Posted inଜାତୀୟ

ହିମାଚଳରେ ବର୍ଷା ବିତ୍ପାତ: ମାଟିରେ ମିଶିଯିବ ଶିମଲା,କୁଲୁ, ସୋଲନ ସହର!

ଶିମଲା,୧୬।୮: ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଏକ ବଡ ବିପଦକୁ ଡାକି ଆଣିଛି। ଲ୍ୟାଣ୍ଡ ସ୍ଲାଇଡ୍‌ ହୋଇ ରାଜ୍ୟରେ ପର୍ବତ ଉପରେ ଅବସ୍ଥିତ ବଡ ସହରଗୁଡିକ ମାଟି ତଳକୁ ଧଷି ଯାଉଛନ୍ତି। ଦିନକୁ ଦିନ ଭୀଷଣ ବର୍ଷାରେ ମାଟିର ଆର୍ଦ୍ରତା ବଢିବାରେ ଲାଗିଛି। ପାଣିପାଗ ବିଭାଗ ଅନୁଯାୟୀ, ଲଗାଣ ବର୍ଷା ହେତୁ ମାଟିର ଆର୍ଦ୍ରତା ବହୁତ ମାତ୍ରାରେ ବଢିଯାଇଛି। ଏହି କାରଣରୁ, ଭୂସ୍ଖଳନ, ମଡ ସ୍ଲାଇଡ ସହିତ ବଡ଼ ବଡ ଗଛ ସମତେ ଜଙ୍ଗଲ ତଳର ମାଟି ତଳକୁ ଧଷି ଯାଉଛି।

ଜୁଲାଇ ୪ରୁ ହେଉଥିବା ପ୍ରବଳ ବର୍ଷା ପ୍ରଭାବରେ ଆସନ୍ତା କିଛି ମାସ ମଧ୍ୟରେ ପର୍ବତ ଉପରେ ଅବସ୍ଥିତ ସହରଗୁଡିକରେ ଲ୍ୟାଣ୍ଡ ସ୍ଲାଇଡିଂ ହେବାର ଆଶଙ୍କା କରାଯାଉଛି। ଏହି ସହରଗୁଡ଼ିକରେ ହିମାଚଳ ପ୍ରଦେଶର ରାଜଧାନୀ ସମେତ ଅନେକ ବଡ଼ ଜିଲା ମଧ୍ୟ ଅନ୍ତର୍ଭୁକ୍ତ। ହିମାଚଳ ପ୍ରଦେଶର ପାଣିପାଗ ବିଭାଗ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିଗୁଡ଼ିକୁ ପର୍ବତଗୁଡିକର ଆର୍ଦ୍ରତା ପରିମାଣ ଆକଳନ କରୁଛନ୍ତି।

ପର୍ବତ ଉପରେ ଅବସ୍ଥିତ ଜଙ୍ଗଲର ଗଛଗୁଡ଼ିକ ସେମାନଙ୍କ ଅସ୍ତିତ୍ୱ ଭୁଲି ଲ୍ୟାଣ୍ଡ ସ୍ଲାଇଡ୍‌ ସମୟରେ ପାହାଡ ଉଫରୁ ଖସି ଯାଉଛନ୍ତି। ଏଥିରୁ ଏହା ମଧ୍ୟ ଅନୁମାନ କରାଯାଉଛି ଯେ, ଏହି ଜଙ୍ଗଲ ଏବଂ ଗଛଗୁଡ଼ିକ ବର୍ଷା ଜଳ ସଂରକ୍ଷଣ କରିବାରେ ସକ୍ଷମ ନୁହଁନ୍ତି। ତେଣୁ, ପର୍ବତ ଉପରେ ଅବସ୍ଥିତ ସହର ଏବଂ ଜନସଂଖ୍ୟା ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଛି।

ଲଗାତାର ବର୍ଷା ହେତୁ ପାଣିପାଗ ବିଭାଗ ହିମାଚଳ ପ୍ରଦେଶର ବହୁ ଜନବହୁଳ ସହରକୁ ଆଲର୍ଟ କରିଛି। ନିର୍ଦ୍ଦେଶକ ସୁରେନ୍ଦ୍ର ପାଲ କହିଛନ୍ତି, ଲଗାତାର ବର୍ଷା ହେତୁ ଭୂସ୍ଖଳନ ଓ ମଡ ସ୍ଲାଇଡିଂ ଆଶଙ୍କା ଥିବା ସହରଗୁଡ଼ିକରେ ଶିମଲା, ସୋଲନ, ମାଣ୍ଡି, କୁଲୁ, ବିଲାସପୁର ଏବଂ ସେରମୋର ଅନେକ ପ୍ରମୁଖ ଜିଲ୍ଲା ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ସ୍ବାଧୀନତା ଦିବସରେ ଦେଲେ ଯୁଦ୍ଧ ଧମକ

ଇସଲାମାବାଦ୍‌,୧୪।୮: ପାକିସ୍ତାନ ସ୍ବାଧୀନତା ଦିବସରେ ମଧ୍ୟ ଭାରତ ଧିରୋଧରେ ବିଷ ଓଗାଳିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତର ‘ଅପରେଶନ ସିନ୍ଦୁର’ ଦ୍ୱାରା ଆରମ୍ଭ ହୋଇଥିବା…

ଆମେରିକାର ବଡ଼ ଅଭିଯୋଗ; ଚାଇନାକୁ ଟାରିଫ୍‌ରୁ ବଞ୍ଚାଉଛି ଭାରତ!

ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ…

ଯନ୍ତ୍ରଣାଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି: ଭାବପ୍ରବଣ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୪।୮:୧୪ ଅଗଷ୍ଟ ଅର୍ଥାତ୍‌ ଆଜି ଭାରତରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ବିଭାଜନ ସମୟରେ ଯେଉଁମାନେ ପ୍ରାଣ ହରାଇଥିଲେ ଏବଂ ଅକଳ୍ପନୀୟ ଯନ୍ତ୍ରଣା…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ରାଗରେ ସ୍ବାମୀଙ୍କୁ ମୁଣ୍ଡକୁ ଲୁହା ତାଓ୍ବାରେ ପିଟିଦେଲେ ସ୍ତ୍ରୀ: ଆଉ ତା’ପରେ ଯାହା ଘଟିଲା…

ଲକ୍ଷ୍ନୌ,୧୪।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କର ପବିତ୍ରତାକୁ ଭାଙ୍ଗି ଦେଉଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜାନକୀପୁରମର ଆନନ୍ଦ ବିହାର କଲୋନୀରେ, ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri