Odisha Elections 2024
Posted inଜାତୀୟ

ଶିବଶକ୍ତି ପଏଣ୍ଟ: ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ସାଇଟ ନାମକୁ ସବୁଜ ସଙ୍କେତ, ମୋଦି କରିଥିଲେ ଘୋଷଣା

ନୂଆଦିଲ୍ଲୀ,୨୪।୩: ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି। ଚନ୍ଦ୍ରୟାନ -୩ ର ସଫଳ ଅବତରଣ ବିଶ୍ୱର ସମସ୍ତ ଦେଶର ସ୍ପେସ ଏଜେନ୍ସିଗୁଡ଼ିକୁ ଆଶ୍ଚର୍ଯ୍ୟ କରିଥିଲା। ଏହି ସଫଳତା ପରେ, ୨୬ ଅଗଷ୍ଟ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରୟାନ -୩ ର ଅବତରଣ ସ୍ଥାନକୁ ‘ଶିବ ଶକ୍ତି ପଏଣ୍ଟ’ ବୋଲି କହିଥିଲେ। ଏହି ସମୟରେ, ମାର୍ଚ୍ଚ ୧୯ରେ ଆନ୍ତର୍ଜାତୀୟ ଜ୍ୟୋର୍ତିବିଜ୍ଞାନ ସଂଘ (ଆଇଏୟୁ) ଏହି ନାମକୁ ଅନୁମୋଦନ କରିଛି। ଏହି ସଫଳତାର ତିନି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟଓ୍ବର୍କରେ ବୈଜ୍ଞାନିକଙ୍କ ସହ ସାକ୍ଷାତ୍‌ କରିଥିଲେ।
ଚନ୍ଦ୍ରାୟଣ -୩ ୧୪ ଜୁଲାଇ ୨୦୨୩ରେ ଲଞ୍ଚ କରାଯାଇଥିଲା। ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏକ LVM3-M4 ରକେଟରେ ଉତକ୍ଷେପଣ କରାଯାଇଥିଲା। ବିକ୍ରମ ଲ୍ୟାଣ୍ଡର ଅଗଷ୍ଟ ୨୩ ରେ ସା ୫ଟା ୪ ରେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲା। ଏହାର ମୋଟ ମୂଲ୍ୟ ୬୧୫ କୋଟି ଟଙ୍କା ଥିଲା। ଏହା ପୂର୍ବରୁ ଇସ୍ରୋ ଚନ୍ଦ୍ରରେ ଅବତରଣ କରିବାକୁ ଚେଷ୍ଟା କରିସାରିଛି। ଏଥିପାଇଁ ସେ ଚନ୍ଦ୍ରଯାନ- ୧ ଏବଂ ଚନ୍ଦ୍ରୟାନ- ୨କୁ ଚନ୍ଦ୍ର ଆଡକୁ ପଠାଇଲେ। ଚାରି ବର୍ଷ ପୂର୍ବେ, ଇସ୍ରୋ ଚନ୍ଦ୍ରୟାନ-୨କୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଅବତରଣ କରିବାର କିଛି ସମୟ ପୂର୍ବରୁ ଏହା ବେଙ୍ଗାଲୁରୁର ଇସ୍ରୋ ନିୟନ୍ତ୍ରଣ କେନ୍ଦ୍ର ସହିତ ସମ୍ପର୍କ ହରାଇଲା।


Enter your email to get our daily news in your inbox.

All Right Reserved By Dharitri.Com

ରତନ ଟାଟାଙ୍କ ଏୟାର ଇଣ୍ଡିଆ ବିରୋଧରେ ମାମଲା ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୫: ଏୟାର ଇଣ୍ଡିଆ ଲିମିଟେଡ ସମ୍ବନ୍ଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ’ ୧୬ରେ ସୁପ୍ରିମକୋର୍ଟ କହିଛନ୍ତି, ଜାନୁଆରୀ ୨୦୨୨ରେ ଏୟାର...

ଓଡ଼ିଶା ପାଇଁ ଭାଜପା ଖୋଜୁଛି ମୁଖ୍ୟମନ୍ତ୍ରୀ ଫେସ୍‌, ଆଗରେ ଅଛନ୍ତି ଧର୍ମେନ୍ଦ୍ରଙ୍କ ସମେତ ଏସବୁ ନେତା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭।୫: ଲୋକ ସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ରାଜ୍ୟରେ ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି। କାରଣ ବିଜୁ...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ନା ମୁଁ ବୁଢା ହୋଇଛି..ନା ଅବସର ନେଇଛି..ଏବେ ମୁଁ ମୁକ୍ତ ଷଣ୍ଢ ପାଲଟି ଯାଇଛି: ବ୍ରିଜ ଭୂଷଣ

ନୂଆଦିଲ୍ଲୀ,୧୭।୫: ଉତ୍ତର ପ୍ରଦେଶର କେସିଆରଗଞ୍ଜ ଆସନରୁ ଟିକେଟ କଟିବା ପରେ ଭାଜପା ଏମପି ବ୍ରିଜ ଭୂଷଣ ଶରଣ ସିଂ ବର୍ତ୍ତମାନ ତାଙ୍କ ପୁଅ କରଣ ଭୂଷଣ...

ରାଜନୀତିର ଚାଣକ୍ୟ କୁହାଯିବାରୁ ଚମକିପଡ଼ିଲେ ଅମିତ ଶାହା: ଦେଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୭।୫: ଆଜିକାଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ରାଜନୀତିର ଚାଣକ୍ୟ କୁହାଯାଉଛି। ଏନେଇ ନିଜେ ମତ ରଖିଛନ୍ତି ଅମିତ ଶାହା। ସେକହିଛନ୍ତି ଯେ ମୁଁ...

ପିକେଙ୍କ ଭବିଷ୍ୟବାଣୀ ବଢାଇପାରେ ରାଜନୀତିର ପାରା! କେତେ ଆସନରେ ଜିତିବ ଭାଜପା କହିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୧୭।୫: ରାଜନୀତିର ବିଶ୍ଳେଷକ ବା ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ଅନେକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ...

ବହୁମତ ହାସଲ ନ କଲେ କ’ଣ ରହିବ ଭାଜପାର ପ୍ଲାନ୍‌ ବି: ଜାଣନ୍ତୁ କ’ଣ କହିଲେ ଅମିତ ଶାହା

ନୂଆଦିଲ୍ଲୀ,୧୭।୫: ଲୋକ ସଭା ନିର୍ବାଚନର ଚାରୋଟି ପର୍ଯ୍ୟାୟ ପାଇଁ ମତଦାନ ହୋଇଛି। ଏନଡିଏ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ଦାବି କରିଛି ଭାଜପା।...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଶସ୍ତା ହେଲା ୪୧ ଔଷଧର ଦାମ୍‌

ନୂଆଦିଲ୍ଲୀ,୧୭।୫:ମଧୁମେହ, ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ, ସଂକ୍ରମଣ ଏବଂ ଆଲର୍ଜି ପାଇଁ ଔଷଧ ଶସ୍ତା ହୋଇଛି। କେନ୍ଦ୍ର ସରକାର ଏହିସବୁ ଔଷଧ ଗୁଡିକର ନୂତନ ମୂଲ୍ୟ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri