୬୦ ପଏଣ୍ଟରେ ଜଳୁଛି ଶିମିଳିପାଳ: ବର୍ଷା ସତ୍ତ୍ୱେ ଲିଭୁନି ନିଆଁ

ବାରିପଦା ଅଫିସ,୧୦ା୩: ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ବଢ଼ିବାରେ ଲାଗିଛି। ଗୁରୁବାର ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ ଡିଭିଜନର ୬୦ଟି ପଏଣ୍ଟରେ ନିଆଁ ଜଳୁଥିବା ନେଇ ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି। ବୁଧବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ଯଶିପୁର ଅଞ୍ଚଳରେ ୨ମିମି. ବର୍ଷା ରେକର୍ଡ କରାଯାଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ବର୍ଷା ନିଆଁକୁ ରୋକିବାରେ ସହାୟକ ହୋଇପାରୁ ନ ଥିବା ବେଳେ ଦିନକୁ ଦିନ ବନାଗ୍ନି ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ତେବେ ଅପରାହ୍ନ ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଥିବା ନେଇ ଦୁଇ ଉପ ନିର୍ଦ୍ଦେଶକ ସମାଟ ଗୌଡ଼ା ଓ ସାଇ କିରଣ ପ୍ରକାଶ କରିଛନ୍ତି।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଡିଭିଜନର ୩୦ ଓ ଦକ୍ଷିଣ ଡିଭିଜନର ୩୦ଟି ସ୍ଥାନରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବା ପାଇଁ ବନ କର୍ମଚାରୀମାନେ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଫାୟାର ଲାଇନ ମାଧ୍ୟମରେ ନିଆଁ ଜଳୁଥିବା ସ୍ଥାନକୁ ଘେରାଉ କରି ଆୟତ୍ତ କରାଯାଉଛି। ପ୍ରତିଦିନ ବ୍ଲୋୟାର ମେଶିନ ମାଧ୍ୟମରେ ଫାୟାର ଲାଇନ ସୃଷ୍ଟି କରାଯାଉଥିବା ବେଳେ ବଫର ଅଞ୍ଚଳରେ ବସବାସ କରୁଥିବା ବନବାସୀ ଓ ଆଦିବାସୀମାନଙ୍କୁ ସଚେତନ କରାଯାଉଛି। ଅଦ୍ୟାବଧି ୯୦ପ୍ରତିଶତ ନିଆଁକୁ ରୋକିବାରେ ବନବିଭାଗ ସଫଳ ହୋଇଛି। ଆଗାମୀ ଦିନରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇ ବନାଗ୍ନିକୁ ପ୍ରଶମିତ କରାଯିବ। ୨୦୨୧ରେ ହୋଇଥିବା ଶିମିଳିପାଳ ଅଭୟାରଣ୍ୟ ବନାଗ୍ନିର ଭୟାବହତା ଚଳିତ ବର୍ଷ ଦୋହରାଇବାକୁ ଦିଆଯିବ ନାହିଁ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ତେବେ ପ୍ରତିବର୍ଷ ଶିମିଳିପାଳରେ ନିଆଁ ଲାଗୁଥିବାରୁ ଅଭୟାରଣ୍ୟରେ ଜୀବଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଛି। ଶିକାର ଓ ମହୁଲ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଲଗାଯାଉଥିବା ନିଆଁକୁ ପ୍ରତିହତ କରିବା ପାଇଁ ବନବିଭାଗ ବିଭିନ୍ନ ଯୋଜନା ହାତକୁ ନେଇଛି। ମନ୍ଦ ଉଦ୍ଦେଶ୍ୟ ରଖି ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ତେବେ ବନାଗ୍ନି ଯୋଗୁ ତୃଣଭୋଜି ପ୍ରାଣୀଙ୍କ ଖାଦ୍ୟ ସଙ୍କଟ ବଢ଼ିବା ନେଇ ଆଶଙ୍କା କରାଯାଉଥିବା ବେଳେ ଏଥିପ୍ରତି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ବନ୍ୟପ୍ରାଣୀ ପ୍ରେମୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚିଛପି ଏହି କାମ କରୁଛନ୍ତି ବିରାଟ କୋହଲି: ଫଟୋ ଭାଇରାଲ ପରେ ଜଣାପଡ଼ିଲା…

ଲଣ୍ଡନ,୩।୭:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି। ପ୍ରଥମ ମ୍ୟାଚ ବର୍ଷା ଯୋଗୁ ଧୋଇ ଯାଇଥିଲା। ଦ୍ୱିତୀୟ ମ୍ୟାଚ ଆଜି ଖେଳାଯିବ।…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୩ା୭:  ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ…

ଚମତ୍କାର କଲେ ରାହୁଲ ଦ୍ରାବିଡଙ୍କ ପୁଅ: ମହାରାଜା ଟ୍ରଫିରେ…

ନୂଆଦିଲ୍ଲୀ,୩।୭: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରାହୁଲ ଦ୍ରାବିଡଙ୍କ ବଡ଼ ପୁଅ ସମିତ ଦ୍ରାବିଡ ପୁଣିଥରେ ତାଙ୍କ ବ୍ୟାଟିଂ ଦକ୍ଷତା ସହିତ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମହାରାଜା ଟ୍ରଫି…

କରୁର୍ ଦଳାଚକଟା; ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୪୧ ମୃତକଙ୍କ ପରିବାରକୁ ମିଳିବ ସରକାରୀ ଚାକିରି!

ଚେନ୍ନାଇ,୩ା୭: କରୁରରେ ଟିଭିକେ ନେତା ବିଜୟଙ୍କ ପ୍ରଚାର ସମୟରେ ଦଳାଚକଟାରେ ୪୧ଜଣଙ୍କ ଜୀବନ ଯଆଇଥିଲେ । ଏହି ଘଟଣାରେ ଗୁରୁବାର ଦିନ ସି ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ…

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ଶପଥ ନେଲେ ଛାତ୍ରୀଛାତ୍ର, ଜଳବାୟୁ ପରିବର୍ତ୍ତନରେ…

ମହାକାଳପଡ଼ା,୩ା ୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହେବ ସଜୁବ ବନାନୀ। ଏଥିପାଇଁ ସ୍କୁଲ…

Cristiano Ronaldo Retirement Plans: ବିଶ୍ୱକପ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଅବସର ନେବେ? ଭଉଣୀ କହିଲେ ବଡ଼ କଥା

ଲିସବନ,.୩।୭: କ୍ରିଷ୍ଟିଆନୋ ରୋନାଲ୍ଡୋ ଗୁରୁବାର ଫିଫା ବିଶ୍ୱକପ ନକଆଉଟ ମ୍ୟାଚରେ ସବୁଠାରୁ ବୟସ୍କ ଖେଳାଳି ହୋଇ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଗୁରୁବାର ରାଉଣ୍ଡ ଅଫ…

ମାଲାମାଲ ଅକ୍ଷୟ: ଗୋଟିଏ ମାସରେ ୪ ଫ୍ଲାଟ୍‌ ବିକି ଏତିକି ଟଙ୍କା କଲେ ଲାଭ

ବଲିଉଡ ଅଭିନେତା ଅକ୍ଷୟ କୁମାର କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ରିଅଲ ଇଷ୍ଟେଟରୁ ମଧ୍ୟ ରୋଜଗାର କରୁଛନ୍ତି। ସାମ୍ପ୍ରତିକ ମାସ ଗୁଡ଼ିକରେ ତାଙ୍କର ପ୍ରୋଜେକ୍ଟ ‘ଭୂତ ବଙ୍ଗଳା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri