ହ୍ୱିଲ ଚେୟାରରେ ଶିଳ୍ପା, ୱାକର ଧରି ଦେଲେ ପୋଜ

ମୁମ୍ବାଇ: ବଲିଉଡର ଗ୍ଲାମର କୁଇନ ଶିଳ୍ପ ସେଟ୍ଟିଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜ କାମ ପ୍ରତି ଥିବା ତାଙ୍କର ଡେଡିକେଶନ ସମ୍ପର୍କରେ ସମସ୍ତେ ପ୍ରାୟ ଜାଣିଥିବେ । ନିକଟରେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ କିଛି ଲାଟେଷ୍ଟ ଫଟୋ କଲେକସନ ଶେୟାର କରିଛନ୍ତି । ଏଥିରେ ଶିଳ୍ପାଙ୍କ ଗୋଡରେ ପ୍ଲାଷ୍ଟର ବନ୍ଧା ହେବା ସହ ଗ୍ଲାମରସ ଅନ୍ଦାଜରେ ସେ ପୋଜ ଦେଇଥିବା ଦେଖାଯାଇଛି । ସୂଚନାଯୋଗ୍ୟ, ଗୋଡରେ ପ୍ଲାଷ୍ଟର ଲାଗି ଶିଳ୍ପା ଏକ ଇଭେଣ୍ଟରେ ପହଞ୍ଚିଥିଲେ । ଆଉ ତାଙ୍କର ଏହି ଅନ୍ଦାଜ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଥିଲା । ଏହି ଫଟୋରେ ସେ ମଲ୍ଟି କଲର ଓ ପ୍ରିଣ୍ଟେଡ ଲଙ୍ଗ ଗାଉନ ପିନ୍ଧିଥିବା ଦେଖାଯାଇଥିଲା । କେଶ ଖୋଲା ରଖିବା ସହ ତାଙ୍କର ମେକଅପ ଗ୍ଲାମରସ୍ ଲୁକରେ ଥିଲା । ତେବେ ହ୍ୱିଲ ଚେୟାର ନୁହେଁ ସେ ୱାକରରେ ଫଟୋ ପୋଜ ଦେଇଥିଲେ । ଏମିତି କିଛି ଫଟୋ ଓ ଭିଡିଓ ଦେଖିବା ପରେ ଶିଳ୍ପାଙ୍କ ପ୍ରସଂଶକଙ୍କ ଲାଇକ କମେଣ୍ଟର ସୁଅ ଛୁଟିଥିଲା । କେହି କେହି ହାର୍ଟ ଇମୋଜି ଦେଇଥିବା ବେଳେ କେହି ଫାୟାର ଇମୋଜି ଦେଇଥିଲେ । କେହି ତାଙ୍କୁ ପ୍ରେରଣାଦାୟକ କହିଥିବା ବେଳେ କେହି କେହି ତାଙ୍କର ଆଶୁ ଆରାଗ୍ୟ କାମନା ବି କରିଥିଲେ ।
ସୂଚନାଯୋଗ୍ୟ, ନିକଟରେ ରୋହିତ ସେଟ୍ଟିଙ୍କ ଫିଲ୍ମ ଇଣ୍ଡିଆନ ପୋଲିସ ଫୋର୍ସର ଶୁଟିଂ ସେଟରେ ଶିଳ୍ପା ନିଜକୁ ଆହତ କରିଦେଇଥିଲେ । ଆଉ ତା’ପରେ ସେ ହ୍ୱିଲ ଚେୟାରରେ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri