କଥା ନ ହେବାରୁ ନାବାଳିକାଙ୍କ ତଣ୍ଟି କାଟିଦେଲେ

ଅନୁଗୋଳ ଅଫିସ, ୯ା୫: ବର୍ଷେ ହେଲା ନାବାଳିକାଙ୍କୁ ଜାଣିଥିଲେ ଯୁବକ। ଫୋନରେ କଥା ମଧ୍ୟ ହେଉଥିଲେ। ହେଲେ ୩ ମାସ ହେଲା ବାର୍ତ୍ତାଳାପ ବନ୍ଦ କରିଦେଇଥିଲେ ନାବାଳିକା। ଆଉ ଏହାକୁ ନେଇ ଯୁବକ ଜଣକ ରାଗରେ ଏପରି ରକ୍ତମୁଖା ହୋଇଉଠିଥିଲେ ଯେ ଘରେ ପଶି ୧୩ ବର୍ଷୀୟା ନାବାଳିକାଙ୍କ ତଣ୍ଟି କାଟି ଜୀବନ ନେଇଗଲେ। ଅନୁଗୋଳ ସଦର ଥାନା କୁଇଓ ଅଞ୍ଚଳରେ ସୋମବାର ଜଣେ ଯୁବକଙ୍କ ଏପରି ଜଘନ୍ୟ କାଣ୍ଡ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ନଂ. ୨୩୪/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ ଏନ୍‌ଟିପିସି ଥାନା ବଡ଼ଗୁଣ୍ଡୁରୀ ଗ୍ରାମର ରଞ୍ଜନ ବେହେରାଙ୍କୁ ଧରିବାକୁ ତନାଘନା ଚଳାଇଛି।
ନାବାଳିକାଙ୍କ ପୈତୃକ ଘର ତାଳଚେର ବ୍ଲକ ଡଅଁରା ଅଞ୍ଚଳରେ। ଏକ ମାସ ହେଲା ତାଙ୍କ ପରିବାର ଅନୁଗୋଳ ସଦର ଥାନା କୁଇଓରେ ଘର କରି ରହୁଥିଲେ। ନାବାଳିକାଙ୍କ ସହ ବର୍ଷେ ହେଲା ଅଭିଯୁକ୍ତ ରଞ୍ଜନଙ୍କ ପରିଚୟ ଥିଲା। ଏପରି କି ଦୁହେଁ ଫୋନରେ କଥା ମଧ୍ୟ ହେଉଥିଲେ। ହେଲେ ୩ ମାସ ହେଲା ନାବାଳିକା ରଞ୍ଜନଙ୍କ ସହ ଆଉ କଥା ହେଉ ନ ଥିଲେ। ଏହାକୁ ନେଇ ରାଗ ରଖିଥିବା ରଞ୍ଜନ ସୋମବାର ପୂର୍ବାହ୍ନ ୮ଟା ୩୦ରେ ଏକ ବାଇକ୍‌ରେ କୁଇଓ ଆସିଥିଲେ। ନାବାଳିକାଙ୍କ ଘର ସମ୍ମୁଖରେ ଗାଡ଼ି ରଖି ଘର ଭିତରକୁ ଧସେଇ ପସିଥିଲେ। ନାବାଳିକାଙ୍କ ମା’ ବିରୋଧ କରିବାରୁ ତାଙ୍କୁ ଧକ୍କା ମାରି କବାଟ ବନ୍ଦ କରିଦେଇଥିଲେ। ଏହାପରେ ନାବାଳିକାଙ୍କ ରୁମ୍‌ ଭିତରକୁ ପଶିଯାଇ ଏକ ଧାରୁଆ ଛୁରିରେ ତଣ୍ଟି କାଟି ଛାତ ଉପର ଦେଇ ଖସି ଚାଲିଯାଇଥିଲେ। ତୁରନ୍ତ ନାବାଳିକାଙ୍କୁ ପରିବାର ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ ହେଁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଖବରପାଇ ଅନୁଗୋଳ ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ତଦନ୍ତ କରିଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ମୃତଦେହ ପଞ୍ଚନାମା ପରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ହତ୍ୟାକାଣ୍ଡ ପରେ କୁଇଓ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସ୍ଥାନୀୟ ଲୋକମାନେ ରାସ୍ତାରୋକୋ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା। ସଦର ପୋଲିସ ୩ଟି ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସନ୍ଧ୍ୟାରେ ହତ୍ୟାକାଣ୍ଡସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚତ୍ ତଦନ୍ତ କରିଛି। ଅଭିଯୁକ୍ତଙ୍କ ମା’ ଓ ଭାଇଙ୍କୁ ଥାନାକୁ ଉଠାଇ ଆଣି ରଞ୍ଜନଙ୍କ ସମ୍ପର୍କରେ ତଥ୍ୟ ପାଇବା ପାଇଁ ଉଦ୍ୟମ କରୁଛି। ଥାନା ଅଧିକାରୀ ରାଉତ କହିଛନ୍ତି, ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଜବତ କରାଯାଇଛି। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି…

ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

IND vs ENG: ବାହାନା ପରେ ବାହାନା… ଟିମ ଇଣ୍ଡିଆର ଦୁଃଖଦ ଅବସ୍ଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ପାଖରେ ଅସୀମ ବାହାନା ଥିବା ପରି ମନେହୁଏ। ସେ ଏବେ ଆଉ ଏକ ବାହାନା ବାହାର…

ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ, ଆଉ ୩…

ଝରିଗାଁ,୧୧ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ନୂତନ କୋର୍ଟ ନିକଟରେ ବାଇକ୍‌ ଦୁର୍ଘଟଣା ଯୋଗୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍‌ରେ ଥିବା…

ଦୁଃଖ କରୁଛି ପାକିସ୍ତାନ ! ମୋଦିଙ୍କୁ ନେଇ ଶାହବାଜ ସରିଫଙ୍କ ପରାମର୍ଶଦାତା କହିଲେ ଏମିତି କଥା ସବୁଠି ହେଉଛି ଚର୍ଚ୍ଚା

ଇସଲାମାବାଦ,୧୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଜଣେ ପ୍ରମୁଖ ପରାମର୍ଶଦାତା ରାଣା ସାନାଉଲ୍ଲା ଖାନଙ୍କ ଏକ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri