ସିଆଚେନ୍‌ର ଶିବଶକ୍ତି

ପୃଥିବୀର ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚେନ୍‌ ଗ୍ଲେସିଅର। ୨୦ ହଜାର ଫୁଟ ଉଚ୍ଚତା ବିଶିଷ୍ଟ ଏହି ସ୍ଥାନରେ ଭାରତ ଓ ପାକିସ୍ତାନ ୧୯୮୪ରୁ ଅନିୟମିତ ବ୍ୟବଧାନରେ ଯୁଦ୍ଧ କରିଛନ୍ତି। ଜଣେ ମହିଳା ସେଭଳି ହିମପାହାଡ଼ ଉପରେ ନିୟୋଜିତ ହୋଇ ଭାରତ ପାଇଁ କାର୍ଯ୍ୟ କରିବା ନିଶ୍ଚିତ ପୁରୁଷ କେନ୍ଦ୍ରିକ ମାନସିକତା ନେଇ ବଞ୍ଚୁଥିବା ସତ୍ତାକୁ ବରଫରେ ସମାଧି ଦେବା ଭଳି ପ୍ରତୀୟମାନ ହୋଇଛି। ଜୀବନ ଯାତ୍ରାରେ ପଡ଼ିଉଠି ସଫଳତା ପାଇଥିବା କ୍ୟାପ୍‌ଟେନ ଶିବା ଚୌହାନ ଆଜି ଯୁବପିଢ଼ିଙ୍କ ପାଇଁ ଆଇକନ୍‌ ପାଲଟିଛନ୍ତି। ଗୁଗଲ ପେଜ୍‌ରେ ହେଉ ବା ଚଳଚ୍ଚିତ୍ର ପରଦାରେ ସିଆଚେନ୍‌ ଦୃଶ୍ୟ ଦେଖିଲା ବେଳେ ଆଚମ୍ବିତ ହେଉଥିବା ସାଧାରଣ ମଣିଷ ପାଇଁ ଶିବାଙ୍କ ସାମର୍ଥ୍ୟ ପ୍ରଦର୍ଶନ ତାଙ୍କୁ ‘ଶିବଶକ୍ତି’ ଆଖ୍ୟା ଦେଇଛି। ୨ ଜାନୁୟାରୀ ୨୦୨୩ରେ ଭାରତୀୟ ସେନାର ପ୍ରଥମ ମହିଳା ଅଧିକାରୀ ରୂପେ ସିଆଚେନ୍‌ର ‘କୁମାର ପୋଷ୍ଟ୍‌’ରେ ଶିବାଙ୍କ ନିଯୁକ୍ତି ତାଙ୍କୁ ସାହସୀ ଲଳନା କରିଦେଇଛି।
ଶିବା ୧୮ ଜୁଲାଇ ୧୯୯୭ରେ ରାଜସ୍ଥାନ ଉଦୟପୁରରେ ଜନ୍ମଗ୍ରହଣ କରିଥିଲେ। ପିତା ରାଜେନ୍ଦ୍ର ସିଂ ଚୌହାନ ଓ ମାତା ଅଞ୍ଜଳି ଚୌହାନ। ଶିବାଙ୍କୁ ଯେତେବେଳେ ମାତ୍ର ୧୧ ବର୍ଷ ସେତେବେଳେ ପିତାଙ୍କ ଦେହାନ୍ତ ହୋଇଥିଲା। ରାଜେନ୍ଦ୍ରଙ୍କର ରେଡିୟମ୍‌ ନମ୍ବର ପ୍ଲେଟ୍‌ ଦୋକାନ ଥିଲା। ସେଥିରୁ ମିଳୁଥିବା ଅର୍ଥରେ ପରିବାର ପ୍ରତିପୋଷଣ ହେଉଥିଲା। ତାଙ୍କ ମୃତ୍ୟୁ ପରେ ପରିବାରବର୍ଗ ଭାଙ୍ଗିପଡ଼ିଥିଲେ। ଆର୍ଥିକ ଅନଟନ ଯୋଗୁ ମାତା ଅଞ୍ଜଳି ଛୋଟମୋଟ କାମ କରିବାକୁ ବାଧ୍ୟ ହେଲେ। ଏପରି କି ବଡ଼ ଭଉଣୀ ଶୁଭାମ ଓ ନିଜ ପଢ଼ା ଖର୍ଚ୍ଚ ମେଣ୍ଟାଇବା ଲାଗି ଶିବା ଷ୍ଟାଣ୍ଡାର୍ଡ ୯ରେ ପଢ଼ୁଥିଲା ବେଳେ ଟ୍ୟୁଶନ କରିଥିଲେ। ସେଣ୍ଟ୍‌ ଆନ୍ଥୋନୀ ସିନିୟର ସେକେଣ୍ଡାରି ସ୍କୁଲରୁ ଉତ୍ତୀର୍ଣ୍ଣ ହେବା ପରେ ସେ ଉଦୟପୁର ଏନ୍‌ଜେଆର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲଜିରୁ ସିଭିଲ୍‌ ଇଞ୍ଜିନିୟରଂରେ ଡିଗ୍ରୀ ହାସଲ କରିଥିଲେ। ପିଲାଟି ବେଳୁ ଭାରତୀୟ ସେନାରେ ଯୋଗଦେବାର ଲକ୍ଷ୍ୟ ରଖିଥିବା ଶିବା ପଢ଼ା ଶେଷ ପରେ ଭାରତୀୟ ସ୍ଥଳସେନା, ନୌସେନା ଓ ତଟରକ୍ଷୀ ବାହିନୀ ପାଇଁ ଉଦ୍ଦିଷ୍ଟ ପରୀକ୍ଷା ଦେଇଥିଲେ। ଅତ୍ୟନ୍ତ ପ୍ରତିଭାଶାଳୀ ହୋଇଥିବାରୁ ସେ ୩ଟି କ୍ଷେତ୍ରରୁ ସୁଯୋଗ ପାଇଥିଲେ। କିନ୍ତୁ ସେ ସ୍ଥଳସେନାକୁ ବାଛିଥିଲେ। ୨୦୨୦ରେ ବିଧିବଦ୍ଧ ଭାବେ ଚେନ୍ନାଇସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀରେ ଯୋଗ ଦେଇଥିଲେ। ୧୪ତମ ଫାୟାର ଆଣ୍ଡ୍‌ ଫ୍ୟୁରି କର୍‌ରେ କ୍ୟାପ୍‌ଟେନ୍‌ ହେବା ପରେ ୧୮ ଜୁଲାଇ ତାଙ୍କ ଜନ୍ମଦିନରେ ଲେହଠାରେ ସେ ପ୍ରଥମ ନିଯୁକ୍ତି ପାଇଥିଲେ। ତାହା ତାଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ ଆଣିଦେଇଥିଲା ବୋଲି ସେ କହିଥାଆନ୍ତି। କ୍ୟାପ୍‌ଟେନ୍‌ ଭାବେ ଗଲ୍‌ଓ୍ବାନ୍‌ରେ ଚାଇନା ସେନାକୁ ପରାସ୍ତ କରିବାରେ ତାଙ୍କ ପ୍ରମୁଖ ଭୂମିକା ମଧ୍ୟ ରହିଥିଲା। ମେ’ ୨୦୨୧ରେ ସେ ବେଙ୍ଗଲ ସାପର୍‌ ଅଫିସର ଭାବେ କାର୍ଯ୍ୟ କରିଥିଲେ। କିନ୍ତୁ ଜାନୁୟାରୀ ୨୦୨୩ରେ ସିଆଚେନ୍‌ରେ ନିଯୁକ୍ତି ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ବିକଶିତ କରିଛି।
କର୍‌ ଅଫ୍‌ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍‌ ମେକାନିକାଲ ଇଞ୍ଜିନିୟର୍ସର ଅଫିସର ରାଜପୁତ କନ୍ୟା ଶିବାଙ୍କ ଦୁଃସାହସିକ ପଦକ୍ଷେପ ତାଙ୍କୁ ସର୍ବଦା ଚର୍ଚ୍ଚାରେ ରଖିଆସିଛି। କାର୍‌ଗିଲ ବିଜୟ ଦିବସରେ ସୁରା ସୋଇ ସାଇକେଲ ଅଭିଯାନର ନେତୃତ୍ୱ ନେଇ ସେ ସିଆଚେନ୍‌ ଓ୍ବାର୍‌ ମେମୋରିଆଲ୍‌ରୁ କାର୍‌ଗିଲ ଓ୍ବାର୍‌ ମେମୋରିଆଲ୍‌ ଯାତ୍ରା କରିଥିଲେ। କଦାପି ଜିରୋ ଡିଗ୍ରୀରୁ ଊର୍ଦ୍ଧ୍ୱକୁ ଯାଉ ନ ଥିବା ଏବଂ ଶୀତ ଦିନେ ମାଇନସ୍‌ ୪୦ରୁ ମାଇନସ୍‌ ୬୦ ଡିଗ୍ରୀ ରହୁଥିବା ପ୍ରବଳ ଥଣ୍ଡା ଅଞ୍ଚଳ ସିଆଚେନ୍‌ରେ ରହି ଦେଶ ପାଇଁ କାମ କରୁଥିବା ଶିବା ସର୍ବାଦା ଦୃଢ଼ମନା। ତାଙ୍କ ସାହସିକତାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଚ୍ଚ ପ୍ରଶଂସା କରିଛନ୍ତି। ଶିବାଙ୍କ ସଫଳତା ଆସନ୍ତା ଦିନଗୁଡ଼ିକରେ ଅଧିକ ମହିଳାଙ୍କୁ ସଶସ୍ତ୍ର ବାହିନୀରେ ଯୋଗଦେବା ଲାଗି ପ୍ରେରଣା ଯୋଗାଇବ ବୋଲି ସିଂ ଆଶା ବ୍ୟକ୍ତ କରିଛନ୍ତି। ଅନୁରୂପ ଭାବେ ରାଜନେତା, ଉଦ୍ୟୋଗୀ, ସାମାଜିକ କର୍ମୀଙ୍କଠାରୁ ଆରମ୍ଭ କରି ସମାଜର ସବୁ ବର୍ଗ ଶିବାଙ୍କ ପ୍ରତିଭା ଓ ଶାରୀରିକ ପ୍ରଦର୍ଶନକୁ ପ୍ରଶଂସା କରି ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ନିଯୁକ୍ତି ପରିବାରର ଆର୍ଥିକ ସମସ୍ୟା ଦୂର କରିବାରେ ସକ୍ଷମ ହୋଇଛି। ବଡ଼ ଭଉଣୀ ଶୁଭାମ୍‌ ଏବେ ନ୍ୟାୟିକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ସାନ ହୋଇ ପରିବାରରେ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ସହ ଦେଶ ପାଇଁ ଶିବା କାର୍ଯ୍ୟ କରି ଯୁବପିଢ଼ିଙ୍କ ସକାଶେ ଏବେ ପ୍ରେରଣାର ଉତ୍ସ ପାଲଟିଛନ୍ତି।
– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri