ଗୁଗ୍‌ଲକୁ ଝଟ୍‌କା: ଦେବାକୁ ପଡ଼ିବ ୫୦ ନିୟୁତ ଡଲାର ଜରିମାନା

ସିଓଲ,୧୪ା୯: ଦକ୍ଷିଣ କୋରିଆର ଗୋପନୀୟତା ଓ୍ବାଚଡଗ୍‌ ମିଳିତ ଭାବେ ଟେକ୍‌ ଜଏଣ୍ଟ ଗୁଗ୍‌ଲ ଏବଂ ମେଟାକୁ ପ୍ରାୟ ୧୦୦ ବିଲିୟନ ଓ୍ବାନ (ପ୍ରାୟ ୭୨ମିଲିୟନ ଡଲାର୍‌) ଜରିମାନା କରିଛି। ଉଭୟ କମ୍ପାନୀ ବିନା ଅନୁମତିରେ ଗ୍ରାହକଙ୍କ ଅନଲାଇନ୍‌ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ଏହି ସମୟ ମଧ୍ୟରେ ସଂଗୃହୀତ ସୂଚନାକୁ ଲକ୍ଷ୍ୟ ରଖାଯାଇଥିବା ବିଜ୍ଞାପନ ପାଇଁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଗୋପନୀୟତା ଆଇନ ଉଲ୍ଲଂଘନ ମାମଲାରେ ଦକ୍ଷିଣ କୋରିଆ ଦ୍ୱାରା ଏହା ସର୍ବ ବୃହତ ଜରିମାନା ଅଟେ।

ମେଟା ଏହି ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରିବ। ବ୍ୟକ୍ତିଗତ ସୂଚନା ଏବଂ ସୁରକ୍ଷା ଆୟୋଗ କହିଛନ୍ତି ଯେ, ଏହା ଗୁଗ୍‌ଲକୁ ୬୯.୨ବିଲିୟନ ଓ୍ବାନ (ପ୍ରାୟ ୫୦ ନିୟୁତ ଡଲାର) ଏବଂ ମେଟା ୩୦.୮ ବିଲିୟନ ଓ୍ବାନ (ପ୍ରାୟ ୨୨ ମିଲିୟନ ଡଲାର) ଜରିମାନା କରିଛି। ନିୟାମକ କମ୍ପାନୀର କାର୍ଯ୍ୟ ନିର୍ବାହୀମାନଙ୍କ ସହିତ ଏକ ବୈଠକ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମେଟା ଇଣ୍ଟରନେଟ ମିଡିଆ ପ୍ଲାଟଫର୍ମ ହେଉଛି ଫେସ୍‌ବୁକ୍‌ ଏବଂ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ କମ୍ପାନୀ। ଆୟୋଗର କାର୍ଯ୍ୟରେ ଉଭୟ କମ୍ପାନୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ମେଟା ସୂଚାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୋବେଲ ଶାନ୍ତି ପୁରସ୍କାର ଘୋଷଣା ଆଜି:ଦୌଡ଼ ଆଗରେ ଗ୍ରେଟା ଥନବର୍ଗ

ଓସ୍‌ଲୋ,୧୧-୧୦:(ଆଇଏଏନ୍‌ଏସ୍‌):ସ୍ବିଡେନର ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଆଗୁଆ ରହିଛନ୍ତି। ସେହିପରି ବ୍ରାଜିଲର ଆଦିବାସୀ ନେତା ରାଓନି ମେଟୁକ୍‌ଟାୟର ଓ ଇଥିଓପିଆ...

ଯୁଦ୍ଧ କଲେ ଭାରତର ପରାଜୟ ନିଶ୍ଚିତ

ନୂଆଦିଲ୍ଲୀ,୧୨।୧୦: ଭାରତ ସହ ବଢ଼ୁଥିବା ତିକ୍ତତାକୁ ଦେଖି ଚାଇନାକୁ ସଶସ୍ତ୍ର ସଂଘର୍ଷ ପାଇଁ ପ୍ରସ୍ତୁତ ଆରମ୍ଭ କରିବା ଉଚିତ। ନୂଆଦିଲ୍ଲୀକୁ ଗୋଟିଏ କଥା ବୁଝିବାକୁ ପଡ଼ିବ,...

ସୁପ୍ରିମକୋର୍ଟ ରାୟକୁ ନେଇ ମର୍ମାହତ: ଇମ୍ରାନ୍‌

ଇସ୍‌ଲାମାବାଦ,୯ା୪: ନ୍ୟାଶନାଲ ଆସେମ୍ବ୍ଲି ଉପବାଚସ୍ପତି କାସିମ୍‌ ସୁରିଙ୍କ ଅନାସ୍ଥା ଖାରଜ ନିଷ୍ପତ୍ତିକୁ ପଲଟାଇଦେଇଥିବା ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ନୈରାଶ୍ୟ ବ୍ୟକ୍ତ କରିଛନ୍ତି ପାକିସ୍ତାନ ତେହରିକ୍‌-ଏ-ଇନ୍‌ଶାଫ୍‌ (ପିଟିଆଇ)...

ୟୁକ୍ରେନ୍ ଆକ୍ରମଣରେ ରୁଷିଆ ମେଜର ଜେନେରାଲଙ୍କ ମୃତ୍ୟୁ

କ୍ୱିଭ୍‌,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୨ ଦିନ ପୂରଣ ହୋଇଛି । ଏବେବି ରୁଷିଆ ୟୁକ୍ରେନର ଅନେକ ସହରରେ ଆକ୍ରମଣ ଜାରି ରଖିଛି । ଖାର୍କିବର...

୧୮ ମାସରେ ଫେରିଲେଣି ୧,୫୦୦ ପାକ୍‌ ହିନ୍ଦୁ

ଜୟସାଲମେର,୨୨।୮ : ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କ୍ଷେତ୍ରରେ ସରକାରଙ୍କ କଡ଼ା ନିୟମ କାନୁନ ଯୋଗୁ ବହୁ ସଂଖ୍ୟାରେ ପାକିସ୍ତାନୀ ହିନ୍ଦୁ ସେମାନଙ୍କ ଦେଶକୁ ଫେରିଗଲେଣି। ପାକିସ୍ତାନରେ...

ହେଲିକପ୍ଟର ଦୁର୍ଘଟଣାରେ ସୈନ୍ୟବାହିନୀ ମୁଖ୍ୟଙ୍କ ମୃତ୍ୟୁ

ତାଇପେ,୨।୧: ଏକ ହେଲିକପ୍ଟର ଦୁର୍ଘଟଣାରେ ତାଇଓ୍ବାନ ସୈନ୍ୟବାହିନୀ ମୁଖ୍ୟଙ୍କ ମୃତ୍ୟୁ ଘଟିଛି। ହେଲିକପ୍ଟର ୟୁଏଚ୍‌-୬୦ଏମ୍‌ ୟିନାଲ କାଉଣ୍ଟିଂକୁ ଯାତ୍ରା କରୁଥିବାବେଳେ ତାଇପେଇ ନିକଟସ୍ଥ ପାହାଡ଼ରେ ଜରୁରିକାଳୀନ...

କୁଳଭୂଷଣ ଯାଦବ ମାମଲା: ଏପ୍ରିଲ ୧୩ ସୁଦ୍ଧା ଓକିଲ ନିଯୁକ୍ତି ପାଇଁ ଭାରତକୁ କହିଲା ପାକିସ୍ତାନ

ଇସଲାମାବାଦ,୫ା୩: ପାକିସ୍ତାନୀ ହାଇକୋର୍ଟ  ଭାରତକୁ କୁଳଭୂଷଣ ଯାଦବଙ୍କ ପାଇଁ ଜଣେ ଓକିଲ ନିଯୁକ୍ତ କରିବାକୁ କହିଛନ୍ତି। ଗୁପ୍ତଚର ତଥା ଆତଙ୍କବାଦ ଅଭିଯୋଗରେ ଏପ୍ରିଲ ୨୦୧୭ରେ ପାକିସ୍ତାନୀ...

ଘରୁ ବାହାରୁଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ତିଆରି ହେବ ଜେଟ୍‌ ଇନ୍ଧନ

ଓ୍ବାଶିଂଟନ,୫।୬: ବୈଜ୍ଞାନିକମାନେ ପ୍ରତିଦିନ ଘରୁ ବାହାରୁ ଥିବା ପ୍ଲାଷ୍ଟିକ ପାଣି ବୋତଲ, ବ୍ୟାଗ ଭଳି ବର୍ଜ୍ୟବସ୍ତୁକୁ ନେଇ କିପରି କାମରେ ଲଗାଯାଇ ପାରିବ ତା’ ଉପରେ...

Advertisement
Archives

Model This Week