Posted inଜାତୀୟ

ଶିନ୍ଦେ ଧନୁତୀର ଚିହ୍ନ ଦାବି କରିପାରିବେ ନାହିଁ

ନୂଆଦିଲ୍ଲୀ,୮।୧୦: ଶିବସେନା ଓ ଏହାର ଚିହ୍ନକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ସୁପ୍ରିମକୋର୍ଟ ଏହାର ନିଷ୍ପତ୍ତି ନିର୍ବାଚନ କମିଶନଙ୍କ ଉପରେ ଛାଡ଼ିଥିଲେ। ଏକନାଥ ଓ ତାଙ୍କ ସମର୍ଥକ ବିଧାୟକମାନେ ସ୍ବେଚ୍ଛାକୃତ ଭାବେ ଶିବସେନା ଛାଡ଼ିଥିବାରୁ ସେମାନେ ଦଳୀୟ ଚିହ୍ନ ଧନୁତୀର ପାଇଁ ଦାବି କରିପାରିବେ ନାହିଁ ବୋଲି ଠାକ୍‌ରେ ନିର୍ବାଚନ କମିଶନଙ୍କୁ ଶୁକ୍ରବାର ଜଣାଇଛନ୍ତି। ଅନ୍ଧେରୀ ଇଷ୍ଟ ଆସନରେ ନଭେମ୍ବର ୩ରେ ହେବାକୁ ଯାଉଥିବା ବିଧାନସଭା ଉପନିର୍ବାଚନ ଲାଗି ଶିନ୍ଦେ ଗୋଷ୍ଠୀ ଧନୁତୀର ଚିହ୍ନ ଦାବି କରିଥିଲେ। ଠାକ୍‌ରେ ଗୋଷ୍ଠୀ ଉକ୍ତ ଆସନ ଲାଗି ଦିବଂଗତ ବିଧାୟକ ରମେଶ ଲାଟ୍‌କେଙ୍କ ସ୍ତ୍ରୀ ଋତୁଜାଙ୍କୁ ପ୍ରାର୍ଥୀ କରିଥିବାବେଳେ ଶିନ୍ଦେ ଗୋଷ୍ଠୀ ଭାଜପା ପ୍ରାର୍ଥୀ ମୁରଜୀ ପଟେଲଙ୍କକୁ ସମର୍ଥନ ଜଣାଇଛି। ଶିନ୍ଦେ ଗୋଷ୍ଠୀଙ୍କ ଦାବି ଉପରେ ନିର୍ବାଚନ କମିଶନ ଠାକ୍‌ରେଙ୍କ ଗୋଷ୍ଠୀକୁ ଜବାବ ମାଗିଥିଲେ।
ଗତ ଜୁନ୍‌ରେ ଠାକ୍‌ରେ ସରକାର କ୍ଷମତାରୁ ଯିବା ପରେ ପ୍ରଥମ ଥର ନିର୍ବାଚନ ଅନଷ୍ଠିତ ହେବାକୁ ଯାଉଛି। ଶିବସେନାରେ ବିଭାଜନ ପରେ ଭାଜପା ସମର୍ଥନରେ ଏକନାଥ ଶିନ୍ଦେ ସରକାର ଗଢ଼ିଥିବାବେଳେ ତାଙ୍କ ପଛରେ ସଂଖ୍ୟାଧିକ ଦଳୀୟ ବିଧାୟକ ଓ ଏମ୍‌ପିଙ୍କ ସମର୍ଥନ ରହିଛି। ତେଣୁ ତାଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବେ ସ୍ବୀକୃତି ଦେବା ସହ ଧନୁତୀର ଚିହ୍ନ ପ୍ରଦାନ ଲାଗି ଶିନ୍ଦେ ଦାବି କରୁଛନ୍ତି। ଅନ୍ୟପକ୍ଷରେ ବ୍ୟବସ୍ଥା ଅନୁଯାୟୀ ଦଳର ଅଧ୍ୟକ୍ଷ ରହିଥିବା ଠାକ୍‌ରେ କହିଛନ୍ତି, ଶିନ୍ଦେ ଗୋଷ୍ଠୀ ବିଧାୟକମାନଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ଆବେଦନ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଥିବାରୁ ସେମାନଙ୍କୁ ଦଳର ସଦସ୍ୟ ଭାବେ ଗଣାଯିବା ଉଚିତ ନୁହେଁ। ଦଳୀୟ ସଦସ୍ୟଙ୍କଠାରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ସତ୍ୟପାଠ ସଂଗ୍ରହ ଲକ୍ଷ୍ୟ ରଖିଥିବା ଠାକ୍‌ରେ କହିଛନ୍ତି, ତାଙ୍କ ବାପା ବାଲ୍‌ ଠାକ୍‌ରେ ୫୦ ବର୍ଷ ପୂର୍ବେ ଦଳ ପ୍ରତିଷ୍ଠା କରିଥିଲେ। ଅନ୍ୟପକ୍ଷରେ ଶିନ୍ଦେ ନିଜକୁ ବାଲ୍‌ ଠାକ୍‌ରେଙ୍କ ହିନ୍ଦୁତ୍ୱର ପ୍ରକୃତ ଲିଗାସୀ ବୋଲି ଦାବି କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ସଫଳତା: ୪ ବର୍ଷରେ ଲିଙ୍ଗ ଅନୁପାତ ହଜାରେ ପିଛା ୯୨୩ରୁ ୯୩୧କୁ ବୃଦ୍ଧି

ନୂଆଦିଲ୍ଲୀ,୨୩।୬: ଗତ ୪ ବର୍ଷ ମଧ୍ୟରେ ଦେଶରେ ଲିଙ୍ଗ ଅନୁପାତ ହଜାରେ ପୁରୁଷଙ୍କ ପିଛା ୯୨୩ରୁ ୯୩୧କୁ ବୃଦ୍ଧି ପାଇଛି। ୨୦୧୫ଠାରୁ ୨୦୧୯ ମଧ୍ୟରେ ଲିଙ୍ଗ...

ମୋଦିଙ୍କ ଟୁଇଟ୍‌ ଦେଖି ରାଗିଗଲା ଚାଇନା: ଭାରତ ଦେଲା ଜବାବ

ନୂଆଦିଲ୍ଲୀ,୮।୭: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଗତ କିଛି ବର୍ଷ ଧରି ଭାରତରେ ରହିଆସୁଛନ୍ତି। ଏହିଠାରୁ ହିଁ ସେ ନିଜର ଧର୍ମ ଓ ସଂସ୍କୃତିକୁ ସାରା...

ଏପ୍ରିଲ ୧୭ରେ ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନ

ନୂଆଦିଲ୍ଲୀ,୧୫।୪: ଦିଲ୍ଲୀ ବିଧାନସଭାରେ ୧୭ ଏପ୍ରିଲ(ସୋମବାର)କୁ ଦିନିକିଆ ବିଶେଷ ଅଧିବେଶନ ଡକାଯାଇଛି। ଏହି ବିଶେଷ ଅଧିବେଶନ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଡକାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ...

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଶବ୍ଦ କହି ଅଡୁଆରେ ପ୍ରିୟଙ୍କ ଖାର୍ଗେ, ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରି ଅଡୁଆରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ତଥା ବିଧାୟକ ପ୍ରିୟଙ୍କ ଖାର୍ଗେ।...

ମାନଙ୍କ ମଦ୍ୟପାନ ଯୋଗୁ ବିମାନ ଉଡାଣରେ ହୋଇଥିଲା କି ବିଳମ୍ବ: ଲୁଫଥାନ୍ସା ଏୟାରଲାଇନ୍ସ ରଖିଲା ପ୍ରତିକ୍ରିୟା

ଚଣ୍ଡିଗଡ଼,୨୦।୯: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ମଦ୍ୟପାନ ଯୋଗୁ ଜର୍ମାନର ଏୟାରଲାଇନ୍ସ ଲୁଫଥାନ୍ସା ବିମାନ ଉଡ଼ାଣରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମର ରିପୋର୍ଟକୁ ଆଧାର...

ତେଲେଙ୍ଗାନା ଭାରତର ଆଫଗାନିସ୍ତାନ:ଓ୍ବାଏସ୍‌ ଶର୍ମିଳା

ହାଇଦ୍ରାବାଦ୍‌,୧୯।୨: ତେଲେଙ୍ଗାନାର ଓ୍ବାଇଏସ୍‌ଆରଟିପି ମୁଖ୍ୟ ଓ୍ବାଏସ୍‌ ଶର୍ମିଲାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ନାଁରେ ମହାବୁବାବାଦ ବିଧାୟକ ବନୋଠ ଶଙ୍କର ନାୟକଙ୍କ ବିରୋଧରେ...

ଅନ୍‌ଲାଇନ ଗେମିଂ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ, ୭ା୪: କେନ୍ଦ୍ର ସରକାର ଅନ୍‌ଲାଇନ ଗେମିଂ ପାଇଁ ଗୁରୁବାର ନୂଆ ନିୟମାବଳୀ ଜାରି କରିଛନ୍ତି। କୌଣସି ଗେମ୍‌ରେ ବେଟିଂ ଏବଂ ଜୁଆ ସମ୍ପୃକ୍ତ ଥିଲେ...

ପୁରୁଣା ଏକ ଟଙ୍କିଆ ନୋଟ୍‌ କରିବ ଲକ୍ଷପତି, ଅନ୍‌ଲାଇନ୍‌ ବିକ୍ରି ସୁଯୋଗ …

ନୂଆଦିଲ୍ଲୀ,୨୩।୬: ପୁରୁଣା ଏକ ଟଙ୍କିଆ ନୋଟ୍‌ ଜଣଙ୍କୁ ଲକ୍ଷପତି ମଧ୍ୟ କରି ପାରିବ। ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍‌ଲାଇନ୍‌ରେ ଏଭଳି ପୁରୁଣା ନୋଟ୍‌ ଏବଂ କଏନ୍‌...

Advertisement
Archives

Model This Week