ଶିମିଳିପାଳ ଏବେ ଲାଲ୍‌ପିଣ୍ଡ: ପାହାଡ଼ ଶୀର୍ଷକୁ ଛୁଇଁଲାଣି

ବାରିପଦା ଅଫିସ,୮।୩: ଶିମିଳିପାଳ ଅଭୟାରଣ୍ୟରେ ଥିବା ପାହାଡ଼ ଶୀର୍ଷକୁ ଛୁଇଁଲାଣି ନିଆଁ। ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ପାହାଡ଼ ପରେ ପାହାଡ଼କୁ ନିଆଁ ବ୍ୟାପି ଚାଲିଥିବା ବେଳେ ବନ କର୍ମଚାରୀ, ସ୍ବେଚ୍ଛାସେବୀ ସଙ୍ଗଠନ, ଦମକଳ ବାହିନୀ, ପୋଲିସ ଓ ଜଙ୍ଗଲକୁ ସୁରକ୍ଷା ଯୋଗାଉଥିବା ବିଭିନ୍ନ କମିଟିର ଆପ୍ରାଣ ଉଦ୍ୟମକୁ ସଫଳତା ମିଳୁନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ହେଲିକପ୍ଟର ସହାୟତାରେ ନିଆଁ ନିୟନ୍ତ୍ରଣ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହେଲାଣି। ଅଭୟାରଣ୍ୟକୁ ରକ୍ଷା କରା ନ ଗଲେ ଆଗାମୀ ଦିନରେ ପରିବେଶ ଅସନ୍ତୁଳିତ ହେବା

ସହିତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।
ସବୁଜ ସୁନ୍ଦର ଶିମିଳିପାଳ ଏବେ ଲାଲ୍‌ପିଣ୍ଡରେ ପରିଣତ ହୋଇଛି। ୨୭୫୦ବର୍ଗ କି.ମି. ପରିବ୍ୟାପ୍ତ ଏହି ଅଭୟାରଣ୍ୟର କୋର ଓ ବଫର ଏରିଆ ଏବଂ ବନାଞ୍ଚଳ ଅଧୀନ ଜଙ୍ଗଲର ବ୍ୟାପକ ଅଞ୍ଚଳରେ ନିଆଁ ଲାଗିଛି। ସୂଚନା ଅନୁଯାୟୀ, ପିଠାବଟା, ଭଞ୍ଜବସା, ଡୁକୁରା, ପୋଡ଼ାଡ଼ିହା, ନଅଁଣା ସାଉଥ୍‌, ତାଳବନ୍ଧ, ହଳଦୀବଣି ଆଦି ରେଞ୍ଜର ବିଭିନ୍ନ ସ୍ଥାନରେ ନିଆଁ ଜଳୁଥିବା ବେଳେ ଗୁଡୁଗୁଡ଼ିଆ, ଦିଲାପଘା ଓ ରାମରଜା ପାହାଡ଼ ଶୀର୍ଷକୁ ନିଆଁ ଛୁଇଁଲାଣି। ୮୫୦ ବନ କର୍ମଚାରୀ, ୨୫୦ ଫାୟାର ୱାଚ, ୧୪ଟି ଦମକଳବାହିନୀ ଓ ୪୦ରୁ ଊର୍ଦ୍ଧ୍ୱ ଯାନ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବନବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଅଭୟାରଣ୍ୟ ସମେତ ବନାଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ ଜଳୁଛି। ଫଳରେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ ଜୀବଜନ୍ତୁ ପ୍ରାଣ ବିକଳରେ ଦିଗହରା ସାଜିଛନ୍ତି।
ମୟୂରଭଞ୍ଜର ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଏବଂ ରାଜଜେମା ଅକ୍ଷିତା ମଞ୍ଜରୀ ଭଞ୍ଜଦେଓ ବାଙ୍ଗରିପୋଷି ରେଞ୍ଜର ପାକଟିତଳା, ଭାଗୀରଥିପୁର, ପାହାଡ଼ତଳସାହି, ନିଶ୍ଚିନ୍ତା ଓ ତାଳବନ୍ଧ ଅଞ୍ଚଳକୁ ଯାଇ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି। ଜଙ୍ଗଲ ପରିଦର୍ଶନ କରିବା ସମୟରେ ଉଭୟ ନିଆଁକୁ ଲିଭାଉଥିତ୍ବା ଦେଖିବାକୁ ମିଳିଥିଲା। ତେବେ ଅପହଞ୍ଚ ଓ ଅଦୃଶ୍ୟ ସ୍ଥାନରେ ଲାଗିଥିବା ନିଆଁକୁ ଠାବ କରିବା ପାଇଁ ବିଭାଗ ପାଖରେ ୩ଟି ଡ୍ରୋନ୍‌ କ୍ୟାମେରା ରହିଛି। ଏହାକୁ ବ୍ୟବହାର କରାଗଲେ ନିଆଁର ପ୍ରକୃତ ସ୍ଥିତି ଜଣାପଡ଼ିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ହୁଅନ୍ତା ବୋଲି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ନିଆଁକୁ ଆୟତ୍ତ କରା ନ ଗଲେ ଶିମିଳିପାଳ ଜଳବାୟୁ, ତାପମାତ୍ରା ଓ ବୃଷ୍ଟିପାତ ଉପରେ ପ୍ରଭାବ ପଡ଼ିବା ସହିତ ବିରଳ ପ୍ରଜାତିର ବନୌଷଧି, ଅର୍କିଡ, ବିଶାଳ ଶାଳ ଜଙ୍ଗଲ ସହିତ ଅନେକ ପ୍ରଜାତିର ଜୀବଜନ୍ତୁ ନଷ୍ଟ ହୋଇଯିବେ। ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିିରେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେଇ ସୈନ୍ୟବାହିନୀ ସହଯୋଗରେ ବିମାନ ଦ୍ୱାରା ଜଳସିଞ୍ଚନ କରିବା ସହିତ କାର୍ବନ ଡାଇଅକ୍ସାଇଡ୍‌ ମାଧ୍ୟମରେ ନିଆଁକୁ ଆୟତ୍ତ କରିବାକୁ ପରିବେଶବିତ୍‌ ଡା. ସନତ କୁମାର ଦାଶ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri