ୟେସ୍‌ ବ୍ୟାଙ୍କର ପ୍ରମୁଖ ବଜାର ଓଡ଼ିଶା

ଭୁବନେଶ୍ୱର,୭।୮: ବହୁ ବାଦବିବାଦ ପରେ ୟେସ୍‌ ବ୍ୟାଙ୍କ ତା’ର ନୂତନ ବୋର୍ଡ ଜରିଆରେ ସାରା ଦେଶରେ ବ୍ୟାଙ୍କିଙ୍ଗ୍‌ ସେବା ପୂର୍ବପରି ଜାରି ରଖିଛି। ନିକଟରେ ବ୍ୟାଙ୍କ ତା’ର ଶାଖା ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ସ୍ଥାନୀୟ ପଟିଆ ଅଞ୍ଚଳରେ ଏକ ନୂତନ ଶାଖାର ଶୁଭାରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଗସ୍ତରେ ଆସିଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ବ୍ୟବସାୟ ଦୃଷ୍ଟିକୋଣରୁ ୟେସ୍‌ ବ୍ୟାଙ୍କ ପାଇଁ ଓଡ଼ିଶା ହେଉଛି ଏକ ପ୍ରମୁଖ ବଜାର। ଏଠାରେ ବ୍ୟାଙ୍କର ଋଣ ଜମା ଅନୁପାତ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୯୭% ରହିଛି। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟଠାରୁ ୬୦% ଓ ରାଜ୍ୟ ହାରାହାରିଠାରୁ ଢେର ଅଧିକ ବୋଲି କୁହାଯାଇଛି। ରାଜ୍ୟରେ ମୋଟ ଜମା ବର୍ଷକୁ ବର୍ଷ ଭିତ୍ତିରେ ୮୩୩ କୋଟି ଟଙ୍କାର ବୃଦ୍ଧି ଘଟି ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୧୯୪୬ କୋଟି ଟଙ୍କା ହୋଇଛି। ପୁନଶ୍ଚ ବର୍ଷକୁ ବର୍ଷ ଭିତ୍ତିରେ ଅଗ୍ରିମ ୨୧୯କୋଟି ଟଙ୍କା ବୃଦ୍ଧି ପାଇଁ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୧୮୯୨ କୋଟି ଟଙ୍କା ହୋଇଛି। ଏହାର ପ୍ରମୁଖ ଭାଗ ହେଉଛି ଅଗ୍ରାଧିକାର କ୍ଷେତ୍ରର ଋଣ। ବ୍ୟାଙ୍କର ସମ୍ପ୍ରସାରଣ ଯୋଜନାର ଅଂଶସ୍ବରୂପ ୨୦୨୨-୨୩ ଆର୍ଥିକ ବର୍ଷରେ ଅନ୍ୟାନ୍ୟ ଜିଲାରେ ଅଧିକ ଶାଖା ଖୋଲିବାକୁ ବ୍ୟାଙ୍କ ଆଲୋଚନା ଜାରି ରଖିଛି। ଏହି ବଜାରରେ ୟେସ୍‌ ବ୍ୟାଙ୍କ ପାଇଁ ରହିଥିବା ସୁଯୋଗର ଏହା ହେଉଛି ପ୍ରତିଫଳନ। ବିଗତ କିଛି ବର୍ଷ ସରକାରୀ ସମସ୍ୟା ଓ ମୋରାଟୋରିଅମ୍‌ ଲାଗୁହେବା ପରଠାରୁ ନୂଆ ପରିଚାଳନା କର୍ତ୍ତୃପକ୍ଷ ଅଧୀନରେ ୟେସ୍‌ ବ୍ୟାଙ୍କରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ତ୍ରୈମାସିକରେ ବ୍ୟାଙ୍କ ପୂର୍ଣ୍ଣ ବର୍ଷର ଲାଭ ହାସଲ କରିଛି ଏବଂ ଉଲ୍ଲେଖନୀୟ ଅଭିଯାନ ଓ ଉଦ୍ୟମ ସହିତ ବ୍ୟବସାୟରେ ଏହା ପ୍ରତ୍ୟାବର୍ତ୍ତନ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଗତି ଓ ସୁଧାର ସହ ୟେସ୍‌ ବ୍ୟାଙ୍କର ପୁନର୍ଗଠନ ସ୍କିମ୍‌ ଶେଷ ହୋଇଛି ଏବଂ ବ୍ୟାଙ୍କ ଏବେ ଏହାର ଏନ୍‌ପିଏକୁ ଏଆର୍‌ସିକୁ ହସ୍ତାନ୍ତର କରିବା ପ୍ରକ୍ରିୟାରେ ରହିଛି। ରାଜ୍ୟରେ ଏହାର ଉପସ୍ଥିତିକୁ ଆହୁରି ବଢ଼ାଇବା ପାଇଁ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ବିଜ୍‌ନେସ୍‌ କରେସପଣ୍ଡେଣ୍ଟ୍‌ ଏଜେଣ୍ଟ୍‌ ଭାବେ ସେମାନଙ୍କୁ ସାମିଲ କରିବା ଲାଗି ମିଶନ ଶକ୍ତି ବିଭାଗ ସହିତ ଏମ୍‌ଓୟୁ ସ୍ବାକ୍ଷର କରିଛି। ଦେଶର ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଇ ଆଗରେ ରହିବା ଲାଗି ବ୍ୟାଙ୍କର ଉଦ୍ୟମ ଅନୁସାରେ ରାଜ୍ୟରେ ବ୍ୟାଙ୍କ ସୁବିଧା ନ ଥିବା କି ମ୍ବା ଅଳ୍ପ ସୁବିଧା ଥିବା ସ୍ଥାନରେ ବ୍ୟାଙ୍କ ସୁବିଧା ପହଞ୍ଚାଇ ନାଗରିକମାନଙ୍କ ପାଇଁ ସହାୟକ ହେବା ହେଉଛି ଏହି ପଦକ୍ଷେପର ଲକ୍ଷ୍ୟ। ମିଶନ ଶକ୍ତି ବିଭାଗ ସହ ଏମ୍‌ଓୟୁ କାର୍ଯ୍ୟକାରୀ କରିବା ବେଳେ କେବଳ ଚାରିଟି ଜିଲାକୁ ନେଇ ଏହି ଯାତ୍ରା ଆରମ୍ଭ ହୋଇଥିଲା ଏବଂ ଏହାର ନିଜର ଶାଖାକୁ ଏବେ ୧୩ଟି ଜିଲାକୁ ସମ୍ପ୍ରସାରିତ କରିବା ସହ ୧,୦୦୦ ମହିଳା ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ସାମିଲ କରିଛି। ଅପରପକ୍ଷରେ ବର୍ତ୍ତମାନ ଓଡ଼ିଶାରେ ଏହାର ୯ଟି ଶାଖା ରହିଥିଲା ବେଳେ ବିଗତ ଏକ ବର୍ଷ ଭିତରେ ୩ଟି ଶାଖା ଉଦ୍‌ଘାଟିତ ହୋଇଛି। ସେହିଭଳି ଆର୍ଥିକ ବର୍ଷ ୨୦୨୨-୨୩ରେ ବ୍ୟାଙ୍କର ସମ୍ପ୍ରସାରଣ ପାଇଁ ଆମର ଯୋଜନା ରହିଛି। ସେହିପରି ବର୍ତ୍ତମାନ ରାଜ୍ୟରେ ପ୍ରାୟ ୨୫,୦୦୦ ଖାତାଧାରୀ ରହିଛନ୍ତି। ଗତ ଏକ ବର୍ଷରେ ୪,୭୦୦ ଖାତା ଯୋଡ଼ାଯାଇଛି। ଷ୍ଟାର୍ଟଅପ୍‌ ବ୍ୟବସ୍ଥା ଉପରେ ଅତିରିକ୍ତ ଗୁରୁତ୍ୱ ଦେଇ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସହାୟତା ପ୍ରଦାନ କରିବା ଲାଗି ଆମର ପ୍ରୟାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?