳାକତ୍ାର ଘଟଣା ନୂଆ ମୋଡ଼ ନେଇଛି। ଅଭିଯୁକ୍ତ କଲେଜ ଛାତ୍ର ଜଣେ ନାବାଳକ ବୋଲି ମଙ୍ଗଳବାର ନୟାଗଡ଼ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ କହିଛନ୍ତି। ଏଥିସହ ଅଭିଯୁକ୍ତଙ୍କ ନାର୍କୋ ଆନାଲିସିସ୍‌ ଟେଷ୍ଟ କରିବା ପାଇଁ ଏସ୍‌ଆଇଟି କରିଥିବା ଆବେଦନକୁ ଜୁଭେନାଇଲ କୋର୍ଟ ବିଚାର କରିବାକୁ ଆଦେଶ ଦେଇଛନ୍ତି। ପୋକ୍‌ସୋ ଅଦାଲତଙ୍କ ଏହି ରାୟ ପରେ କ୍ରାଇମ୍‌ବ୍ରାଞ୍ଚ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି)କୁ ଶକ୍ତ ଝଟ୍‌କା ଲାଗିଛି। ଅଭିଯୁକ୍ତଙ୍କୁ କେଉଁ ଉଦ୍ଦେଶ୍ୟରେ ଏସ୍‌ଆଇଟି ସାବାଳକ ସଜାଇଥିଲା ଏବେ ତାକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି।
ସୂଚନା ଥାଉକି, ଅଭିଯୁକ୍ତ କଲେଜ ଛାତ୍ରଙ୍କୁ ସାବାଳକ ଦର୍ଶାଇ ଏସ୍‌ଆଇଟି ଗତ ୨୧ତାରିଖରେ କୋର୍ଟଚାଲାଣ କରିଥିଲା। ଏପରିକି ୩ଦିନିଆ ରିମାଣ୍ଡରେ ନେଇ ଘଟଣାସ୍ଥଳରେ ଡେମୋ ପ୍ରଦର୍ଶନ କରିଥିଲା। ପରେ ଅଭିଯୁକ୍ତଙ୍କ ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ପକ୍ଷରୁ ସୋମବାର କୋର୍ଟରେ ଆବେଦନ କରାଯାଇଥିଲା। ମଙ୍ଗଳବାର ଅଦାଲତ ଉକ୍ତ ଆବେଦନର ଶୁଣାଣି କରିଥିଲେ। ଅଭିଯୁକ୍ତଙ୍କ ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟର ବୟସକୁ ଆଧାର କରି ବିଚାରପତି ଉଦୟଭାନୁ ଜେନା ରାୟ ଶୁଣାଇ ଅଭିଯୁକ୍ତ ଛାତ୍ର ନାବାଳକ ହୋଇଥିବାରୁ ମାମଲାକୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ(କିଶୋର ନ୍ୟାୟ ଅଦାଲତ)କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋକ୍‌ସୋ ଅଦାଲତଙ୍କ ଏହି ନିର୍ଦ୍ଦେଶ ପରେ ଅଭିଯୁକ୍ତ ଛାତ୍ରଙ୍କୁ ଜୁଭେନାଇଲ୍‌ ବୋର୍ଡରେ ହାଜର କରାଯାଇଛି। ବିଚାରପତି ଚିତ୍ତରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩ଜଣିଆ ବୋର୍ଡ କଲେଜ ଛାତ୍ରଙ୍କୁ ଅନୁଗୋଳ ବାଳ ସୁଧାର ଗୃହକୁ ପଠାଇଛନ୍ତି। ଆସନ୍ତା ୮ତାରିଖରେ ଜୁଭେନାଇଲ୍‌ କୋର୍ଟରେ ମାମଲାର ଶୁଣାଣି ହେବ।
ଅଭିଯୁକ୍ତଙ୍କୁ ଗତ ଡିସେମ୍ବର ୨୧ ତାରିଖରେ ଏସ୍‌ଆଇଟି କୋର୍ଟ ଚାଲାଣ କରିଥିଲା। ଏସ୍‌ଆଇଟିର ଅନୁରୋଧ କ୍ରମେ ପୋକ୍‌ସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ୨୨, ୨୩ ଓ ୨୪ ତାରିଖ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ। ରିମାଣ୍ଡ ଶେଷ ପରେ ତାଙ୍କୁ ପୁଣି ଜେଲ୍‌ ପଠାଇ ଦିଆଯାଇଥିଲା। ସୋମବାର କଲେଜ ଛାତ୍ରଙ୍କ ବିଚାର ବିଭାଗୀୟ ମିଆଦ ଶେଷ ହେବା ପରେ ଏସ୍‌ଆଇଟି ତାଙ୍କୁ କୋର୍ଟରେ ହାଜର କରାଇଥିଲା। ଏପରି କି ଅଭିଯୁକ୍ତ ଛାତ୍ରଙ୍କ ନାର୍କୋ ଆନାଲିସିସ୍‌ ପାଇଁ ଏସ୍‌ଆଇଟି ପକ୍ଷରୁ ଅଦାଲତରେ ଆବେଦନ କରାଯାଇଥିଲା। ଅପରପକ୍ଷରେ ଅଭିଯୁକ୍ତ ଛାତ୍ରଙ୍କ ପକ୍ଷରୁ ନାବାଳକ ପ୍ରମାଣପତ୍ର କୋର୍ଟରେ ଦାଖଲ କରାଯିବା ସହ ମାମଲାକୁ ଜୁଭେନାଇଲ୍‌ କୋର୍ଟରେ ବିଚାର କରିବାକୁ ପ୍ରାର୍ଥନା କରାଯାଇଥିଲା। ଏହାପରେ ଅଦାଲତ ସମ୍ପୃକ୍ତ ଛାତ୍ର ମା’ଙ୍କଠାରୁ ଜନ୍ମ ତାରିଖ ସମ୍ପର୍କରେ ମତାମତ ନେଇଥିଲେ। ପୋକ୍‌ସୋ କୋର୍ଟ ଏହାର ଶୁଣାଣି କରି ରାୟ ଦେଇ କଲେଜ ଛାତ୍ରଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି। କୋର୍ଟଙ୍କ ରାୟ ପରେ ପରୀଙ୍କ ମା’ବାପା ଓ କଲେଜ ଛାତ୍ରଙ୍କ ମା’ ନ୍ୟାୟର ଜୟ ବୋଲି କହିବା ସହ ଏସ୍‌ଆଇଟିର ତଦନ୍ତକୁ ନେଇ ପ୍ରଶ୍ନ କରିଛନ୍ତି।
ଅଭିଯୁକ୍ତ ଛାତ୍ରଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ରଙ୍କ ସୂଚନା ଅନୁସାରେ, କଲେଜ ଛାତ୍ରଙ୍କ ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟରେ ଜନ୍ମ ତାରିଖ ୬।୨।୨୦୦୩ ରହିଛି, ଯାହାକି ପୂର୍ବରୁ ଏସ୍‌ଆଇଟି ଅବଗତ ଥିଲା। ଏହାସତ୍ତ୍ୱେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଅଭିଯୁକ୍ତଙ୍କ ଓସିଫିକେଶନ ଟେଷ୍ଟ ଆଧାରରେ ୧୮ବର୍ଷରୁ ଅଧିକ ବୋଲି କୋର୍ଟରେ ପ୍ରମାଣ ପତ୍ର ଦାଖଲ କରିଥିଲେ। ଫଳରେ କୋର୍ଟ କଲେଜ ଛାତ୍ରଙ୍କୁ ଜେଲ ପଠାଇ ଦେଇଥିଲେ। ନାବାଳକଙ୍କୁ ବାଳ ସୁଧାର ଗୃହରେ ରଖିବାର ନିୟମ ରହିଛି। ହେଲେ ଏସ୍‌ଆଇଟି କଲେଜ ଛାତ୍ରଙ୍କୁ ବାଳସୁଧାର ଗୃହକୁ ନ ପଠାଇ କାହିଁକି ଏପରି କଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ମିଶ୍ର କହିଛନ୍ତି।

ଧରିତ୍ରୀ ଦାୟିତ୍ୱବାନ ଗଣମାଧ୍ୟମର ଭୂମିକା ନେଇଛି
ପରୀ ହତ୍ୟାକାଣ୍ଡରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଜଣେ ନାବାଳକ ଛାତ୍ରଙ୍କୁ ସାବାଳକ ଦର୍ଶାଇ କୋର୍ଟଚାଲାଣ କରିଥିଲା। ଏପରି କି ଛାତ୍ରଙ୍କ ନାମ ମଧ୍ୟ ପ୍ରକାଶ କରିଥିଲା। ହେଲେ ଛାତ୍ରଜଣକ ଗିରଫ ପରଠାରୁ ତାଙ୍କ ନାମ ପ୍ରକାଶ ନ କରି ଧରିତ୍ରୀ ଏକ ଦାୟିତ୍ୱବାନ୍‌ ଗଣମାଧ୍ୟମର ଭୂମିକା ଗ୍ରହଣ କରିଆସିଛି। ମଙ୍ଗଳବାର ନୟାଗଡ଼ ପୋକ୍‌ସୋ କୋର୍ଟ ଉକ୍ତ ଛାତ୍ରଙ୍କୁ ନାବାଳକ ଦର୍ଶାଇବା ସହ ତାଙ୍କ ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ଏସ୍‌ଆଇଟି କରିଥିବା ଆବେଦନକୁ ଜୁଭେନାଇଲ କୋର୍ଟ ବିଚାର କରିବାକୁ ଆଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri