Posted inଖେଳ

ଆଇସିସି ଅଧ୍ୟକ୍ଷ ପଦରୁ ଓହରିଲେ ମନୋହର

ଦୁବାଇ, ୧।୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି)ର ପ୍ରଥମ ସ୍ବାଧୀନ ଅଧ୍ୟକ୍ଷଭାବେ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ବୁଧବାର ସେ ନିଜ ପଦରୁ ଓହରି ଯାଇଛନ୍ତି। ଆଇସିସି ଅଧ୍ୟକ୍ଷଭାବେ ସେ ୨୦୧୫ ନଭେମ୍ବରରେ ଦାୟିତ୍ୱ ଗ୍ରହଣ କରିଥିଲେ। ”ଦୁଇଥର ୨ ବର୍ଷିଆ କାର୍ଯ୍ୟକାଳ ପରେ ଆଇସିସି ଅଧ୍ୟକ୍ଷ ପଦରୁ ଶଶାଙ୍କ ମନୋହର ଓହରି ଯାଇଛନ୍ତି। ବୁଧବାର ଆଇସିସି ବୋର୍ଡ ବୈଠକ ବସି ତାଙ୍କ ଡେପୁଟି ହଂକଂର ଇମ୍ରାନ ଖ୍ବାଜାଙ୍କୁ ଆନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ଅର୍ପଣ କରାଯାଇଛି। ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବା ପର୍ଯ୍ୟନ୍ତ ଖ୍ବାଜା ଏହି ଦାୟିତ୍ୱ ସମ୍ଭାଳିବେ“ ବୋଲି ଆଇସିସି ପକ୍ଷରୁ ଏକ ବିବୃତିରେ ପ୍ରକାଶ କରାଯାଇଛି। ଆଇସିସି ନିୟମ ଅନୁସାରେ ମନୋହର ଆଉ ୨ ବର୍ଷ ପାଇଁ ଅଧ୍ୟକ୍ଷ ପଦରେ ରହି ପାରିଥାନ୍ତେ। କାରଣ ଜଣେ ବ୍ୟକ୍ତି ସର୍ବାଧିକ ୩ ଥର ୨ ବର୍ଷିଆ କାର୍ଯ୍ୟକାଳରେ ରହିପାରିବା ନେଇ ନିୟମ ରହିଛି। ୬୨ ବର୍ଷୀୟ ମନୋହର ପୂର୍ବରୁ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସଭାପତିଭାବେ କାର୍ଯ୍ୟ କରିଥିଲେ। ମନୋହରଙ୍କ ଉତ୍ତରାଧିକାରୀ ପାଇଁ ନିର୍ବାଚନ ସମ୍ପର୍କିତ ନିଷ୍ପତ୍ତି ଆସନ୍ତା ସପ୍ତାହରେ ହେବା ସମ୍ଭାବନା ରହିଛି। ନେତୃତ୍ୱ ନେବାଠାରୁ ଆରମ୍ଭ କରି ଆଇସିସି ଅଧ୍ୟକ୍ଷ ଭାବେ ଏହି କ୍ରୀଡ଼ା ପାଇଁ ମନୋହର ସବୁକିଛି କରିଛନ୍ତି। ତେଣୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ଶାଓ୍ବନେ। ପ୍ରକାଶ ଯୋଗ୍ୟ ଯେ, ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ଦୌଡ଼ରେ ପୂର୍ବତନ ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି) ଅଧ୍ୟକ୍ଷ କଲିନ ଗ୍ରେଭ୍ସ ଓ ଭାରତର ସୌରଭ ଗାଙ୍ଗୁଲି ସର୍ବାଗ୍ରେ ରହିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଗାଙ୍ଗୁଲିଙ୍କ ପ୍ରାର୍ଥିତ୍ୱ ନିର୍ଭର କରିବ। ସମ୍ବିଧାନ ଅନୁସାରେ ରାଜ୍ୟ ଓ ବିସିସିଆଇର କର୍ମକର୍ତ୍ତାଭାବେ ଗାଙ୍ଗୁଲିଙ୍କ ୬ ବର୍ଷିଆ କାର୍ଯ୍ୟକାଳ ଜୁଲାଇ ୩୧ରେ ପୂରିବାକୁ ଯାଉଛି। ତେଣୁ ଲୋଧା ପ୍ରଶାସନିକ ସଂସ୍କାର ଅନୁସାରେ ହୋଇଥିବା ନିୟମରେ କୋହଳ କରି ସୁପ୍ରିମକୋର୍ଟ ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି ଭାବେ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଉଛନ୍ତି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏହା ନ ହୋଇ ପାରିଲେ ଗାଙ୍ଗୁଲି ଆଇସିସି ଅଧ୍ୟକ୍ଷ ପଦପାଇଁ ପ୍ରମୁଖ ଦାବିଦାର ହେବେ। ପୂର୍ବତନ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ମୁଖ୍ୟ ଡେଭିଡ କାମେରନ, ନ୍ୟୁଜିଲାଣ୍ଡର ଗ୍ରେଗର ବାରକ୍ଲେ ଓ ଦକ୍ଷିଣ ଅଫ୍ରିକାର କ୍ରିସ ନେନ୍‌ଜାନି ମଧ୍ୟ ଏହି ପଦପାଇଁ ଆଗ୍ରହ ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?