Posted inଖେଳ

ରକ୍‌ଷ୍ଟାର ଠାରୁ କମ୍‌ ନୁହନ୍ତି ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ଓପନର୍‌ ଶିଖର ଧଓ୍ବନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ନିକଟରେ ଭାରତୀୟ ଦଳର ଏହି ଗବ୍ବର ନିଜର କିଛି ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଏଥିରେ ତାଙ୍କର ଭିନ୍ନ ଲୁକ୍‌ ଦେଖିବାକୁ ମିଳୁଛି। ବେକରେ ମୋଟା ଚେନ୍‌, ହାତରେ ଦାମୀ ଘଣ୍ଟା, କାନରେ କୁଣ୍ଡଳ ଲଗାଇ ଧଓ୍ବନ କୌଣସି ରକ୍‌ଷ୍ଟାର ଠାରୁ କିଛି କମ୍‌ ଦେଖାଯାଉ ନାହାନ୍ତି। ପ୍ରଶଂସଙ୍କ ତାଙ୍କର ଏହି ଫଟୋକୁ ଦେଖିବା ପରେ ନିଜକୁ ରୋକିପାରୁ ନାହାନ୍ତି। ମାତ୍ର ୧୬ ଘଣ୍ଟାରେ ୩ ଲକ୍ଷ ପ୍ରଶଂସକ ଏହାକୁ ଲାଇକ୍‌ କରିସାରିଛନ୍ତି।
ଭାରତୀୟ ଦଳର ଏହି ଗବ୍ବରଙ୍କ ସବୁ ଷ୍ଟାଇଲକୁ ପ୍ରଶଂସକ ପସନ୍ଦ କରିଥାନ୍ତି। ଏବେ ତାଙ୍କର ରକ୍‌ଷ୍ଟାର ଲୁକ୍‌ ମଧ୍ୟ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି।
ଶିଖର ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ସଫଳତା ପାଇଁ ଯେତିକି ଦକ୍ଷତା ସେତିକି ମନୋଭାବର ମଧ୍ୟ ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ନିଜକୁ ହିଁ ଦୋଷ ଦେଇପାରିବେ ପନ୍ତ’

ନୂଆଦିଲ୍ଲୀ,୨୬।୧- ରିଷଭ ପନ୍ତ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପାଇଁ କେବଳ ନିଜକୁ ଦୋଷ ଦେଇପାରିବେ। ତାଙ୍କୁ ଯଥେଷ୍ଟ ସୁଯୋଗ ମିଳିଛି। ମାତ୍ର ସେ ପ୍ରଦର୍ଶନ...

‘ସେ କିଛି ଶିଖୁ ନାହାନ୍ତି’

ମୁମ୍ବାଇ,୧।୪: ଚେନ୍ନାଇ ସୁପର କିଙ୍ଗ୍ସ ୨୧୧ ରନ୍‌ର ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ଡିଫେଣ୍ଡିଂ...

ଆଇପିଏଲ ପୂର୍ବରୁ ଟିକା ନେବାକୁ ମନା କରିଥିଲେ ଖେଳାଳି

ମୁମ୍ବାଇ,୧୬।୫: କୋଭିଡ୍‌-୧୯ କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୨୦୨୧ ସିଜନ ସ୍ଥଗିତ ହେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ତ୍ରୁଟି ଗୋଟି ଗୋଟି...

ଏହି ଭାରତୀୟ କ୍ରିକେଟଙ୍କ ସ୍ତ୍ରୀ କହିଲେ, ତୁମ ବିନା ମୁଁ ଅଧୁରା

ଭାରତୀୟ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଘରକୁ ଖୁବଶୀଘ୍ର ଆସିବ ନୂଆ ଅତିଥି। ଏଥିପାଇଁ ସେ ବେଶ୍‌ ଖୁସି ଅଛନ୍ତି। ନିକଟରେ ହାର୍ଦ୍ଦିକଙ୍କ ପ୍ରେମିକା ନତାଶା...

ବିସିସିଆଇ ଜେନେରାଲ ମ୍ୟାନେଜର ପଦରୁ ସବା କରିମ୍‌ଙ୍କ ଇସ୍ତଫା

ମୁମ୍ବାଇ,୧୯।୭(ପି.ଟି.): ପୂର୍ବତନ କ୍ରିକେଟର ସବା କରିମ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟ ଅପରେଶନ ଜେନେରାଲ ମ୍ୟାନେଜର ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପଦରୁ...

କିଙ୍ଗ୍ସ ଇଲେଭେନକୁ ହରାଇଲା ଶାହରୁଖ ଖାନଙ୍କ କେକେଆର୍‌

ଆବୁଧାବି, ୧୦।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ଶନିବାର ଅନୁଷ୍ଠିତ ୨୪ତମ ମୁକାବିଲାରେ ବଲିଉଡ୍‌ ସୁପର୍‌ଷ୍ଟାର ଶାହରୁଖ ଖାନଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)...

‘ଏକା କୋହଲି ୧୧ ଜଣଙ୍କ ସହ ସମାନ’

କୋଲକାତା, ୧୩।୬(ପି.ଟି.): ସମ୍ପୂର୍ଣ୍ଣ ଭାରତୀୟ ଦଳକୁ ଆଉଟ କରିବା ପାଇଁ ଯେପରି ବୁଦ୍ଧି ଖଟାଇବା କଥା କେବଳ ଅଧିନାୟକ ବିରାଟ କୋହଲିଙ୍କ କ୍ଷେତ୍ରରେ ତାହା ପ୍ରୟୋଗ...

ପୂର୍ବତନ ୟୁଫା ମୁଖ୍ୟଙ୍କୁ ପଚରାଉଚରା

ପ୍ୟାରିସ,୧୮।୬(ପିଟି)- ପୂର୍ବତନ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ ମୁଖ୍ୟ ମାଇକେଲ ପ୍ଲାଟିନିଙ୍କୁ ଫ୍ରାନ୍ସ ପୋଲିସ ଗିରଫ କରିବା ସହ କାତାରରେ ହେବାକୁ ଯାଉଥିବା ପରବର୍ତ୍ତୀ ଫିଫା ବିଶ୍ୱକପ୍‌...

Advertisement
Archives

Model This Week