Posted inଖେଳ

ଶିବପାଲ୍‌ଙ୍କ ବାସନ୍ଦ ଦଣ୍ଡ ୧ ବର୍ଷକୁ ହ୍ରାସ

ନୂଆଦିଲ୍ଲୀ, ୧୧ା୧ (ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍‌ସି (ନାଡା)ର ଅପିଲ ପ୍ୟାନେଲ ଭାରତର ଟପ୍‌ ଜାଭେଲିନ ଥ୍ରୋୟର ଶିବପାଲ୍‌ ସିଂଙ୍କ ବାସନ୍ଦ ଦଣ୍ଡକୁ ୪ ବର୍ଷରୁ ୧ ବର୍ଷ କମାଇ ଦେଇଛି। ଏଣିକି ସେ ପ୍ରତିଯୋଗିତାରେ ଭାଗ ନେଇପାରିବେ। ୨୦୨୧ ସେପ୍ଟେମ୍ବରରେ ପ୍ରତିଯୋଗିତା ବାହାରେ ଶିବପାଲ୍‌ଙ୍କ ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରେ ଏକ ଷ୍ଟେରଏଡ୍‌ର ମାତ୍ରା ରହିଥିବା ଦେଖିବାକୁ ମିଳିଥିଲା। ଫଳରେ ନାଡାର ଆଣ୍ଟି ଡୋପିଂ ଶୃଙ୍ଖଳା ପ୍ୟାନେଲ ଗତବର୍ଷ ଅଗଷ୍ଟ ୧୬ରେ ଶିବପାଲ୍‌ଙ୍କୁ ୪ ବର୍ଷ ବାସନ୍ଦ ଦଣ୍ଡରେ ଦଣ୍ଡିତ କରିଥିଲା। ଉତ୍ତରପ୍ରଦେଶର ଏହି ଆଥଲେଟଙ୍କ ବାସନ୍ଦ ଅବଧି ୨୦୨୧ ଅକ୍ଟୋବର ୨୧ରୁ ଆରମ୍ଭ ହୋଇଥିଲା। ମଙ୍ଗଳବାରର ନିର୍ଦ୍ଦେଶନାମା ପରେ ଏଣିକି ଯେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଡୋପ୍‌ ଟେଷ୍ଟରେ ଧରାପଡ଼ିବା ପରେ ଶିବପାଲ୍‌ ଅପିଲ ପ୍ୟାନେଲର ଦ୍ୱାରସ୍ଥ ହୋଇଥିଲେ। ସେ ଜାଣତରେ କୌଣସି ନିଷିଦ୍ଧ ଔଷଧ ସେବନ କରିନାହାନ୍ତି, ବରଂ ଦୂଷିତ ସପ୍ଲିମେଣ୍ଟ ଯୋଗୁ ସେ ଡୋପ୍‌ ଟେଷ୍ଟରେ ଧରାପଡ଼ିଥିଲେ ବୋଲି କହିଥିଲେ। ଅପିଲ ପ୍ୟାନେଲ ତାଙ୍କ ଯୁକ୍ତିକୁ ଗ୍ରହଣ କରିଥିଲା। ଏହି ନକଲି ସପ୍ଲିମେଣ୍ଟ ହର୍ବାଲ ଫାର୍ମାସୀ ନାମକ ଜଣେ ଖୁଚୁରା ବ୍ୟବସାୟୀଙ୍କଠାରୁ କ୍ରୟ କରାଯାଇଥିଲା। ବ୍ୟବସାୟୀ ଜଣକ ଦୂଷିତ ସପ୍ଲିମେଣ୍ଟ ବିକ୍ରି କାରବାରରେ ସଂଶ୍ଳିଷ୍ଟ ଥିବା କଥା ଜଣାପଡ଼ିଥିଲା। ତାଙ୍କ ବିରୋଧରେ ଏକ ଏଫ୍‌ଆଇଆର ପଞ୍ଜୀକୃତ ହୋଇଥିଲା ବୋଲି ଶିବପାଲ୍‌ଙ୍କ ଓକିଲ ପାର୍ଥ ଗୋସ୍ବାମୀ ପ୍ରକାଶ କରିଛନ୍ତି। ଶିବପାଲ ଯେଉଁ ସପ୍ଲିମେଣ୍ଟ ସେବନ କରିଥିଲେ, ତାହା ଦୂଷିତ ବୋଲି ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବୋରେଟୋରିରେ ପରୀକ୍ଷା କରାଯିବାରୁ ଜଣାପଡ଼ିଥିଲା। ସେଥିରେ ମେଥାନଡିନୋନ୍‌ର ମାତ୍ରା ରହିଥିବା ଆଥଲେଟଙ୍କଠାରୁ ସଂଗୃହୀତ ସାମ୍ପଲରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri