Posted inଜାତୀୟ

ଭାଜପା ସହିତ ଶିବସେନାର ୩୩ ବର୍ଷର ମେଣ୍ଟ, ୭୩ ଆସନରୁ ୫୬ରେ ପହଞ୍ଚିଛି ଶିବସେନା…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ସିନ୍ଧେ ୨୦ ଜୁନ ରାତିରେ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଜୁନ୍‌ ୨୨ ରେ ରାତି ୮ ଟା ୧୧ରେ ଏକାସାଙ୍ଗରେ ଦୁଇଟି ଟୁଇଟ କରିଥିଲେ। ସେ ଲେଖିଥିଲେ ଗତ ଅ ଅଢ଼େଇ ବର୍ଷ ମଧ୍ୟରେ ମହା ବିକାଶ ଅଘାଡ଼ି(ଏମଭିଏ) ସରକାର କେବଳ ନିର୍ବାଚନମଣ୍ଡଳୀରେ ଉପକୃତ ହୋଇଛନ୍ତି ଏବଂ ଶିବ ସୈନିିକମାନେ ବହୁ କ୍ଷତି ସହିଛନ୍ତି। ଦଳ ଏବଂ ଶିବ ସୈନିକଙ୍କ ବଞ୍ଚିବା ପାଇଁ ଏହି ଅସନ୍ତୁଷ୍ଟ ମିଳିତ ମେଣ୍ଟରୁ ବାହାରିବା ଆବଶ୍ୟକ।

ଏହା ବିଦ୍ରୋହର ସବୁଠାରୁ ବଡ କାରଣ ବୋଲି ସିନ୍ଧେ ଏବଂ ତାଙ୍କ ସହଯୋଗୀ ବିଧାୟକମାନେ କହିଥିଲେ। ବିଦ୍ରୋହୀ ଶିବସେନା ବିଧାୟକ ଦୀପକ କେସରକର ଜୁନ ୨୭ରେ ଉଦ୍ଧବ ଠାକରେଙ୍କୁ ଏକ ଖୋଲା ଚିଠିରେ କହିଥିଲେ ଯେ ଭାଜପା-ଶିବସେନା ମିଳିତ ମେଣ୍ଟ ମହାରାଷ୍ଟ୍ରକୁ ଉଚ୍ଚ ସ୍ଥାନକୁ ନେଇଯିବ।

ତେବେ ଶିବସେନା ଏବଂ ଭାଜପା ମଧ୍ୟରେ ମେଣ୍ଟ ପ୍ରକୃତରେ ସ୍ବାଭାବିକ କି? ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଭାଜପା-ଶିବସେନା ମିଳିତ ମେଣ୍ଟର ତଥ୍ୟକୁ ଦେଖାଯାଏ, ତେବେ ସମୀକରଣ ସମ୍ପୂର୍ଣ୍ଣ ବିପରୀତ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି।

ଭାଜପା ସହିତ ଶିବସେନାର ଗତ ୩୩ ବର୍ଷର ମେଣ୍ଟ ମଧ୍ୟରେ ଭାଜପା ଫାଇଦାରେ ରହିଛି। ଭାଜପା ରାଜ୍ୟରେ ୪୨ ଆସନରୁ ୧୦୬ରେ ପହଞ୍ଚିଛି। ଅପରପକ୍ଷରେ ଏହି ମେଣ୍ଟରୁ ଶିବସେନା କ୍ଷତି ସହିଛି। ଶିବସେନା ରାଜ୍ୟରେ ୭୩ ଆସନରୁ ୫୬ ଆସନ ହାସଲ କରିବାକୁ ସକ୍ଷମ ହୋଇଛି। ଅର୍ଥାତ୍‌ ମହାରାଷ୍ଟ୍ରରେ ଭାଜପା ୧୫୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଶିବସେନା ୨୪ ପ୍ରତିଶତ ହ୍ରାସ ପାଇଛି।

ହିନ୍ଦୁତ୍ୱ ଲହର ମଧ୍ୟରେ ୩୩ ବର୍ଷ ପୂର୍ବେ ୧୯୮୯ରେ ଭାଜପା ଏବଂ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିଲା। ତେବେ ଭାଜପା ସହିତ ଶିବସେନାର ସଙ୍ଗଠାନିକ ସହଯୋଗ ୧୯୮୪ରେ ଆରମ୍ଭ ହୋଇଥିଲା। ସେତେବେଳେ ଶିବସେନାର ମନୋହର ଯୋଶୀଙ୍କ ସମେତ ଦୁଇ ନେତା ମୁମ୍ବାଇରୁ ଲୋକସଭା ନିର୍ବାଚନରେ ଭାଜପା ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ହାରି ଯାଇଥିଲେ।

ପ୍ରମୋଦ ମହାଜନ ଶିବସେନା-ଭାଜପା ମିଳିତ ମଞ୍ଚର ସୂତ୍ରଧର ଥିଲେ। ସେ ସେତେବେଳେ ଭାଜପାର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ବାଲ ଠାକରେଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଥିଲା। ସେହି ସମୟରେ ଭାଜପା ସମଗ୍ର ଦେଶରେ ଦଳ ବିସ୍ତାର କରୁଥିଲା ଏବଂ ମହାରାଷ୍ଟ୍ରରେ ଏକ ଆଞ୍ଚଳିକ ଶକ୍ତି ଆବଶ୍ୟକ କରୁଥିଲା। ଏଭଳି ପରିସ୍ଥିତିରେ ଶିବସେନା ଭାଜପା ପାଇଁ ସର୍ବୋତ୍ତମ ବିକଳ୍ପ ଥିଲା କାରଣ ଉଭୟ ଦଳର ଆଦର୍ଶ ସମାନ ଥିଲା। କିନ୍ତୁ ମିଳିତ ମେଣ୍ଟରୁ ଶିବସେନାର କ୍ଷତି ହୋଇଥିବାବେଳେ ଭାଜପା ଲାଭରେ ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ଭଳି କି ଭଳି ବାଣ ଫୁଟା...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri