୪୭ ସ୍ଥାନରେ ଜଳୁଛି ଶିମିଳିପାଳ

ବାରିପଦା ଅଫିସ,୧ା୪:ମୟୂରଭଞ୍ଜ ଜିଲାକୁ ଘେରି ରହିଥିବା ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ନିଅଁା ଜଳୁଛି। ବୁଧବାର ଶିମିଳିପାଳ ଦକ୍ଷିଣ ଡିଭିଜନର ୪୭ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟରୁ ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି। ଡ଼ହଡ଼ହ ଖରା ସହିତ ନିଅଁାର ପ୍ରକୋପରେ ଜୀବଜନ୍ତୁ ଓ ଜନଜୀବନ ଦୁର୍ବିସହ ହୋଇପଡ଼ିଛି। କିଛି ଦିନ ତଳେ ଅଭୟାରଣ୍ୟରେ ଲାଗିଥିବା ନିଅଁାକୁ ଲିଭାଇ ଦିଆଯାଇଥିବା ବେଳେ ପୁଣି ଥରେ ଜଙ୍ଗଲ ଜଳିବା ପରିବେଶ ପ୍ରେମୀଙ୍କୁ ବ୍ୟଥିତ କରିଛି।
ଗତ ୨ ଦିନ ହେଲା ଜିଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଶିମିଳିପାଳ ନିଅଁାର ତାତି ଜୀବଜଗତକୁ ଅସ୍ତବ୍ୟସ୍ତ କରି ପକାଉଛି। ଅଭୟାରଣ୍ୟର ଦକ୍ଷିଣରେ ଥିବା ଜେନାବିଲ, ନଅଣା ଉତ୍ତର ଓ ଦକ୍ଷିଣରେ ଥିବା ପୋଡ଼ାଡ଼ିହା, ପିଠାବଟା ଏବଂ ଉତ୍ତରରେ ଥିବା ରେଞ୍ଜ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପଗୁଡ଼ିକରେ ନିଅଁା ଜଳୁଥିବା ରିପୋର୍ଟ
ପ୍ରକାଶ ପାଇଛି। ସେହିପରି ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ମଧ୍ୟ ନିଅଁା ଜଳୁଛି। ନିଅଁାକୁ ଆୟତ୍ତ କରିବା ପାଇଁ ୪ଟି ଓଡ୍ରାଫ୍‌ ଟିମ୍‌ରେ ୫୦ କର୍ମଚାରୀଙ୍କ ସହ ବନକର୍ମଚାରୀମାନେ ନିୟୋଜିତ ଅଛନ୍ତି। ଅତ୍ୟଧିକ ଗରମ ଯୋଗୁ ଜଙ୍ଗଲରେ ନିଅଁା ଲାଗୁଥିବା ବେଳେ୨୦ଟି ସ୍ଥାନରେ ନିଅଁା ଲାଗିଥିବା ନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ.ଜଗଜୟାନନ୍ଦ କହିିଛନ୍ତି। ଜଙ୍ଗଲ ନିଅଁା ସାଙ୍ଗକୁ ଆକାଶରୁ ଅଗ୍ନିବୃଷ୍ଟି ହେଉଥିବାରୁ ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ଦିନ ୧୦ଟା ପରଠାରୁ ସହରରେ ଜନସାଧାରଣଙ୍କ ଚଳପ୍ରଚଳ କମୁଥିବା ପରିଲକ୍ଷିତ ହେଉଛି। ଅଂଶୁଘାତରୁ ସୁରକ୍ଷା ଲାଗି ପ୍ରଶାସନ ପକ୍ଷରୁ ଲୋକଙ୍କୁ ବ୍ୟାପକ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହିତ ମ୍ୟାଚକୁ ନେଇ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଟାଣି ଆଣିଲା ପାକିସ୍ତାନ! ‘ମୁଁ ଭୟ କରେ ନାହିଁ…’ ବୋଲି ଏକ ସ୍ପଷ୍ଟ ଧମକ ମଧ୍ୟ …

ଇସଲାମାବାଦ,୧୦।୨: ବର୍ଷ ବର୍ଷ ଧରି ବାରମ୍ବାର ମନା କରିବା ପରେ, ପାକିସ୍ତାନ ଶେଷରେ ଭାରତ ସହିତ ଏକ ଟି-୨୦ ମ୍ୟାଚ ଖେଳିବାକୁ ରାଜି ହୋଇଛି, ମ୍ୟାଚ ହେବ…

ଭୁବନେଶ୍ବରରୁ ଛାତ୍ରୀ ନିଖୋଜ ଘଟଣା, ୫ ଘଣ୍ଟା ପରେ….

ଭୁବନେଶ୍ବର, ୧୦।୨: ଭୁବନେଶ୍ୱରରୁ ଛାତ୍ରୀ ନିଖୋଜ ଘଟଣାରେ ପୋଲିସକୁ ସଫଳତା । ୫ ଘଣ୍ଟା ପରେ କ୍ୟାପିଟାଲ ହସ୍ପିଟାଲରୁ ଉଦ୍ଧାର ହେଲେ ଛାତ୍ରୀ । ସୂଚନା ଅନୁସାରେ,…

ପାକିସ୍ତାନୁ ଝଟକା ଦେଲା ଭାରତର ‘ବନ୍ଧୁ’, ଭାରତକୁ ହେବ ଲାଭ!

ନୂଆଦିଲ୍ଲୀ/କାବୁଲ,୧୦।୨: ପାକିସ୍ତାନ ଆଉ ଏକ ବଡ଼ ଆର୍ଥିକ ଏବଂ କୂଟନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପଡ଼ୋଶୀ ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ପାକିସ୍ତାନରୁ ଔଷଧ ଆମଦାନୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ…

ଦାରିଙ୍ଗବାଡି ଇକୋ ରିଟ୍ରିଟରେ ରାତ୍ରିଯାପନ କଲେ ଉପମୁଖ୍ୟମନ୍ତ୍ରୀ: ପ୍ରଶଂସାରେ ପୋତିଲେ

ଦାରିଙ୍ଗବାଡି,୧୦।୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ସୋମବାର ବିଳମ୍ବିତ ରାତ୍ରିରେ ଦାରିଙ୍ଗବାଡି ଇକୋ ରିଟ୍ରିଟ…

୧୨ ଘାଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

ବାଂଲାଦେଶକୁ ନେଇ ICC ନେଲା ବଡ଼ ନିଷ୍ପତ୍ତି: କ୍ରିକେଟ୍‌ ଜଗତରେ ଖେଳିଗଲା…

ନୂଆଦିଲ୍ଲୀ,୧୦।୨: ଭାରତରେ T20 ବିଶ୍ୱକପ ମ୍ୟାଚ ଖେଳିବାକୁ ମନା କରିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ଉପରେ କୌଣସି ଦଣ୍ଡ ଲାଗୁ କରାଯିବ ନାହିଁ। ICC ଘୋଷଣା…

ହାତୀ ପାଇଁ ବିକଳ୍ପ ଚାଷ କରାଯାଉ: ଘୋଡା ନାଚ ମାଧ୍ୟମରେ ହାତୀ ସୁରକ୍ଷା ସଚେତନତା

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ, ଟାଟା ପାୱାର ଏବଂ ସ୍ନେହା ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଚାଲିଥିବା ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ…

କାହାକୁ ଡରୁଥିଲା ପାକିସ୍ତାନ, କେମିତି ନଇଁଲା ଆଉ କିଏ ବୁଝାଇଲା? ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚର ଇନସାଇଡ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ସରକାର ମ୍ୟାଚ ବର୍ଜନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅଚଳାବସ୍ଥାର ଅନ୍ତ ଘଟାଇଛି। ୨୦୨୬ ଟି-୨୦ ବିଶ୍ୱକପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri