Posted inଜାତୀୟ

ବୀମା କମ୍ପାନୀଙ୍କୁ ଝଟ୍‌କା, ଯେ କୌଣସି ମତେ ଦେବାକୁ ପଡ଼ିବ ଦୁର୍ଘଟଣା କ୍ଷତି ପୂରଣ…

ନୂଆଦିଲ୍ଲୀ,୨୧।୧୧: ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ମୋଟର ଦୁର୍ଘଟଣାରେ ଯେକୌଣସି ମତେ କ୍ଷତିପୂରଣ ଦେବାକୁ ବୀମା କମ୍ପାନୀଗୁଡ଼ିକୁ କୁହାଯାଇଛି। ଏହାଦ୍ୱାର ବୀମା କମ୍ପାନୀଙ୍କୁ ବଡ଼ ଝଟ୍‌କା ଲାଗିଛି। ବିଚାରପତି ଏମ୍‌.ଆର୍‌. ଶାହା ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ୧୨ ସେପ୍ଟେମ୍ବର ୨୦୧୨ ରେ, ଇଞ୍ଜିନିୟରିଂର ତୃତୀୟ ବର୍ଷରେ ପଢୁଥିବା ଜଣେ ୨୧ ବର୍ଷ ବୟସ୍କ ଛାତ୍ରଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସେ ଦାବିଦାରଙ୍କ ପୁତ୍ର ଥିଲେ। ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ ଦେଇଥିବା କ୍ଷତିପୂରଣକୁ ହାଇକୋର୍ଟ ୧୨,୮୫,୦୦୦ରୁ ୬,୧୦,୦୦୦ ଟଙ୍କାକୁ ହ୍ରାସ କରଥିଲେ। କେବଳ ଏତିକି ନୁହେଁ, ଟ୍ରିବ୍ୟୁନାଲ ପକ୍ଷରୁ ଦିଆଯାଇଥିବା ମାସିକ ୧୫,୦୦୦ ଟଙ୍କା କ୍ଷତିପୂରଣ ଦାବିକୁ ୫୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏକ ଆବେଦନ ମାଧ୍ୟମରେ ସୁପ୍ରିମକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା।

ଆବେଦନରେ କୁହାଯାଇଥିଲା ଯେ, ମୃତ ଯୁବକ ସିଭିଲ ଇଞ୍ଜିନିୟରିଂର ତୃତୀୟ ବର୍ଷରେ ପଢୁଥିଲେ। ଏଭଳି ପରିସ୍ଥିତିରେ ମୃତକଙ୍କ ଆୟ ମାସକୁ ଅତି କମରେ ୧୦,୦୦୦ ଟଙ୍କା ହେବା ଉଚିତ। ବିଶେଷକରି ୨୦୧୨ ମସିହାରେ, ସର୍ବନିମ୍ନ ମଜୁରୀ ଅଧିନିୟମ ଅନୁଯାୟୀ, ଶ୍ରମିକ / କୁଶଳୀ ଶ୍ରମିକମାନେ ମାସକୁ ପାଞ୍ଚ ହଜାର ଟଙ୍କା ପାଉଥିଲେ। ୟୁନିଅନ ଅଫ ଇଣ୍ଡିଆ ଦ୍ୱାରା ଉଠାଯାଇଥିବା ବିବାଦକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ଦୁର୍ଘଟଣା ସମୟରେ ଯୁବକ କୌଣସି ଚାକିରି କରୁ ନ ଥିଲେ। ଭବିଷ୍ୟତର ତାଙ୍କର ଆୟ ସମ୍ଭାବନା ଅବା ଆୟ ବୃଦ୍ଧି ପାଇଁ ଅନ୍ୟ କୌଣସି କ୍ଷତି ପୂରଣ ଦିଆଯିବ ନାହିଁ।

ସୁପ୍ରିମ୍‌କୋର୍ଟ ବୀମା କମ୍ପାନୀର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବୀମା କମ୍ପାନୀ ଦାବି କରିଥିଲେ ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୃତକଙ୍କ ଆୟ ନିର୍ଣ୍ଣୟ କରାଯିବା ଆବଶ୍ୟକ। କୌଣସି ବିବାଦ ହୋଇପାରିବ ନାହିଁ ଯେ ଜୀବନଧାରଣର ମୂଲ୍ୟ ବୃଦ୍ଧି ଏପରି ବ୍ୟକ୍ତିଙ୍କୁ ମଧ୍ୟ ପ୍ରଭାବିତ କରିବ। ଏହାସହିତ କୁହାଯାଇଛି ଯେ କ୍ଷତିପୂରଣ ଉଦ୍ଦେଶ୍ୟରେ ଭବିଷ୍ୟତର ଆଶା ଲାଭ ପାଇବାକୁ ମୃତକ ହକ୍‌ଦାର ହୋଇ ନ ପାରନ୍ତି। ୟୁନିଅନ ଅଫ ଇଣ୍ଡିଆ ଉଠାଇଥିବା ଏହି ଯୁକ୍ତିକୁ ମଧ୍ୟ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଧିକନ୍ତୁ, ଆବେଦନକାରୀ ଆବେଦନ ତାରିଖ ଠାରୁ ଅସୁଲି ତାରିଖ ପର୍ଯ୍ୟନ୍ତ ସାତ ପ୍ରତିଶତ ହାରରେ ମୋଟ ୧୫,୮୨,୦୦୦ ଟଙ୍କାର ହକଦାର ହେବେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri