ଶିଶିର କୁମାର ରଥ ନୂଆ ପିସିସିଏଫ୍‌

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ବରିଷ୍ଠ ଆଇଏଫ୍‌ଏସ୍‌ ଅଫିସର ଶିଶିର କୁମାର ରଥଙ୍କୁ ରାଜ୍ୟ ସରକାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ସେ ରାଜ୍ୟର ଫରେଷ୍ଟ ଫୋର୍ସର ମୁଖ୍ୟ ଦାୟିତ୍ୱ ଭାର ମଧ୍ୟ ସମ୍ଭାଳିବେ। ୧୯୮୭ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଫିସର ରଥ ବର୍ତ୍ତମାନ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରେ ଅତିରିକ୍ତ ମହାନିର୍ଦ୍ଦେଶକ (ଜଙ୍ଗଲ ସଂରକ୍ଷଣ) ଭାବେ କାର୍ଯ୍ୟ କରୁଛନ୍ତି। ଗତ ୯ ତାରିଖରେ ତାଙ୍କୁ ନିଜ ଗୃହ (ଓଡ଼ିଶା) କ୍ୟାଡରକୁ ଫେରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ସୂଚନାଯୋଗ୍ୟ, ଗତ ଜାନୁୟାରୀ ୩୧ରେ ପିସିସିଏଫ୍‌ ପଦବୀ ଖାଲି ପଡ଼ିଥିଲା। ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଅବସର ନେବା ପରେ ଜିତେନ୍ଦ୍ର କୁମାରଙ୍କୁ ଇନ୍‌ଚାର୍ଜ ଭାବେ ଦାୟିତ୍ୱ ଦିଆଯାଇଥିଲା। ବର୍ତ୍ତମାନ ରାଜ୍ୟରେ ଜଙ୍ଗଲ ନିଆଁ ବ୍ୟାପୁଥିବାରୁ ବନ ବିଭାଗ ସମାଲୋଚିତ ହେଉଛି। ତେଣୁ ନୂଆ ପିସିସିଏଫ୍‌ ନିଯୁକ୍ତି ବେଶ୍‌ ଗୁରୁତ୍ୱ ବହନ କରିବ ବୋଲି ଆଶା କରାଯାଉଛି। ତେବେ ରାଜ୍ୟରେ ଏବେ ବି ପିସିସିଏଫ୍‌(ବନ୍ୟପ୍ରାଣୀ) ପଦବୀ ଖାଲି ପଡ଼ିଛି। ପିସିସିଏଫ୍‌ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ଜାନୁୟାରୀ ୩୧ରେ ଅବସର ନେଇଥିଲେ। ଆଡିଶନାଲ ପିସିସିଏଫ୍‌ ବନ୍ୟପ୍ରାଣୀ ଥିବା ଶଶୀ ପଲ ଉକ୍ତ ଦାୟିତ୍ୱ ତୁଲାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ଖଣ୍ଡଗିରି, ଜମୁଛି ବେପାର

ଭୁବନେଶ୍ୱର, ୩୦।୧ (ବ୍ୟୁରୋ):ପବିତ୍ର କୁମ୍ଭମେଳାର ଦ୍ୱିତୀୟ ଦିନରେ ମନ୍ତ୍ରଧ୍ୱନି, ପାରାୟଣ, ପ୍ରବଚନ ଓ ଭଜନ କୀର୍ତ୍ତନରେ ଖଣ୍ଡଗିରି ପାହାଡ଼ ପ୍ରକମ୍ପିତ ହେଉଛି। ସକାଳରୁ ରାତି ଯାଏ...

ବିପଦ ଆଣିପାରେ ରକ୍ଷାକବଚ

ଭୁବନେଶ୍ୱର, ୧୬ା୪: କରୋନା ଲଢେଇରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ରାଜ୍ୟର ହଜାର ହଜାର ସ୍ବାସ୍ଥ୍ୟକର୍ମୀ। ଡାକ୍ତରଙ୍କଠାରୁ ଆରମ୍ଭ କରି ନର୍ସ, ଆଟେଣ୍ଡାଣ୍ଟ୍‌ ଓ କର୍ମଚାରୀ ପ୍ରତିଦିନ...

ବାଲେଶ୍ୱରରେ ଆଉ ୨ କରୋନା ପଜିଟିଭ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ଛୁଇଁଲା

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା...

ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା

କଟକ,୨୭ା୭: ଆସନ୍ତାବର୍ଷ ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ସହ ମଧ୍ୟମା, ରାଜ୍ୟ...

ଆଜିଠୁ ଜେଇଇ ମେନ୍‌ ପରୀକ୍ଷା

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଆଜି ଜେଇଇ ମେନ୍‌-ପରୀକ୍ଷା। ଓଡ଼ିଶାର ୨୪ଟି ସହରରେ ଏହି ପରୀକ୍ଷା ହେଉଛି। ୩୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ୨୦୨୨ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ...

ନନ୍ଦନକାନନରେ ଗାଇଡ୍‌ଙ୍କୁ କାମୁଡ଼ିଲା ଭାଲୁ

ବାରଙ୍ଗ,୨୮।୧୦(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଧବାର ଏକ ଅଘଟଣ ଦେଖିବାକୁ ମିଳିଛି। ଅପରାହ୍ନ ସମୟରେ ଭାଲୁ ସଫାରିରେ ଯାଇଥିବା ଜଣେ ଗାଇଡ୍‌ ଭାଲୁକୁ ଖାଦ୍ୟ ଦେଉଥିବାବେଳେ...

ପିପିଲି ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ଭାଜପା: ଜାଣନ୍ତୁ କିଏ କିଏ ରହିଛନ୍ତି…

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ପୁରୀ ଜିଲା ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବାବେଳେ...

ଟଙ୍କା ପାଇବା ଆଶଙ୍କାରେ ଜମାକାରୀ

ଖୋର୍ଦ୍ଧା ଅଫିସ,୧୧ା୪: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନସ୍ଥ ରାଉତପଡ଼ା ଶାଖାରେ ଶତାଧିକ ଗ୍ରାମବାସୀଙ୍କ ୧କୋଟି ୫୦ଲକ୍ଷ ସ୍ଥାୟୀ ଜମା ଓ ସଞ୍ଜୟ ଟଙ୍କା ହେରଫେର...

Advertisement
Archives

Model This Week