Posted inଜାତୀୟ

ଶିବସେନାର ୟୁଟର୍ନ, ୪୦୩ ନୁହେଁ ୧୦୦ ଆସନରେ ଦେବ ପ୍ରାର୍ଥୀ…

ମୁମ୍ବାଇ,୧୨।୯: ଉତ୍ତରପ୍ରଦେଶରେ କେତେ ସଂଖ୍ୟକ ପ୍ରାର୍ଥୀଙ୍କୁ ଟିକଟ ଦିଆଯିବ ସେ ନେଇ ଗୋଟିଏ ଦିନ ମଧ୍ୟରେ ଶିବସେନା ୟୁଟର୍ନ ଦେଇଛି। ଉତ୍ତରପ୍ରଦେଶରେ ହୋଇଥିବା ଦଳୀୟ କାର୍ଯ୍ୟକାରିଣୀରେ ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ମାତ୍ର ଏବେ ଶିବସେନା ମାତ୍ର ୧୦୦ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବ ବୋଲି କହିଛି। ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ମହାରାଷ୍ଟ୍ର ରାଜନୀତିରେ ୨୫ ବର୍ଷ ଧରି ଭାଜପାର ବନ୍ଧୁ ଥିବା ଶିବସେନାର ଏଭଳି ଘୋଷଣା ନେଇ ଉତ୍ତରପ୍ରଦେଶ କର୍ମୀ ନିରାଶ ହୋଇଛନ୍ତି।

ସେହିପରି ଗୋଆରେ ଶିବସେନା ୨୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଆବଶ୍ୟକ ପଡ଼ିଲେ ଗୋଆରେ ଏକ ମେଣ୍ଟ ଗଠନ କରାଯିବାର ଯୋଜନା ମଧ୍ୟ ରହିଥିବା ସେ କହିଛନ୍ତି। ଅପରପକ୍ଷରେ ଗୁଜରାଟରେ ବିଜୟ ରୂପାନୀଙ୍କ ଇସ୍ତଫା ବିଷୟରେ ପଚରାଯିବାରୁ ରାଉତ କହିଛନ୍ତି ଯେ ଏହା ଭାଜପାର ଆଭ୍ୟନ୍ତରୀଣ ବିଷୟ।

ସଂଗଠନକୁ ମଜବୁତ କରିବା ପାଇଁ ସମସ୍ତ ବିଧାନସଭାରେ ସଂଯୋଜକ ନିଯୁକ୍ତ କରିବାକୁ ଦଳ ଆଲୋଚନା କରିଛି। ଦଳ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଖୁବ ଶୀଘ୍ର ନିର୍ବାଚନ ଏବଂ ସଂଗଠନର ରିପୋର୍ଟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିକଟରେ ଦାଖଲ ହେବ। କେବଳ ଏତିକି ନୁହେଁ, ୟୁପିରେ ଆବଶ୍ୟକ ପଡ଼ିଲେ ରାଜନୈତିକ ଦଳ ସହିତ ଶିବସେନା ବୁଝାମଣା କରିପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚାରପତିଙ୍କୁ ହତ୍ୟା ମାମଲାରେ ୫୩ ହୋଟେଲରେ ଚଢ଼ାଉ, ୧୭ ଗିରଫ…

ରାଞ୍ଚି,୨।୮: ଝାଡ଼ଖଣ୍ଡର ଧାନବାଦରେ ଅଟୋ ଧକ୍କା କରି ଅତିରିକ୍ତ ଜିଲା ବିଚାରପତି ଉତ୍ତମ ଆନନ୍ଦଙ୍କ ହତ୍ୟା ଘଟଣାରେ ଏସ୍‌ଆଇଟି ଟିମ୍‌ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।...

ମନ୍‌ କି ବାତ୍‌: ୩୦୦ ଫୁଟ ମାଟି ତଳେ ବାସ କରୁଥିବା ବଡ଼ମାଛ ବିଷୟରେ ସୂଚନା ଦେଲେ ମୋଦି

ନୂଆଦିଲ୍ଲୀ, ୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୨ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମେଘାଳୟର ଗୁମ୍ଫାରେ ମିଳୁଥିବା ଏକ ଦୁର୍ଲଭ ପ୍ରଜାତିର ମାଛ ସମ୍ପର୍କରେ...

ଟୁଇଟର ଇଣ୍ଡିଆର ମୁଖ୍ୟ ମନିଷ ମାହେଶ୍ୱରୀଙ୍କ ବଦଳି

ନୂଆଦିଲ୍ଲୀ,୧୩ ।୮: ଟୁଇଟର ଇଣ୍ଡିଆର ମୁଖ୍ୟ ମନିଷ ମାହେଶ୍ୱରୀଙ୍କୁ ଭାରତରୁ ବଦଳି କରି ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ପୁଣିଥରେ ଆମେରିକା ଡାକିଛି । ତାଙ୍କ ବଦଳି...

ପୁରୋହିତ, ବରିଷ୍ଠ ସନ୍ଥଙ୍କ ପାଇଁ ଯୋଗୀଙ୍କ ନୂଆ ଯୋଜନା

ଲକ୍ଷ୍ନୌ,୨୧ ।୪: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପୁରୋହିତ ଓ ବରିଷ୍ଠ ସନ୍ଥଙ୍କ ଲାଭକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ...

ଭିଡିଓ କଲ୍‌ରେ ବାହାଘର

ପାଟନା, ୨୫।୩: କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୫ଶହ ଟପିଥିବା ବେଳେ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସକୁ ଗୁରୁତ୍ୱ...

ବିଧାୟକଙ୍କ ପାଇଁ ଦିନକୁ ହୋଟେଲରେ ଖର୍ଚ୍ଚ ହେଉଛି ୯ ଲକ୍ଷ, ବନ୍ୟା ପୀଡ଼ିତଙ୍କୁ ଅଣଦେଖା…

ନୂଆଦିଲ୍ଲୀ, ୨୬।୬ : ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି ଯେ ଆମ ବିଧାୟକଙ୍କ ପାଇଁ ଆସାମର ରେଡିସନ ବ୍ଲୁ...

ଶେୟାର ବଜାରରେ ରେକର୍ଡ, ପ୍ରଥମ ଥର ପାଇଁ ସେନସେକ୍ସ୍‌ ଟପିଲା ୫୭ ହଜାର ଅଙ୍କ…

ମୁମ୍ବାଇ,୩୧।୮: ଭାରତୀୟ ଶେୟାର ବଜାରରେ ମଙ୍ଗଳବାର ରେକର୍ଡ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ସେନସେକ୍ସ୍‌ ୫୭ ହଜାର ଅଙ୍କ ଟପିଛି। ପୂର୍ବାହ୍ନ ୯ଟା ୨୪ରେ...

ଉଠିବ କି ଆଉ ଏକ ଝଡ଼

ନୂଆଦିଲ୍ଲୀ,୧୯ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଜୈନ କମିଶନ ୧୯୯୭ ଅଗଷ୍ଟ ୨୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲଙ୍କ ସରକାରଙ୍କ...

Advertisement
Archives

Model This Week