Posted inଜାତୀୟ

ବୀମା କମ୍ପାନୀଙ୍କୁ ଝଟ୍‌କା, ଯେ କୌଣସି ମତେ ଦେବାକୁ ପଡ଼ିବ ଦୁର୍ଘଟଣା କ୍ଷତି ପୂରଣ…

ନୂଆଦିଲ୍ଲୀ,୨୧।୧୧: ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ମୋଟର ଦୁର୍ଘଟଣାରେ ଯେକୌଣସି ମତେ କ୍ଷତିପୂରଣ ଦେବାକୁ ବୀମା କମ୍ପାନୀଗୁଡ଼ିକୁ କୁହାଯାଇଛି। ଏହାଦ୍ୱାର ବୀମା କମ୍ପାନୀଙ୍କୁ ବଡ଼ ଝଟ୍‌କା ଲାଗିଛି। ବିଚାରପତି ଏମ୍‌.ଆର୍‌. ଶାହା ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ୧୨ ସେପ୍ଟେମ୍ବର ୨୦୧୨ ରେ, ଇଞ୍ଜିନିୟରିଂର ତୃତୀୟ ବର୍ଷରେ ପଢୁଥିବା ଜଣେ ୨୧ ବର୍ଷ ବୟସ୍କ ଛାତ୍ରଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସେ ଦାବିଦାରଙ୍କ ପୁତ୍ର ଥିଲେ। ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ ଦେଇଥିବା କ୍ଷତିପୂରଣକୁ ହାଇକୋର୍ଟ ୧୨,୮୫,୦୦୦ରୁ ୬,୧୦,୦୦୦ ଟଙ୍କାକୁ ହ୍ରାସ କରଥିଲେ। କେବଳ ଏତିକି ନୁହେଁ, ଟ୍ରିବ୍ୟୁନାଲ ପକ୍ଷରୁ ଦିଆଯାଇଥିବା ମାସିକ ୧୫,୦୦୦ ଟଙ୍କା କ୍ଷତିପୂରଣ ଦାବିକୁ ୫୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏକ ଆବେଦନ ମାଧ୍ୟମରେ ସୁପ୍ରିମକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା।

ଆବେଦନରେ କୁହାଯାଇଥିଲା ଯେ, ମୃତ ଯୁବକ ସିଭିଲ ଇଞ୍ଜିନିୟରିଂର ତୃତୀୟ ବର୍ଷରେ ପଢୁଥିଲେ। ଏଭଳି ପରିସ୍ଥିତିରେ ମୃତକଙ୍କ ଆୟ ମାସକୁ ଅତି କମରେ ୧୦,୦୦୦ ଟଙ୍କା ହେବା ଉଚିତ। ବିଶେଷକରି ୨୦୧୨ ମସିହାରେ, ସର୍ବନିମ୍ନ ମଜୁରୀ ଅଧିନିୟମ ଅନୁଯାୟୀ, ଶ୍ରମିକ / କୁଶଳୀ ଶ୍ରମିକମାନେ ମାସକୁ ପାଞ୍ଚ ହଜାର ଟଙ୍କା ପାଉଥିଲେ। ୟୁନିଅନ ଅଫ ଇଣ୍ଡିଆ ଦ୍ୱାରା ଉଠାଯାଇଥିବା ବିବାଦକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ଦୁର୍ଘଟଣା ସମୟରେ ଯୁବକ କୌଣସି ଚାକିରି କରୁ ନ ଥିଲେ। ଭବିଷ୍ୟତର ତାଙ୍କର ଆୟ ସମ୍ଭାବନା ଅବା ଆୟ ବୃଦ୍ଧି ପାଇଁ ଅନ୍ୟ କୌଣସି କ୍ଷତି ପୂରଣ ଦିଆଯିବ ନାହିଁ।

ସୁପ୍ରିମ୍‌କୋର୍ଟ ବୀମା କମ୍ପାନୀର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବୀମା କମ୍ପାନୀ ଦାବି କରିଥିଲେ ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୃତକଙ୍କ ଆୟ ନିର୍ଣ୍ଣୟ କରାଯିବା ଆବଶ୍ୟକ। କୌଣସି ବିବାଦ ହୋଇପାରିବ ନାହିଁ ଯେ ଜୀବନଧାରଣର ମୂଲ୍ୟ ବୃଦ୍ଧି ଏପରି ବ୍ୟକ୍ତିଙ୍କୁ ମଧ୍ୟ ପ୍ରଭାବିତ କରିବ। ଏହାସହିତ କୁହାଯାଇଛି ଯେ କ୍ଷତିପୂରଣ ଉଦ୍ଦେଶ୍ୟରେ ଭବିଷ୍ୟତର ଆଶା ଲାଭ ପାଇବାକୁ ମୃତକ ହକ୍‌ଦାର ହୋଇ ନ ପାରନ୍ତି। ୟୁନିଅନ ଅଫ ଇଣ୍ଡିଆ ଉଠାଇଥିବା ଏହି ଯୁକ୍ତିକୁ ମଧ୍ୟ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଧିକନ୍ତୁ, ଆବେଦନକାରୀ ଆବେଦନ ତାରିଖ ଠାରୁ ଅସୁଲି ତାରିଖ ପର୍ଯ୍ୟନ୍ତ ସାତ ପ୍ରତିଶତ ହାରରେ ମୋଟ ୧୫,୮୨,୦୦୦ ଟଙ୍କାର ହକଦାର ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

CJPକୁ କେଉଁଠୁ ମିଳୁଛି ପାଣ୍ଠି? ଦୀପକେ କହିଲେ, ‘ମୁଁ ୩୦ ହଜାର ଟଙ୍କାର ଜୋତା…’

ନୂଆଦିଲ୍ଲୀ,୧।୧୦: ଗୁରୁବାର (ଅକ୍ଟୋବର ୧) ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କୋକରୋଚ ଜନତା ପାର୍ଟି(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ମୁଖ୍ୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?