ଶେରଗଡ଼ର ଐତିହ୍ୟ ଜଗନ୍ନାଥ ମନ୍ଦିର, ଚନ୍ଦ୍ରବିଳାସ ପ୍ରାସାଦ

ଶେରଗଡ଼,୨୬।୧୧(ଡି.ଏନ.ଏ) ସୂର୍ଯ୍ୟନାରାୟଣ ଦାଶ: ଗଞ୍ଜାମ ଜିଲା ଶେରଗଡରେ ରହିଛି ଐତିହ୍ୟ ଓ ପରମ୍ପରାର ମୂକସାକ୍ଷୀ ଜଗନ୍ନାଥ ମନ୍ଦିର ଓ ଚନ୍ଦ୍ରବିଳାସ ରାଜପ୍ରାସାଦ। ଏହାକୁ ନେଇ ଶେରଗଡ଼ବାସୀ ଗର୍ବ କରନ୍ତି। ଏହି କୀର୍ତ୍ତି ଆଜି ମୂକସାକ୍ଷୀ ହୋଇ ଛିଡା ହୋଇଛି ବଡ଼ଦାଣ୍ଡ ଶେଷରେ। ଜଗନ୍ନାଥ ମନ୍ଦିରଟି ୫୦୦ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଚନ୍ଦ୍ରବିଳାସ ରାଜପ୍ରାସାଦଟି ୧୨୦ବର୍ଷର ପୁରୁଣା। କୁହାଯାଏ ଏ ଦୁଇଟି କୀର୍ତ୍ତି ମଧ୍ୟରେ ରହିଛି ପାରିବାରିକ ସମ୍ପର୍କ। ଏଥିରେ ପୁରୁଣା କାଳର କାରୁକାର୍ଯ୍ୟର ଛିଟା ଦେଖିବାକୁ ମିଳେ।
କିମ୍ବଦନ୍ତୀରୁ ଜଣାଯାଏ, ଶେରଗଡ ରାଜପରିବାରର ୬ପିଢ଼ି ଏହି ସର୍ବପୁରାତନ ଜଗନ୍ନାଥ ମନ୍ଦିରକୁ ଦେଖି ଆସିଛନ୍ତି । ଏମାନଙ୍କ ମଧ୍ୟରେ ବର୍ତ୍ତମାନ ଥିବା ପୂର୍ଣ୍ଣଚନ୍ଦ୍ର ସିଂଦେଓ ଓ ପ୍ରସନ୍ନ କୁମାର ସିଂଦେଓ ଅଛନ୍ତି। ପୂର୍ବପିଢ଼ି ରାଜାଙ୍କ ମଧ୍ୟରେ ଉଦୟ ପ୍ରତାପ ସିଂଦେଓ, ଶୋଭାଚନ୍ଦ୍ର ସିଂଦେଓ, କୃଷ୍ଣ ମୋହନ ସିଂଦେଓ,ବ୍ରଜ ମୋହନ ସିଂଦେଓ ଏବଂ ଲଷ୍ମୀ ନୃସିଂହ ସିଂଦେଓଙ୍କ ସମେତ ଆହୁରି ଅନେକ ରାଜା ଏହି ମନ୍ଦିର ସହିତ ଜଡିତ।
ବର୍ତ୍ତମାନର ଶ୍ରୀପଦ ମଞ୍ଜରୀ ଉଚ୍ଚ ବିଦ୍ୟାଳୟ ସ୍ଥାନରେ ଥିଲା ସେହି ପୂର୍ବତନ ରାଜଉଆସ। ଯାହାର ନାମ ଥିଲା ଜୟମଙ୍ଗଳ ରାଜପ୍ରାସାଦ। ଏହି ପ୍ରାସାଦରେ ରହି ଆସୁଥିଲେ ସେହି ୬ ପିଢ଼ି ରାଜପରିବାର ସଦସ୍ୟ। ରାଜାଙ୍କ ଚଳଣି କହିଲେ ଶେରଗଡ ଚାରିପଟେ ଚାରିଖଣ୍ଡ ତାଲୁକାରେ ଥିବା ଜମି। ଉକ୍ତ ଜମିର ମାହାସୁଲରୁ ଯାହା ଆଦାୟ ହେଉଥିଲା ରାଜପରିବାର ଚଳିବା ସହ ପରମ୍ପରା ବଜାୟ ରଖୁଥିଲେ। ରାଜପରିବାର ପକ୍ଷରୁ କିଛି ଜମି ଦାନକରି କେତେକ ବ୍ରାହ୍ମଣ ଶାସନ ବସାଇଥିଲେ। ସେଗୁଡ଼ିକ ମଧ୍ୟରେ ବଳିଆରସିଂପୁର ଶାସନ,ହରିକୃଷ୍ଣପୁର ଶାସନ, ରାମକୃଷ୍ଣପୁର ଶାସନ, ମାରୁଶାସନ ଓ ବିଜୟରାଜେନ୍ଦ୍ରପୁର ଶାସନ ଆଦି ସ୍ଥାନରେ ନିଜ ଜମି ଦେଇ ବ୍ରାହ୍ମଣମାନଙ୍କୁ ଡକାଇ ଶାସନ ପ୍ରତିଷ୍ଠା କରିଥିଲେ।
ଶେରଗଡ ରାଜପରିବାର ଓ ଜଗନ୍ନାଥ ମନ୍ଦିର ଭିତରେ ଇଷ୍ଟ ଦେବତା ଓ ସେବାୟତର ସମ୍ପର୍କ ଥିଲା। ଏଣୁ ଜଗନ୍ନାଥ ମନ୍ଦିର ଓ ରାଜପରିବାର ମଧ୍ୟରେ ଏକ ନିବିଡ ଓ ଅତୁଟ ବନ୍ଧନ ବହୁ ପୁରୁଣାକାଳରୁ ରହି ଆସିଛି। ଜୟମଙ୍ଗଳ ରାଜ ପ୍ରାସାଦଟି ବହୁ ପୁରାତନ ହୋଇଥିବାରୁ ରାଜ ପରିବାରଗଣ ଜଗନ୍ନାଥ ମନ୍ଦିର ପାର୍ଶ୍ୱରେ ଏକ ନୂଆ ରାଜପ୍ରାସାଦ କରିବାକୁ ମନସ୍ଥ କରି ୧୯୧୨ରେ ରାଜ ପ୍ରାସାଦ ନିର୍ମାଣ ଜଗନ୍ନାଥ ମନ୍ଦିରକୁ ଲାଗି ଆରମ୍ଭ ହେଲା। ଦୀର୍ଘ ୨ବର୍ଷ ଅର୍ଥାତ୍‌ ୧୯୧୬ରେ କାମ ସରିବା ପରେ ଚନ୍ଦ୍ରବିଳାସ ରାଜପ୍ରାସାଦ ଭାବରେ ନାମିତ କରି ସେ ସମୟର ରାଜା ଶୋଭାଚନ୍ଦ୍ର ସିଂଦେଓ ଓ ଉଦୟ ପ୍ରତାପ ସିଂଦେଓ ଏବଂ ତାଙ୍କ ପରିବାର ସେଠାରେ ବସବାସ କଲେ। ନବନିର୍ମିତ ରାଜପ୍ରାସାଦରେ ୫୦ରୁ ଅଧିକ କୋଠରି ଥିଲା। ସେଥିରେ ଦରବାର ହଲ, ବୈଠକ ଖାନା, ରାଣୀ ମହଲ, ପାକଶାଳା,ଭଣ୍ଡାର ଗୃହ, ଅଳଙ୍କାର ଗୃହ, ଗୋଦାମ ଗୃହ, ସ୍ନାନାଗାର ଓ ରାଜ ଅଭିଷେକ ମଣ୍ଡପ ସମେତ ଏମିତି ଅନେକ କିଛି ଗୃହ ରହିଛି।
୧୯୭୬ରେ ରାଜ୍ୟ ସରକାରଙ୍କ ସିଲିଂ ରାଜସ୍ବ ଆଇନ ରାଜପରିବାରର ବହୁତ କିଛି କ୍ଷତି ଘଟାଇଲା। ଶେରଗଡ ବ୍ଲକ ଚାରିଖଣ୍ଡ ତାଲୁକାରେ ଯାହା ଜମି ଥିଲା ତାହା ପୁରା ରାଜସ୍ବ ବିଭାଗ ନିଜ ହାତକୁ ନେଇ ଉକ୍ତ ଜମିକୁ ଗରିବ ଓ ଭୂମିହୀନ ପରିବାରକୁ ପ୍ରଦାନ କରିଦେଲା। ଗରିବ ଭୂମିହୀନ ପରିବାରଙ୍କୁ ସରକାର ରାଜ ପରିବାରଠାରୁ ସିଲିଂ ଆକାରରେ ଜମି ଛଡ଼େଇ ନେଲେ ଅଥଚ ରାଜ ପରିବାର ସହାୟତା କି କ୍ଷତି ପୂରଣ ଦେଲେ ନାହିଁ। ଫଳରେ ରାଜପରିବାର ହଜାର ହଜାର ଭରଣ ଜମି ହରାଇଲେ। ଫଳରେ ରାଜପରିବାର ଚଳଣିରେ ବାଧକ ସାଜିଲା ଅର୍ଥ। ସେହି ପ୍ରଭାବ ମଧ୍ୟ ଜଗନ୍ନାଥ ମନ୍ଦିରରେ ପଡିଲା। ଜଗନ୍ନାଥ ମନ୍ଦିରର ବିକାଶ ଦିଗରେ ରାଜପରିବାରର ମୁଖ୍ୟ ଭୂମିକା ରହିଛି। ରାଜପରିବାର ପତନ ପାଇଁ ସରକାରଙ୍କ ରାଜସ୍ବ ସିଲିଂ ବ୍ୟବସ୍ଥା ଦାୟୀ। ଜଗନ୍ନାଥ ମନ୍ଦିର ୫୦୦ ବର୍ଷ ପୁରୁଣା ହୋଇଥିବା ବେଳେ ରାଜପ୍ରାସାଦ ମଧ୍ୟ ୧୨୦ ବର୍ଷରେ ପହଞ୍ଚିଛି। ଦୁଇଟି ଯାକ ଐତିହାସିକ କୀର୍ତ୍ତିର ପୁନରୁଦ୍ଧାର ଜରୁରୀ। ଏଥିପ୍ରତି ଦୃଷ୍ଟି ନ ଦେଲେ ତାହା ନଷ୍ଟ ହୋଇଯିବ। ଦୁଇଟି ଯାକ କୀର୍ତ୍ତିର ରକ୍ଷଣାବେକ୍ଷଣ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ।
ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ବରିଷ୍ଠ ନେତା ହୃଷୀକେଶ ପାଢୀ, ବାସୁଦେବ ସ୍ବାଇଁ, ଗୌରହରି ବିଷୋୟୀ ଓ ଶ୍ରୀଦୀପ ମହାପାତ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦରଖାସ୍ତ ଦେଇ ଏହାର ରକ୍ଷଣା ବେକ୍ଷଣ ଲାଗି ଅନୁରୋଧ କରିଥିବା ଜଣାପଡିଛି। ଏ ସମ୍ପର୍କରେ ରାଜା ସାହେବ ପୂର୍ଣଚନ୍ଦ୍ର ସିଂ ଦେଓ ଓ ପ୍ରସନ୍ନ କୁମାର ସିଂ ଦେଓ କହନ୍ତି, ଆମ ଜଗନ୍ନାଥ ମନ୍ଦିରର ନିତିକାନ୍ତି ଭଳି ରାଜା ରାଜୁଡା ପରମ୍ପରା ଓ ବହୁ ସେବାୟତଙ୍କ ଗହଣରେ ଚାଲିଛି। ଏକ କମିଟି ଗଠନ କରି ପ୍ରାସାଦକୁ ସୁନ୍ଦର କରିବା ପାଇଁ ପଦକ୍ଷେପ ନିଆଯାଇଛି। ମନ୍ଦିର ଓ ରାଜ ପ୍ରାସାଦଟି ପୁରୁଣା ହୋଇଗଲାଣି। ଏହାକୁ ନୂତନ ଭାବେ ନିର୍ମାଣ କରାଗଲେ କିଛି ବର୍ଷ କୀର୍ତ୍ତୀଭାବେ ରହନ୍ତା। ଏହି ଜଗନ୍ନାଥ ମନ୍ଦିର ବହୁ ପୁରାତନ ଏଣୁ ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦିଅନ୍ତୁ।
ବି.ଚେଇନ ପାତ୍ର, ସୀତାରାମ ପଟ୍ଟନାୟକ କୁହନ୍ତି, ଶେରଗଡ ଜଗନ୍ନାଥ ଚଳନ୍ତି ଠାକୁର। ଭକ୍ତଙ୍କ ମନସ୍କାମନା ପୂରଣ କରନ୍ତି । ଏଣୁ ରାଜପ୍ରାସାଦ ଓ ଜଗନ୍ନାଥ ମନ୍ଦିର ପ୍ରତି ସରକାର ଦୃଷ୍ଟି ଦିଅନ୍ତୁ।
ପରିବହନ ବିଭାଗର ଅତିରିକ୍ତ ସଚିବ ସମୀକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ ସମ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri