Posted inଜାତୀୟ

ଭାଜପା ସହିତ ଶିବସେନାର ୩୩ ବର୍ଷର ମେଣ୍ଟ, ୭୩ ଆସନରୁ ୫୬ରେ ପହଞ୍ଚିଛି ଶିବସେନା…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ସିନ୍ଧେ ୨୦ ଜୁନ ରାତିରେ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଜୁନ୍‌ ୨୨ ରେ ରାତି ୮ ଟା ୧୧ରେ ଏକାସାଙ୍ଗରେ ଦୁଇଟି ଟୁଇଟ କରିଥିଲେ। ସେ ଲେଖିଥିଲେ ଗତ ଅ ଅଢ଼େଇ ବର୍ଷ ମଧ୍ୟରେ ମହା ବିକାଶ ଅଘାଡ଼ି(ଏମଭିଏ) ସରକାର କେବଳ ନିର୍ବାଚନମଣ୍ଡଳୀରେ ଉପକୃତ ହୋଇଛନ୍ତି ଏବଂ ଶିବ ସୈନିିକମାନେ ବହୁ କ୍ଷତି ସହିଛନ୍ତି। ଦଳ ଏବଂ ଶିବ ସୈନିକଙ୍କ ବଞ୍ଚିବା ପାଇଁ ଏହି ଅସନ୍ତୁଷ୍ଟ ମିଳିତ ମେଣ୍ଟରୁ ବାହାରିବା ଆବଶ୍ୟକ।

ଏହା ବିଦ୍ରୋହର ସବୁଠାରୁ ବଡ କାରଣ ବୋଲି ସିନ୍ଧେ ଏବଂ ତାଙ୍କ ସହଯୋଗୀ ବିଧାୟକମାନେ କହିଥିଲେ। ବିଦ୍ରୋହୀ ଶିବସେନା ବିଧାୟକ ଦୀପକ କେସରକର ଜୁନ ୨୭ରେ ଉଦ୍ଧବ ଠାକରେଙ୍କୁ ଏକ ଖୋଲା ଚିଠିରେ କହିଥିଲେ ଯେ ଭାଜପା-ଶିବସେନା ମିଳିତ ମେଣ୍ଟ ମହାରାଷ୍ଟ୍ରକୁ ଉଚ୍ଚ ସ୍ଥାନକୁ ନେଇଯିବ।

ତେବେ ଶିବସେନା ଏବଂ ଭାଜପା ମଧ୍ୟରେ ମେଣ୍ଟ ପ୍ରକୃତରେ ସ୍ବାଭାବିକ କି? ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଭାଜପା-ଶିବସେନା ମିଳିତ ମେଣ୍ଟର ତଥ୍ୟକୁ ଦେଖାଯାଏ, ତେବେ ସମୀକରଣ ସମ୍ପୂର୍ଣ୍ଣ ବିପରୀତ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି।

ଭାଜପା ସହିତ ଶିବସେନାର ଗତ ୩୩ ବର୍ଷର ମେଣ୍ଟ ମଧ୍ୟରେ ଭାଜପା ଫାଇଦାରେ ରହିଛି। ଭାଜପା ରାଜ୍ୟରେ ୪୨ ଆସନରୁ ୧୦୬ରେ ପହଞ୍ଚିଛି। ଅପରପକ୍ଷରେ ଏହି ମେଣ୍ଟରୁ ଶିବସେନା କ୍ଷତି ସହିଛି। ଶିବସେନା ରାଜ୍ୟରେ ୭୩ ଆସନରୁ ୫୬ ଆସନ ହାସଲ କରିବାକୁ ସକ୍ଷମ ହୋଇଛି। ଅର୍ଥାତ୍‌ ମହାରାଷ୍ଟ୍ରରେ ଭାଜପା ୧୫୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଶିବସେନା ୨୪ ପ୍ରତିଶତ ହ୍ରାସ ପାଇଛି।

ହିନ୍ଦୁତ୍ୱ ଲହର ମଧ୍ୟରେ ୩୩ ବର୍ଷ ପୂର୍ବେ ୧୯୮୯ରେ ଭାଜପା ଏବଂ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିଲା। ତେବେ ଭାଜପା ସହିତ ଶିବସେନାର ସଙ୍ଗଠାନିକ ସହଯୋଗ ୧୯୮୪ରେ ଆରମ୍ଭ ହୋଇଥିଲା। ସେତେବେଳେ ଶିବସେନାର ମନୋହର ଯୋଶୀଙ୍କ ସମେତ ଦୁଇ ନେତା ମୁମ୍ବାଇରୁ ଲୋକସଭା ନିର୍ବାଚନରେ ଭାଜପା ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ହାରି ଯାଇଥିଲେ।

ପ୍ରମୋଦ ମହାଜନ ଶିବସେନା-ଭାଜପା ମିଳିତ ମଞ୍ଚର ସୂତ୍ରଧର ଥିଲେ। ସେ ସେତେବେଳେ ଭାଜପାର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ବାଲ ଠାକରେଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଥିଲା। ସେହି ସମୟରେ ଭାଜପା ସମଗ୍ର ଦେଶରେ ଦଳ ବିସ୍ତାର କରୁଥିଲା ଏବଂ ମହାରାଷ୍ଟ୍ରରେ ଏକ ଆଞ୍ଚଳିକ ଶକ୍ତି ଆବଶ୍ୟକ କରୁଥିଲା। ଏଭଳି ପରିସ୍ଥିତିରେ ଶିବସେନା ଭାଜପା ପାଇଁ ସର୍ବୋତ୍ତମ ବିକଳ୍ପ ଥିଲା କାରଣ ଉଭୟ ଦଳର ଆଦର୍ଶ ସମାନ ଥିଲା। କିନ୍ତୁ ମିଳିତ ମେଣ୍ଟରୁ ଶିବସେନାର କ୍ଷତି ହୋଇଥିବାବେଳେ ଭାଜପା ଲାଭରେ ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri