Posted inଜାତୀୟ

ଉଦ୍ଧବଙ୍କ ଭୁଲ ପାଇଁ ବଞ୍ଚିଗଲେ ଶିନ୍ଦେ ସରକାର: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୧।୫ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବନାମ ଉଦ୍ଧବ ଠାକରେଙ୍କ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ୧୬ ମହାରାଷ୍ଟ୍ର ବିଧାୟକଙ୍କ ଅଯୋଗ୍ୟ ମାମଲା ଏକ ବୃହତ ବେଞ୍ଚକୁ ପଠାଯାଇଛି। ସିଜେଆଇ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଏହି ରାୟ ପଢୁଥିବାବେଳେ କହିଛନ୍ତି ୭ ଜଣିଆ ଖଣ୍ଡପୀଠ ମହାରାଷ୍ଟ୍ର ବିବାଦର ବିଚାର କରିବେ। ଶିବସେନା ଉପରେ ଇସିଙ୍କ ନିଷ୍ପତ୍ତି ସମ୍ପର୍କରେ ସିଜେଆଇ କହିଛନ୍ତି ନିର୍ବାଚନ ଆୟୋଗ ଏହି ନିର୍ବାଚନୀ ଚିହ୍ନ ଦେଇପାରିବ। ହ୍‌

ବାଚସ୍ପତିଙ୍କୁ ପଦରୁ ହଟାଇବା ପାଇଁ ବିଜ୍ଞପ୍ତି ବିଚାରାଧୀନ ଥିବାବେଳେ ବଡ଼ ବେଞ୍ଚକୁ ନିଷ୍ପତ୍ତି ନେବାକୁ ପଡ଼ିବ। ନବାମ ରାବିଆ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଏଭଳି ମାମଲାରେ ଅଯୋଗ୍ୟତା ଉପରେ ବାଚସ୍ପତି ନିଷ୍ପତ୍ତି ନେଇ ପାରିବେ ନାହିଁ ତେଣୁ ସମ୍ବିଧାନ ବେଞ୍ଚ ଏହି ପ୍ରସଙ୍ଗକୁ ଏକ ବୃହତ ବେଞ୍ଚକୁ ପଠାଇ ଦେଇଛନ୍ତି।

ବାଚସ୍ପତି କେବଳ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ହ୍ବିପକୁ ଚିହ୍ନିବା ଉଚିତ। ବାଚସ୍ପତି ଗୋଗାଭାଲେଙ୍କୁ ହ୍ବିପ୍‌ର ମାନ୍ୟତା ଦେବା ଉଚିତ ନୁହେଁ । ବାଚସ୍ପତି ହ୍ବିପ ଯାଞ୍ଚ କରିବାକୁ ଚେଷ୍ଟା କରିନାହାଁନ୍ତି। ହ୍ବିପ୍‌ ପରୀକ୍ଷା କରିବା ପରେ ହିଁ ନିଷ୍ପତ୍ତି ନେବା ଉଚିତ।

ଏହି ଆଦେଶରେ ରାଜ୍ୟପାଳଙ୍କ ଭୂମିକା ବିଷୟରେ ଆମେ ବିସ୍ତୃତ ଭାବରେ ଲେଖିଛୁ, କାରଣ ଆବେଦନକାରୀ ତାଙ୍କ ଭୂମିକା ଉପରେ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି ୍‌ ଦଳର ଆଭ୍ୟନ୍ତରୀଣ ବିବାଦର ସମାଧାନ ପାଇଁ ଫ୍ଲୋର ଟେଷ୍ଟ ବ୍ୟବହାର କରାଯାଇପାରିବ ନାହିଁ। ଏହି ପରୀକ୍ଷଣର ଆଧାର ଠିକ ନୁହେଁ। ରାଜ୍ୟପାଳଫ୍ଲୋର ଟେଷ୍ଟ ପାଇଁ ଡାକିବା ଠିକ ନୁହେଁ।

ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ବୋଲି ସିଜେଆଇ କହିଛନ୍ତି। ସିଜେଆଇ କହିଛି ଯଦି ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବା ପରେ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ, ତେବେ ସେ ଏବେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଫ୍ଲୋର ଟେଷ୍ଟକୁ ସାମ୍ନା ନ କରି ଇସ୍ତଫା ଦେଇଥିବାରୁ କୋର୍ଟ ଉଦ୍ଧବ ସରକାରଙ୍କ ପୁନଃସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇପାରିବ ନାହିଁ। ଉଦ୍ଧବଙ୍କ ଭୁଲ ପାଇଁ ଶିନ୍ଦେ ସରକାର ବଞ୍ଚି ଯାଇଛନ୍ତି।

ତେବେ ଫ୍ଲୋର ଟେଷ୍ଟପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତି ଭୁଲ ଏବଂ ଶିନ୍ଦେ ଦଳର ହ୍ବିପ ନିଯୁକ୍ତ କରିବାରେ ବାଚସ୍ପତିଙ୍କର ଭୁଲ ଥିଲା।

ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସରକାରଙ୍କ ସଂଖ୍ୟାଗରିଷ୍ଠତା ନାହିଁ ବୋଲି ଦାବି କରୁଥିବା ଚିଠି ଉପରେ ରାଜ୍ୟପାଳ କାର୍ଯ୍ୟ କରିବା ଉଚିତ ନୁହେଁ। ମହାରାଷ୍ଟ୍ରରେ ପୂର୍ବ ସ୍ଥିତି ପୁନଃସ୍ଥାପିତ ହୋଇପାରିବ ନାହିଁ। ବର୍ତ୍ତମାନର ସରକାର ରହିବେ। ସୁପ୍ରିମକୋର୍ଟ କହିଛନ୍ତି ବର୍ତ୍ତମାନର ବାଚସ୍ପତି ଅଯୋଗ୍ୟତା ଉପରେ ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ନିଶ୍ଚିତ? କୀର୍ତ୍ତି ଆଜାଦଙ୍କ ଭାଇ କଲେ ବଡ଼ ଦାବି

ପାଟନା,୩।୮: ବିହାରର ବାଙ୍କିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନର ଫଳାଫଳ ଆସୁଛି। ଇତି ମଧ୍ୟରେ, ପୂର୍ବତନ ଭାରତୀୟ ପୋଲିସ ସେବା (IPS) ଅଧିକାରୀ ଯଶୋବର୍ଦ୍ଧନ ଝା ଆଜାଦ…

ଷ୍ଟେଶନରେ ଚଲାବୁଲା କରୁଥିଲେ ଅଜଣା ବ୍ୟକ୍ତି, ହଠାତ୍‌ ହେଲା ରକ୍ତବାନ୍ତି, ଆଉ ତା’ ପରେ…

ନନ୍ଦପୁର,୩ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ପାଲିବା ରେଳ ଷ୍ଟେଶନ ବାହାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।…

ପ୍ରଧାନମନ୍ତ୍ରୀଙ୍କ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନାବାଳିକାଙ୍କ ବିରୁଦ୍ଧରେ ନିଆଯିବ ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩।୮: ଗତ ମାସରେ ଜନ୍ତର ମନ୍ତରରେ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଆୟୋଜିତ ଛାତ୍ର ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ BCCI ଗ୍ରହଣ କଲା ବଡ଼ କାର୍ଯ୍ୟାନୁଷ୍ଠାନ!

ନୂଆଦିଲ୍ଲୀ,୩।୮: ଆସାମ ଏବଂ ରେଳବାଇର ପୂର୍ବତନ କ୍ରିକେଟର ଶୁଭଦୀପ ଘୋଷଙ୍କୁ ଭାରତୀୟ ପୁରୁଷ କ୍ରିକେଟ ଦଳର ଫିଲ୍ଡିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯିବାକୁ ସ୍ଥିର ହୋଇଛି। ଜିମ୍ବାୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri