ଛାତ୍ର, ଶିକ୍ଷକଙ୍କୁ ଯୋଡ଼ିବ ଶିକ୍ଷାଜ୍ୟୋତି ପୋର୍ଟାଲ

ଭୁବନେଶ୍ୱର,୫ା୧୧(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ ସିଙ୍ଗଲ୍‌ ଓ୍ବିଣ୍ଡୋଜ୍‌ ପୋର୍ଟାଲ ‘ଶିକ୍ଷାଜ୍ୟୋତି’ ଛାତ୍ର ଓ ଶିକ୍ଷକଙ୍କ ଭାବବିନିମୟରେ ସହାୟକ ହେବ। ଗତ ସେପ୍ଟେମ୍ବର ୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପୋର୍ଟାଲର ଉଦ୍‌ଘାଟନ କରିଥିବାବେଳେ ବର୍ତ୍ତମାନ ତାହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହି ପୋର୍ଟାଲର ଉପଯୋଗ କରି ଛାତ୍ରୀଛାତ୍ରଙ୍କ ସହ ଶିକ୍ଷୟିତ୍ରୀଶିକ୍ଷକ ଯୋଡ଼ିହେବା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆର୍‌ ଆୟର୍‌ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।

ଏହି ପୋର୍ଟାଲ ମାଧ୍ୟମରେ ଛାତ୍ରୀଛାତ୍ର ସେମାନଙ୍କ ପାଠ୍ୟକ୍ରମ ଓ ବିଷୟବସ୍ତୁ ଆଧାରରେ ପ୍ରଶ୍ନ ପଚାରିବେ। ଶିକ୍ଷୟିତ୍ରୀଶିକ୍ଷକଙ୍କୁ ବିସ୍ତୃତ ଭାବେ ପ୍ରଶ୍ନଗୁଡ଼ିକର ଉତ୍ତର ରଖିବାକୁ ହେବ। ଭଲଭାବରେ ବୁଝିବା ପାଇଁ ଆବଶ୍ୟକ ସ୍ଥଳେ ଉଭୟ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକ ଭିଡିଓ, ଫଟୋ କିମ୍ବା ଲେଖା ଯୋଡ଼ିପାରିବେ। ସେହିପରି ଭିଡିଓ ଲର୍ନିଂ ଜରିଆରେ ଛାତ୍ରୀଛାତ୍ରଙ୍କ ପ୍ରଶ୍ନର ଉତ୍ତର ଭିଡିଓ ମାଧ୍ୟମରେ ମଧ୍ୟ ରଖାଯାଇପାରିବ। ସେହିପରି ପାଠ୍ୟକ୍ରମ ଆଧାରିତ ନୋଟ୍‌ ପିଡିଏଫ୍‌ ମାଧ୍ୟମରେ ଡାଉନ୍‌ଲୋଡ୍‌ କରିବାର ସୁବିଧା ମଧ୍ୟ ରହିବ। ଅନ୍ୟପଟେ ବିଭିନ୍ନ ଶିକ୍ଷଣ ବିଷୟବସ୍ତୁ ପରେ ସାଧାରଣ ଆଲୋଚନାର ମଧ୍ୟ ଆୟୋଜନ କରାଯାଇପାରିବ। https://sikhyajyoti.odisha.gov.inରେ ଲଗଇନ୍‌ କରି ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକ ଏହି ପୋର୍ଟାଲ ବ୍ୟବହାର କରିପାରିବେ। ଶିକ୍ଷୟିତ୍ରୀଶିକ୍ଷକ ମୋବାଇଲ ନମ୍ବର ବ୍ୟବହାର କରି ଓଟିପି ଦେବା ପରେ ଲଗ୍‌ଇନ୍‌ କରିପାରିବେ। ସେହିପରି ଛାତ୍ରୀଛାତ୍ର ସାମସ ସିଏଫ୍‌ କ୍ରମିକ ସଂଖ୍ୟାକୁ ଲଗଇନ୍‌ରେ ବ୍ୟବହାର କରିବେ। ଡିଫଲ୍ଟ ପାସ୍‌ଓ୍ବାର୍ଡ ୧୨୩୪୫୬ ରହିବାକୁ ଥିବାବେଳେ ପ୍ରଥମ ଲଗଇନ୍‌ ସମୟରେ ଛାତ୍ରୀଛାତ୍ର ସେମାନଙ୍କ ପାସ୍‌ଓ୍ବାର୍ଡ ସେଟ୍‌ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କି ଦଣ୍ଡ ମିଳିବ ଉଦୟନିଧି ଷ୍ଟାଲିନଙ୍କୁ ,ସେ ତ୍ରିଶାଙ୍କ ବିଷୟରେ କ’ଣ କହିଥିଲେ? ଥାଲାପତି ବିଜୟଙ୍କ ସହ ଅଭିନେତ୍ରୀଙ୍କ ସମ୍ପର୍କ କ’ଣ? ଜାଣନ୍ତୁ ….

ଚେନ୍ନାଇ,୪।୮: ତ୍ରିଶା କୃଷ୍ଣନଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେଇ ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗୁରୁତର ସମସ୍ୟାରେ ପଡ଼ିଛନ୍ତି। ଜଣେ ଘନିଷ୍ଠ ବନ୍ଧୁଙ୍କ ବିଷୟରେ ଏହି ମନ୍ତବ୍ୟ…

ଗିରଫ ହେବା ପରେ ଉଦୟନିଧି ଷ୍ଟାଲିନଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ-ମୁଁ କ’ଣ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଛି। ଅଭିନେତ୍ରୀ ତ୍ରିଶାଙ୍କୁ ନେଇ କରିଥିବା ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ତ୍ରିଶାଙ୍କୁ ନେଇ କଥିତ ଦ୍ୱିଅର୍ଥବୋଧକ…

ବିଦେଶରେ ଥାଇ ଏମିତି କାମ କଲେ ପ୍ରିୟଙ୍କା ଚୋପ୍ରା: ସମସ୍ତେ କହୁଛନ୍ତି ବାଃ ବାଃ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ରାଜ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ। ବଲିଉଡରେ ସଫଳତା ହାସଲ କରିବା ପରେ ସେ ଅନେକ ବର୍ଷ ଧରି…

ଭାଜପାର ପରାଜୟ ପରେ ମୋଦିଙ୍କ ସହ ବଡ଼ ଆଲୋଚନା କଲେ ନୀତିନ ନବୀନ? ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୪।୮: ସଂସଦ ଅଧିବେଶନ ମଧ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ‘ମଙ୍ଗଳ ମିଳନ’ ସମାବେଶରୁ ଏକ ଆକର୍ଷଣୀୟ ଫଟୋ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା…

ଉପନିର୍ବାଚନରେ ପରାଜୟ ପରେ ଭାଜପା ମହଲରେ ହଲଚଲ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ନୂଆଦିଲ୍ଲୀ,୪।୮: ବିହାରର ପାଟନା ସ୍ଥିତ ବାଙ୍କିପୁର ବିଧାନସଭା ଆସନର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପରାଜୟ ପରେ ଜନତା ଦଳ (ୟୁନାଇଟେଡ)ର ନେତା ଏବଂ ରାଜ୍ୟ…

‘ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି’: ଉପନିର୍ବାଚନ ଫଳାଫଳକୁ ନେଇ ତେର୍ଚ୍ଛାବାଣ ମାରିଲେ ଧର୍ମେନ୍ଦ୍ର, କହିଲେ…

ନୂଆଦିଲ୍ଲୀ,୪।୮: ବାଙ୍କିପୁର ଉପନିର୍ବାଚନର ଫଳାଫଳକୁ ନେଇ ସମାଜବାଦୀ ପାର୍ଟିର ସାଂସଦ ଧର୍ମେନ୍ଦ୍ର ଯାଦବ ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ କଡ଼ା ଆକ୍ରମଣ କରିଛନ୍ତି। ଦିଲ୍ଲୀରେ ଲୋକ…

ଚିଚର୍ଲା ଉଦ୍ୟାନ ବିଭାଗରେ ନାହିଁ ପାଣି ସୁବିଧା: ଶ୍ରୀହୀନ ପଡ଼ିଛି ନର୍ସରି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁ ନିକଟରେ ଥିବା ଜାତୀୟ ରାଜପଥ ୨୬ ନିକଟରେ ଥିବା ଉଦ୍ୟାନ ବିଭାଗର…

ଆସାମ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର-ହତ୍ୟା ମାମଲାରେ ତିନି ନାବାଳକ ଗିରଫ

ଦିସପୁର,୪।୮: ଆସାମର ହାଇଲାକାଣ୍ଡି ଜିଲାରେ ଜଣେ ୧୫ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଅପରାଧରେ ତିନି ଜଣ ଅଭିଯୁକ୍ତଙ୍କୁ ଅଭିଯୁକ୍ତ କରାଯାଇଛି, ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri