Posted inଜାତୀୟ

ସୋନିଆଙ୍କୁ ବ୍ଲାକମେଲ କରି ପ୍ରଦେଶ ସଭାପତି ହୋଇଛନ୍ତି ଶିବକୁମାର, ଭାଜପାର ଅଭିଯୋଗ…

ବେଙ୍ଗାଲୁରୁ,୩୧।୧୦ : ପୂର୍ବତନ ଭାଜପା ମନ୍ତ୍ରୀ ରମେଶ ଜାରକିହୋଲି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସୋନିଆ ଗାନ୍ଧୀଙ୍କୁ ଧମକ ଦେଇ ଏବଂ ବ୍ଲାକମେଲ କରି ଶିବକୁମାର କର୍ନାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ସଭାପତି ହୋଇଛନ୍ତି। ବେଲଗାଭିରେ ରମେଶ କହିଛନ୍ତି, ଡି.କେ ଶିବକୁମାର ଜଣେ ବଡ ବ୍ଲାକମେଲର। ସେ ସୋନିଆ ଗାନ୍ଧୀଙ୍କୁ ତିହାର ଜେଲ ଧମକ ଦେଇ  କେପିସିସି ସଭାପତି ହୋଇଥିଲେ। ସେ ତାଙ୍କୁ ଧମକ ଦେଇଥିଲେ ଇଡି ମାମଲାରେ ତାଙ୍କ ନାମ ପ୍ରକାଶ କରିବେ। ଗୋକକ ବିଧାୟକ ଶିବକୁମାରଙ୍କୁ କଂଗ୍ରେସର ଅନେକ ନେତାଙ୍କ ସମେତ ଅନେକ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରିଥିବା ଅଭିଯୋଗ କରିଛନ୍ତି।

ରମେଶ ତାଙ୍କ ସିଡି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଜଣେ ମହିଳାଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଏକ ଭିଡିଓ ଭାଇରାଲ ହେବା ପରେ ୨୦୨୧ମସିହାରେ ସେ ଇସ୍ତଫା ଦେଇଥିଲେ। ସେ ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଥିଲା।

ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ରମେଶ କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା, ଗୃହମନ୍ତ୍ରୀ ଡା ଜି ପରମେଶ୍ୱର ଏବଂ ପୋଲିସ ମହାନିର୍ଦ୍ଦେଶକ ତଥା ଇନ୍ସପେକ୍ଟର ଜେନେରାଲ ଆଲୋକ ମୋହନଙ୍କୁ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।

ଯଦି ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାରେ ବିଫଳ ହୁଅନ୍ତି, ତେବେ ମୁଁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଗଠନ ପାଇଁ ହିମନ୍ତଙ୍କୁ ମିଳିଲା ଆମନ୍ତ୍ରଣ: ୧୨ରେ ଶପଥ ଗ୍ରହଣ

ଗୁଆହାଟୀ,୧୦ା୫: ଆସାମରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ରବିବାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କରିଛନ୍ତି। ଫଳରେ ଆସାମରେ ଏନ୍‌ଡିଏ…

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ମୋଦିଙ୍କ ବଡ଼ ଆହ୍ବାନ; ପେଟ୍ରୋଲ-ଡିଜେଲର ବ୍ୟବହାର ହ୍ରାସ, ବର୍ଷେ ସୁନା….

ନୂଆଦିଲ୍ଲୀ,୧୦ା୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସଂଯମତାର ସହିତ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବାକୁ…

ୱାରେଣ୍ଟ ବଳରେ ଜେଲ୍ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୧୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ଗ୍ରାମର ଅଶ୍ଵିନୀ ଗୌଡ଼ଙ୍କୁ ରବିବାର ପାଟପୁର ପୋଲିସ ଗିରଫ କରି କୋଦଳା କୋର୍ଟକୁ ଚାଲାଣ କରିଛନ୍ତି…

ସୁନାଥର ଗ୍ରାମରେ ଗ୍ଯାସ ଲଗାଇବା ବେଳେ ଫାଟିଗଲା ସିଲିଣ୍ଡର; ଉଡିଗଲା ଟିଣ, ୬….

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ଭୟଙ୍କର ବିସ୍ଫୋରଣ । ରବିବାର ସଂଧ୍ଯ୍ଯାରେ ରୋଷେଇ ଲାଗି ଗ୍ଯାସ ଲଗାଇବା ବେଳେ ହଠାତ୍…

ଥୁଆମୂଳ ରାମପୁର: PWD ରାସ୍ତାରେ ଝୁଲୁଛି ମୃତ୍ୟୁର ଖଣ୍ଡା! ଶୁଖିଲା ଗଛ ସାଜିଛି ମରଣଯନ୍ତା

ଥୁଆମୂଳ ରାମପୁର, ୧୦ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜୀବନରେଖା କୁହାଯାଉଥିବା ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ PWD ରାସ୍ତା ଏବେ…

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ମୋହନା,୧୦ା୫( ମନ୍ମଥ ମିଶ୍ର ): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ହୋଇଥିବା ବେଳେ ସେ ଜଣେ…

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri