Posted inଜାତୀୟ

ଦୁଇଟି ପର୍ଯ୍ୟାୟ ପୂର୍ବରୁ ଭବିଷ୍ୟବାଣୀ କଲେ ଶିବରାଜ, ଯାହା ଭାଜପାକୁ ଚମକାଇ ଦେବ

ନୂଆଦିଲ୍ଲୀ,୨୩।୫: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ଲୋକ ସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ କେବଳ ଭାଜପା ୩୭୦ ଟି ଆସନ ପାଇବ ଏବଂ ଏନଡିଏ ସହିତ ଆମେ ୪୦୦ ରୁ ଅଧିକ ସିଟ ପାଇବୁ।

ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ଭାଜପା ନେତା ବିଜୟ ଦାବି କରିଛନ୍ତି।
ବୁଧବାର ଦିଲ୍ଲୀରେ ରାଲି କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଦାବି କରିଛନ୍ତି ଯେ ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ପରେ ଲୋକମାନେ ଭାଜପା ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସ ସରକାର ଚୟନ କରିଛନ୍ତି। ଆମେ ସଂଖ୍ୟାଗରିଷ୍ଠତା ପାଇବାକୁ ଯାଉଛୁ।
ପଶ୍ଚିମବଙ୍ଗର କାଣ୍ଟି ଠାରେ ଏକ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଆପଣ ଜାଣିବାକୁ ଚାହାଁନ୍ତି କି ବର୍ତ୍ତମାନ ପର୍ଯ୍ୟନ୍ତ ଏନଡିଏର ସ୍ଥିତି କ’ଣ। ମୁଁ ଆପଣଙ୍କୁ କହିପାରେ ଯେ ପ୍ରଥମ ପାଞ୍ଚଟି ପର୍ଯ୍ୟାୟ ପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ୩୧୦ ର ଆକଳନ ଅତିକ୍ରମ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ୧୮ ଗିରଫ

ପାଟନା,୧୫ା୬: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ସହ ବ୍ୟାପକ ଅନିୟମିତତା ଅଭିଯୋଗ...

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା; ୨ ମାସ ମଧ୍ୟରେ…

ନୂଆଦିଲ୍ଲୀ,୧୫।୬: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ବଡ଼ ଘୋଷଣା କରିଛନ୍ତି। ମାତ୍ର ୨ ମାସ ମଧ୍ୟରେ ଦେଶରେ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍‌ ଗଡ଼ିବ।...

ମୋଦିଙ୍କୁ ପ୍ରଶଂସା କଲେ ଶରଦ ପାଓ୍ବାର, କହିଲେ ତୁମ ପାଇଁ ଆମେ…

ମୁମ୍ବାଇ,୧୫ା୬: ଶନିବାର ଏମ୍‌ଭିଏ ନେତା ଶରଦ ପାଓ୍ବାର, ଉଦ୍ଧବ ଠାକରେ ଏବଂ ପୃଥ୍ବୀରାଜ ଚୌହାନ ମୁମ୍ବାଇରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ୨୦୨୪ ଲୋକ...

ଇନ୍ଦିରା ଗାନ୍ଧୀଙ୍କୁ ‘ମଦର ଅଫ୍‌ ଇଣ୍ଡିଆ’ କହିଲେ ମୋଦି ସରକାରଙ୍କ ଏହି ମନ୍ତ୍ରୀ, କଂଗ୍ରେସର ବି କଲେ ପ୍ରଶଂସା

ନୂଆଦିଲ୍ଲୀ,୧୫।୬: ମୋଦି ସରକାରଙ୍କ ଜଣେ ମନ୍ତ୍ରୀ କଂଗ୍ରେସ ଏବଂ ଇନ୍ଦିରା ଗାନ୍ଧୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ ହେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି। ପୂର୍ବତନ ପ୍ରଧାନମନ୍ତ୍ରୀ...

ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୮ ମାଓବାଦୀ: ଜଣେ ଯବାନ ଶହୀଦ

ବିଜାପୁର,୧୫।୬: ଛତିଶଗଡ଼ ବିଜାପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ଶନିବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବନିମୟ ଘଟିଛି।...

ଭାରତ ସରକାର କାହାକୁ ଦିଅନ୍ତି ଅଧିକ ଦରମା? ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନା ରାଜ୍ୟପାଳ, ମୋଦିଙ୍କୁ ମିଳେ…

ଜାଣନ୍ତି କି ଭାରତ ସରକାର କେଉଁ ବ୍ୟକ୍ତିଙ୍କୁ ସର୍ବାଧିକ ଦରମା ପ୍ରଦାନ କରନ୍ତି? ସେ କେଉଁ ପଦବୀରେ ରହିଥାନ୍ତି ଏବଂ କେତେ ଟଙ୍କା ଦରମା ପାଆନ୍ତି।...

‘ହେଲୋ ଫର୍ମ ମେଲୋଦି ଟିମ୍‌’ ଭାଇରାଲ ହେଉଛି ମେଲୋନିଙ୍କ ସହ ମୋଦିଙ୍କ ଭିଡିଓ

ନୂଆଦିଲ୍ଲୀ,୧୫।୬: ଇଟାଲୀର ଆପୁଲିଆରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଶେଷ ହୋଇଛି। ହେଲେ ସମ୍ମିଳନୀର କିଛି ଏପରି ଦୃଶ୍ୟକୁ କେହି ନଜରଅନ୍ଦାଜ କରିପାରି ନାହାନ୍ତି। ଇଟାଲୀ...

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି 

ପାଟନା,୧୫।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସକାଳେ ତାଙ୍କ ହାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri