ହିରୋର ଇଭି ସ୍କୁଟର ଉନ୍ମୋଚିତ

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟକର୍ପର ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରି ଭେଇକିଲ (ଇଭି) ଯାନର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଶୁକ୍ରବାର ତା’ର ପ୍ରଥମ ଇଲେକ୍ଟ୍ରିକ୍‌ ସ୍କୁଟର ଭିଡା ଭି୧ର ଉନ୍ମୋଚନ କରିଛି। ବିଶେଷକରି କମ୍ପାନୀ ତା’ର ଇଲେକ୍ଟ୍ରିକ୍‌ ଗାଡ଼ି ଭିଡା ଭି୧ର ୨ଟି ଭାରିଆଣ୍ଟର ଶୁଭାରମ୍ଭ କରିଛି। ଗୋଟିଏ ଭିଡା ଭି୧ ପ୍ରୋ ଓ ଅନ୍ୟଟି ଭିଡା ଭି୧ ପ୍ଲସ୍‌ ବୋଲି ଜଣାପଡ଼ିଛି। କମ୍ପାନୀର ଉକ୍ତ ଦୁଇଟି ମଡେଲର ଶୁଭାରମ୍ଭ ସମ୍ପର୍କରେ ହିରୋ ମୋଟକର୍ପର ସିଇଓ ତଥା ଏମ୍‌ଡି ପବନ ମୁଞ୍ଜାଲ କହିଛନ୍ତି, ଏହା ଏକ ପ୍ରତିଜ୍ଞା ଓ ପ୍ରତିବଦ୍ଧତାର ଫଳ, ଯାହା ଆମେ ଚଳିତ ବର୍ଷ ମାର୍ଚ୍ଚରେ ପୂରା ଦୁନିଆ ସମ୍ମୁଖରେ ଉଲ୍ଲେଖ କରିଥିଲୁ। ଏହି ସ୍କୁଟରରେ ସ୍ପାପେବଲ୍‌ ବ୍ୟାଟେରି ସୁବିଧା ରହିଛି। ଅପରପକ୍ଷରେ ଭିଡା ଭି୧ ପ୍ଲସ୍‌ର ଦର ୧,୪୫,୦୦୦ ଟଙ୍କା ରହିଥିବା ବେଳେ ଭିଡା ଭି୧ ପ୍ରୋର ଦର ୧,୫୯,୦୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ପିଏ ସମାଧାନ ପାଇଁ ଏସ୍‌ବିଆଇର ପଦକ୍ଷେପ

ଭୁବନେଶ୍ୱର: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ସମସ୍ତ ଋଣଗ୍ରହୀତାଙ୍କ ଅବଗତି ନିମନ୍ତେ ସୂଚାଇ ଦିଆଯାଉଛି କି ଚଳିତ ମାସ ୧୯ ତାରିଖରେ ସ୍ଥାନୀୟ କୋର୍ଟ...

ସଂସଦର ହାଲୁଆ ଉତ୍ସବ ବନ୍ଦ

ନୂଆଦିଲ୍ଲୀ,୩୦।୧: ଚଳିତ ବର୍ଷର (୨୦୨୨-୨୩) ସାଧାରଣ ବଜେଟ ଫେବୃୟାରୀ ପହିଲାରେ ସଂସଦରେ ଉପସ୍ଥାପନ ହେବ। ପ୍ରତିବର୍ଷ ବଜେଟ ପୂର୍ବରୁ ହେଉଥିବା ହାଲୁଆ ଉତ୍ସବକୁ ଚଳିତ ବର୍ଷ...

ରୁଷିଆ ଶକ୍ତିମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା: ତୈଳ, ବାଷ୍ପ କ୍ଷେତ୍ରରେ ନିବେଶ ଲାଗି କମ୍ପାନୀଙ୍କୁ ଆହ୍ବାନ

ଭୁବନେଶ୍ୱର,୪ା୭: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ରୁଷିଆ ଶକ୍ତିମନ୍ତ୍ରୀ ଆଲେକଜାଣ୍ଡାର ନୋଭାକଙ୍କ ସହ ଟେଲିଫୋନ ଯୋଗେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।...

୫୬,୦୦୦ ଉପରେ ସୁନା ଦର

ନୂଆଦିଲ୍ଲୀ,୧୦।୧: ଗତ କିଛିଦିନ ହେଲା ସୁନାଜାତ ସାମଗ୍ରୀ ସାଙ୍ଗକୁ ରୁପା ଓ ହୀରାର ଦର ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏପରିକି ସୋମବାର ସୁନା ଦର...

ଆର୍‌ବିଆଇ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ

ଭୁବନେଶ୍ୱର,୧୪।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ସୋମବାର ଆର୍ଥିକ ସାକ୍ଷରତା ସପ୍ତାହ-୨୦୨୩ର ଆୟୋଜନ କରାଯାଇଥିଲା। ଏପରିକି ଚଳିତ ବର୍ଷର ଆର୍ଥିକ...

‘ଖଣି-ନିର୍ମାଣ ଶିଳ୍ପରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୂବନେଶ୍ୱର ,୧୧।୧୨: ସାରା ଭାରତରେ ପ୍ରାକୃତିକ ସମ୍ପଦ ଭରପୁର ରହିଛି, ବିଶେଷ କରି ଖଣି ଓ ଖଣିଜ ଜାତ ସମ୍ପଦ ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ...

ବିଶ୍ୱକୁ ଲାଗିବ ୩.୬ ଲକ୍ଷ କୋଟି ଡଲାର ଝଟକା

ନୂଆଦିଲ୍ଲୀ୨୮। ୩: କରୋନା ପ୍ରଭାବ ଯୋଗୁ ସାରା ବିଶ୍ୱରେ ଅଢେଇ କୋଟି ଲୋକ ରୋଜଗାର ହରାଇବେ ବୋଲି ଆଶଙ୍କା କରାଯାଇଛି। ଏହି ସମୟରେ ବିଶ୍ୱ ଅର୍ଥ...

ଗୋଟିଏ ଦିନରେ ଦାଖଲ ହେଲା ୧୫.୪୯ ଲକ୍ଷ ଆଇଟିଆର୍‌

ନୂଆଦିଲ୍ଲୀ,୨୯ା୧୨: ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ସୋମବାର ସୁଦ୍ଧା ୪ କୋଟି ୬୭ ଲକ୍ଷ ୪୫ ହଜାର ୨୪୯ଟି ଆୟକର ରିଟର୍ନ (ଆଇଟିଆର୍‌) ଦାଖଲ ହୋଇଛି।...

Advertisement
Archives

Model This Week