ଟ୍ରୋଲର୍ସଙ୍କୁ ଜବାବ ଦେଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ବାମୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସମସ୍ତେ ବେଶ୍‌ ପସନ୍ଦ କରିଥାନ୍ତି। ଉଭୟଙ୍କ ବିବାହକୁ ପ୍ରାୟ ୧୫ ବର୍ଷ ବିତିସାରିଥିବା ବେଳେ ଏବେ ଏହି ଦମ୍ପତିଙ୍କର ଭିବାନ୍‌ ଏବଂ ସାମିଶା ନାମରେ ୨ ସନ୍ତାନ ମଧ୍ୟ ଅଛନ୍ତି। ଅଭିନୟକୁ ଛାଡ଼ି ଶିଳ୍ପା ନିଜ ଫିଟନେସ୍‌ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି କିଛି ଲୋକ ସବୁବେଳେ ଶିଳ୍ପାଙ୍କୁ ତାଙ୍କ ବିବାହକୁ ନେଇ ଟ୍ରୋଲ କରି ଆସୁଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ସେ ଏହାର ଜବାବ ରଖିଛନ୍ତି। ଏହି ସାକ୍ଷାତ୍‌କାରରେ ଅଭିନେତ୍ରୀ ଶିଳ୍ପା ତାଙ୍କ ବିରୋଧରେ ହେଉଥିବା ଟ୍ରୋଲକୁ ନିନ୍ଦା କରିଛନ୍ତି। ସ୍ବାମୀ ରାଜ ଜଣେ ଧନୀ ବ୍ୟବସାୟୀ ହୋଇଥିବାରୁ ସେ ତାଙ୍କୁ ବିବାହ କରିଥିବା ନେଇ ହେଉଥିବା ଟ୍ରୋଲ୍‌କୁ ଶିଳ୍ପା ସିଧାସଳଖ ଖଣ୍ଡନ କରିଛନ୍ତି। ତାଙ୍କ ସ୍ବାମୀ ଧନୀ ହୋଇଥିଲେ ଏଥିରେ ଭୁଲ କ’ଣ ରହିଛି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ଯେଉଁମାନେ ତାଙ୍କୁ ଟ୍ରୋଲ୍‌ କରୁଛନ୍ତି, ସେମାନେ ଭୁଲିବା ଉଚିତ ନୁହେଁ ଯେ ବିବାହ ସମୟରେ ସେ ମଧ୍ୟ ରାଜ୍‌ଙ୍କ ଭଳି ଖୁବ୍‌ ଧନୀ ଥିଲେ ଓ ଏବେ ମଧ୍ୟ ସେ ଖୁବ୍‌ ଧନୀ ରହିଛନ୍ତି ବୋଲି ଏହି ସାକ୍ଷାତ୍‌କାରରେ ଶିଳ୍ପା କହିଛନ୍ତି। ରାଜ୍‌ ଜଣେ ଭଲ ବ୍ୟକ୍ତି ହୋଇଥିବାରୁ ସେ ତାଙ୍କୁ ବିବାହ କରିଥିବା ଶିଳ୍ପା ସ୍ପଷ୍ଟ କରିଛନ୍ତି। ଯେତେ ଧନୀ ହେଲେ ମଧ୍ୟ ଯଦି ରାଜ୍‌ ଭଲ ବ୍ୟକ୍ତି ହୋଇ ନ ଥାନ୍ତେ, ତେବେ ସେ ତାଙ୍କୁ ବିବାହ କରି ନଥାନ୍ତେ ବୋଲି ଶିଳ୍ପା କହିଛନ୍ତି। ସେହିପରି ଏହି ସାକ୍ଷାତ୍‌କାରରେ ସ୍ବାମୀ ରାଜ୍‌ଙ୍କୁ ନିଜର ଜଣେ ଭଲ ବନ୍ଧୁ ଭାବେ ଶିଳ୍ପା ଦର୍ଶାଇଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ‘ଭାରତୀୟ ପୋଲିସ ଫୋର୍ସ’ ସିରିଜରେ ଶିଳ୍ପାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ ବିବେକ ଓବରୋଇ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ରୋହିତ ଶେଟ୍ଟୀ ଏହି ସିରିଜର ନିର୍ଦ୍ଦେଶନା ଦେଇ ଓଟିଟି ପ୍ଲାଟଫର୍ମରେ ନିଜର ଡେବ୍ୟୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri