ଏସ୍‌ଆଇଟିକୁ ଝଟକା

ନୟାଗଡ଼ ଅଫିସ,୬ା୧: ବହୁ ଚର୍ଚ୍ଚିତ ନୟାଗଡ଼ ସଦର ଥାନା ପରୀ ହତ୍ୟା ଓ ବଳାକତ୍ାର ଘଟଣା ନୂଆ ମୋଡ଼ ନେଇଛି। ଅଭିଯୁକ୍ତ କଲେଜ ଛାତ୍ର ଜଣେ ନାବାଳକ ବୋଲି ମଙ୍ଗଳବାର ନୟାଗଡ଼ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ କହିଛନ୍ତି। ଏଥିସହ ଅଭିଯୁକ୍ତଙ୍କ ନାର୍କୋ ଆନାଲିସିସ୍‌ ଟେଷ୍ଟ କରିବା ପାଇଁ ଏସ୍‌ଆଇଟି କରିଥିବା ଆବେଦନକୁ ଜୁଭେନାଇଲ କୋର୍ଟ ବିଚାର କରିବାକୁ ଆଦେଶ ଦେଇଛନ୍ତି। ପୋକ୍‌ସୋ ଅଦାଲତଙ୍କ ଏହି ରାୟ ପରେ କ୍ରାଇମ୍‌ବ୍ରାଞ୍ଚ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି)କୁ ଶକ୍ତ ଝଟ୍‌କା ଲାଗିଛି। ଅଭିଯୁକ୍ତଙ୍କୁ କେଉଁ ଉଦ୍ଦେଶ୍ୟରେ ଏସ୍‌ଆଇଟି ସାବାଳକ ସଜାଇଥିଲା ଏବେ ତାକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି।
ସୂଚନା ଥାଉକି, ଅଭିଯୁକ୍ତ କଲେଜ ଛାତ୍ରଙ୍କୁ ସାବାଳକ ଦର୍ଶାଇ ଏସ୍‌ଆଇଟି ଗତ ୨୧ତାରିଖରେ କୋର୍ଟଚାଲାଣ କରିଥିଲା। ଏପରିକି ୩ଦିନିଆ ରିମାଣ୍ଡରେ ନେଇ ଘଟଣାସ୍ଥଳରେ ଡେମୋ ପ୍ରଦର୍ଶନ କରିଥିଲା। ପରେ ଅଭିଯୁକ୍ତଙ୍କ ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ପକ୍ଷରୁ ସୋମବାର କୋର୍ଟରେ ଆବେଦନ କରାଯାଇଥିଲା। ମଙ୍ଗଳବାର ଅଦାଲତ ଉକ୍ତ ଆବେଦନର ଶୁଣାଣି କରିଥିଲେ। ଅଭିଯୁକ୍ତଙ୍କ ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟର ବୟସକୁ ଆଧାର କରି ବିଚାରପତି ଉଦୟଭାନୁ ଜେନା ରାୟ ଶୁଣାଇ ଅଭିଯୁକ୍ତ ଛାତ୍ର ନାବାଳକ ହୋଇଥିବାରୁ ମାମଲାକୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ(କିଶୋର ନ୍ୟାୟ ଅଦାଲତ)କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋକ୍‌ସୋ ଅଦାଲତଙ୍କ ଏହି ନିର୍ଦ୍ଦେଶ ପରେ ଅଭିଯୁକ୍ତ ଛାତ୍ରଙ୍କୁ ଜୁଭେନାଇଲ୍‌ ବୋର୍ଡରେ ହାଜର କରାଯାଇଛି। ବିଚାରପତି ଚିତ୍ତରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩ଜଣିଆ ବୋର୍ଡ କଲେଜ ଛାତ୍ରଙ୍କୁ ଅନୁଗୋଳ ବାଳ ସୁଧାର ଗୃହକୁ ପଠାଇଛନ୍ତି। ଆସନ୍ତା ୮ତାରିଖରେ ଜୁଭେନାଇଲ୍‌ କୋର୍ଟରେ ମାମଲାର ଶୁଣାଣି ହେବ।
ଅଭିଯୁକ୍ତଙ୍କୁ ଗତ ଡିସେମ୍ବର ୨୧ ତାରିଖରେ ଏସ୍‌ଆଇଟି କୋର୍ଟ ଚାଲାଣ କରିଥିଲା। ଏସ୍‌ଆଇଟିର ଅନୁରୋଧ କ୍ରମେ ପୋକ୍‌ସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ୨୨, ୨୩ ଓ ୨୪ ତାରିଖ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ। ରିମାଣ୍ଡ ଶେଷ ପରେ ତାଙ୍କୁ ପୁଣି ଜେଲ୍‌ ପଠାଇ ଦିଆଯାଇଥିଲା। ସୋମବାର କଲେଜ ଛାତ୍ରଙ୍କ ବିଚାର ବିଭାଗୀୟ ମିଆଦ ଶେଷ ହେବା ପରେ ଏସ୍‌ଆଇଟି ତାଙ୍କୁ କୋର୍ଟରେ ହାଜର କରାଇଥିଲା। ଏପରି କି ଅଭିଯୁକ୍ତ ଛାତ୍ରଙ୍କ ନାର୍କୋ ଆନାଲିସିସ୍‌ ପାଇଁ ଏସ୍‌ଆଇଟି ପକ୍ଷରୁ ଅଦାଲତରେ ଆବେଦନ କରାଯାଇଥିଲା। ଅପରପକ୍ଷରେ ଅଭିଯୁକ୍ତ ଛାତ୍ରଙ୍କ ପକ୍ଷରୁ ନାବାଳକ ପ୍ରମାଣପତ୍ର କୋର୍ଟରେ ଦାଖଲ କରାଯିବା ସହ ମାମଲାକୁ ଜୁଭେନାଇଲ୍‌ କୋର୍ଟରେ ବିଚାର କରିବାକୁ ପ୍ରାର୍ଥନା କରାଯାଇଥିଲା। ଏହାପରେ ଅଦାଲତ ସମ୍ପୃକ୍ତ ଛାତ୍ର ମା’ଙ୍କଠାରୁ ଜନ୍ମ ତାରିଖ ସମ୍ପର୍କରେ ମତାମତ ନେଇଥିଲେ। ପୋକ୍‌ସୋ କୋର୍ଟ ଏହାର ଶୁଣାଣି କରି ରାୟ ଦେଇ କଲେଜ ଛାତ୍ରଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି। କୋର୍ଟଙ୍କ ରାୟ ପରେ ପରୀଙ୍କ ମା’ବାପା ଓ କଲେଜ ଛାତ୍ରଙ୍କ ମା’ ନ୍ୟାୟର ଜୟ ବୋଲି କହିବା ସହ ଏସ୍‌ଆଇଟିର ତଦନ୍ତକୁ ନେଇ ପ୍ରଶ୍ନ କରିଛନ୍ତି।
ଅଭିଯୁକ୍ତ ଛାତ୍ରଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ରଙ୍କ ସୂଚନା ଅନୁସାରେ, କଲେଜ ଛାତ୍ରଙ୍କ ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟରେ ଜନ୍ମ ତାରିଖ ୬।୨।୨୦୦୩ ରହିଛି, ଯାହାକି ପୂର୍ବରୁ ଏସ୍‌ଆଇଟି ଅବଗତ ଥିଲା। ଏହାସତ୍ତ୍ୱେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଅଭିଯୁକ୍ତଙ୍କ ଓସିଫିକେଶନ ଟେଷ୍ଟ ଆଧାରରେ ୧୮ବର୍ଷରୁ ଅଧିକ ବୋଲି କୋର୍ଟରେ ପ୍ରମାଣ ପତ୍ର ଦାଖଲ କରିଥିଲେ। ଫଳରେ କୋର୍ଟ କଲେଜ ଛାତ୍ରଙ୍କୁ ଜେଲ ପଠାଇ ଦେଇଥିଲେ। ନାବାଳକଙ୍କୁ ବାଳ ସୁଧାର ଗୃହରେ ରଖିବାର ନିୟମ ରହିଛି। ହେଲେ ଏସ୍‌ଆଇଟି କଲେଜ ଛାତ୍ରଙ୍କୁ ବାଳସୁଧାର ଗୃହକୁ ନ ପଠାଇ କାହିଁକି ଏପରି କଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ମିଶ୍ର କହିଛନ୍ତି।

ଧରିତ୍ରୀ ଦାୟିତ୍ୱବାନ ଗଣମାଧ୍ୟମର ଭୂମିକା ନେଇଛି
ପରୀ ହତ୍ୟାକାଣ୍ଡରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଜଣେ ନାବାଳକ ଛାତ୍ରଙ୍କୁ ସାବାଳକ ଦର୍ଶାଇ କୋର୍ଟଚାଲାଣ କରିଥିଲା। ଏପରି କି ଛାତ୍ରଙ୍କ ନାମ ମଧ୍ୟ ପ୍ରକାଶ କରିଥିଲା। ହେଲେ ଛାତ୍ରଜଣକ ଗିରଫ ପରଠାରୁ ତାଙ୍କ ନାମ ପ୍ରକାଶ ନ କରି ଧରିତ୍ରୀ ଏକ ଦାୟିତ୍ୱବାନ୍‌ ଗଣମାଧ୍ୟମର ଭୂମିକା ଗ୍ରହଣ କରିଆସିଛି। ମଙ୍ଗଳବାର ନୟାଗଡ଼ ପୋକ୍‌ସୋ କୋର୍ଟ ଉକ୍ତ ଛାତ୍ରଙ୍କୁ ନାବାଳକ ଦର୍ଶାଇବା ସହ ତାଙ୍କ ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ଏସ୍‌ଆଇଟି କରିଥିବା ଆବେଦନକୁ ଜୁଭେନାଇଲ କୋର୍ଟ ବିଚାର କରିବାକୁ ଆଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri