ଫୁଟ୍‌ପାଥ୍‌ରେ ଶୈଶବ

ନରେଶ ଚନ୍ଦ୍ର ପଟ୍ଟନାୟକ
କେନ୍ଦୁଝର, ୬ା୮

ଖଣିଜସମ୍ପଦ ଭରା କେନ୍ଦୁଝର ଜିଲା ମୁଖ୍ୟାଳୟରେ ଦେଶର ଭବିଷ୍ୟତ କୁହାଯାଉଥିବା ଶିଶୁ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଦୁଇ ମୁଠା ଖାଇବା ପାଇଁ ମଇଳା ଆବର୍ଜନା, ଭଙ୍ଗା ଲୁହା, ଟିଣ, ଜରି ଆଦି ସଂଗ୍ରହ କରି ବିକ୍ରି କରୁଛନ୍ତି। ଥକ୍କା ବା ଭୋକ ଲାଗିଲେ ଡେନଡ୍ରାଇଟ ଅଠା ଖାଉଛନ୍ତି ା ପରିବାର ଠିକଣା କାହା ପାଖରେ ନାହିଁ। ରାତିରେ ନିଦ ଲାଗିଲେ ରାସ୍ତା କଡରେ ଫୁଟପାଥ କିମ୍ବା ଦୋକାନ ବାରଣ୍ଡାରେ ଶୋଉଛନ୍ତି। ମଶାମାଛିଙ୍କ ଉପଦ୍ରବର ଭୟନାହିଁ ଏବଂ ଅନେକ ସମୟରେ ବୁଲା କୁକୁରଙ୍କ ସହିତ ଶୋଇବାକୁ ପଡୁଛି। ଅନେକ ସମୟରେ ଦୋକାନୀ ଘଉଡ଼ାଇ ଦେଉଛନ୍ତି। ମଇଳା ଓ ଛିଣ୍ଡା ପୋଷାକ ପିନ୍ଧି ଏଭଳି ବହୁ ଶିଶୁ ବୁଲୁଥିଲେ ହେଁ ସେମାନଙ୍କ ପ୍ରତି ପ୍ରଶାସନର ନିଘା ନାହିଁ ା
ଲୋକ ମାନେ ସେମାନଙ୍କୁ ବିଭିନ୍ନ ପ୍ରକାରର କାମ କରାଇ କିଛି ପଇସା ହାତରେ ଧରାଇ ଦେଇଥାନ୍ତି। ଶିଶୁ ଶ୍ରମିକ ଭାବେ ଅସ୍ବାସ୍ଥ୍ୟକର ପରିବେଶରେ କାମ କରୁଛନ୍ତି ା ଯାହାକୁ ନେଇ ଅନେକ ସମୟରେ ଶିଶୁ ଅଧିକାର କର୍ମୀମାନେ ମଧ୍ୟ ସ୍ବର ଉତ୍ତୋଳନ କରୁ ନ ଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଥିବା ଆଲୋଚନା ହେଉଛି ା ସେହିପରି ନେତା, ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ପଦାଧିକାରୀ ତଥା ବିଭିନ୍ନ ବିଭାଗର ଅଧିକାରୀମାନେ ଜାଣିଥିଲେ ହେଁ ଦୀର୍ଘ ବହୁ ବର୍ଷ ହେଲା ଏଭଳି ଶିଶୁ ମାନଙ୍କୁ ସୁରକ୍ଷା ଓ ଥଇଥାନ ପ୍ରତି ଦାୟିତ୍ୱ ଏହି ପିଲାଙ୍କ ଅବସ୍ଥାକୁ ଦେଖିଲେ ବେଶ ଅନୁମାନ କରିହେବ। ମଇଳା ଆବର୍ଜନା ଓ ଅସ୍ବାସ୍ଥ୍ୟକର ପରିବେଶରେ ରହୁଥିବାରୁ ରୋଗବ୍ୟାଧିରେ ପଡି ଋଗଣ ହୋଇ ପଡୁଛନ୍ତି ଏବଂ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଅନେକ ସମୟରେ କୁସଙ୍ଗରେ ପଡି ଗୁଟ୍‌ଖା, ମାଦକ ଦ୍ରବ୍ୟ ଆଦି ଖାଇବା ସହ ଚୋରି ଭଳି ଅସମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ଯେଉଁ ବୟସରେ ପରିଷ୍କାର ପରିଚ୍ଛନ୍ନତା, ପାଠ ପଢିବା, ଖେଳ କୁଦ କରିବା ଜରୁରୀ ସେ ବୟସରେ ସେମାନେ ସମାଜର ମୁଖ୍ୟସ୍ରୋତରୁ ଦୂରେଇ ଯାଇ ଏକ ଭିନ୍ନ ପରିବେଶରେ ଅନିଶ୍ଚିତତା ଭବିଷ୍ୟତ ମଧ୍ୟରେ ବଢୁଥିବାରୁ ଅନେକ ଚିନ୍ତାବ୍ୟକ୍ତ କରୁଛନ୍ତି ା ଶିଶୁ ମାନଙ୍କ ସୁରକ୍ଷା, ଯତ୍ନ, ବିକାଶ ପାଇଁ ବିଭିନ୍ନ ବିଭାଗ ରହିଥିବା ବେଳେ ସେମାନଙ୍କ ଥଇଥାନ ଚିନ୍ତା ପ୍ରଶାସନ କରିବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri