Posted inଖେଳ

ଆଇସିସି ଅଧ୍ୟକ୍ଷ ପଦରୁ ଓହରିଲେ ମନୋହର

ଦୁବାଇ, ୧।୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି)ର ପ୍ରଥମ ସ୍ବାଧୀନ ଅଧ୍ୟକ୍ଷଭାବେ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ବୁଧବାର ସେ ନିଜ ପଦରୁ ଓହରି ଯାଇଛନ୍ତି। ଆଇସିସି ଅଧ୍ୟକ୍ଷଭାବେ ସେ ୨୦୧୫ ନଭେମ୍ବରରେ ଦାୟିତ୍ୱ ଗ୍ରହଣ କରିଥିଲେ। ”ଦୁଇଥର ୨ ବର୍ଷିଆ କାର୍ଯ୍ୟକାଳ ପରେ ଆଇସିସି ଅଧ୍ୟକ୍ଷ ପଦରୁ ଶଶାଙ୍କ ମନୋହର ଓହରି ଯାଇଛନ୍ତି। ବୁଧବାର ଆଇସିସି ବୋର୍ଡ ବୈଠକ ବସି ତାଙ୍କ ଡେପୁଟି ହଂକଂର ଇମ୍ରାନ ଖ୍ବାଜାଙ୍କୁ ଆନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ଅର୍ପଣ କରାଯାଇଛି। ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବା ପର୍ଯ୍ୟନ୍ତ ଖ୍ବାଜା ଏହି ଦାୟିତ୍ୱ ସମ୍ଭାଳିବେ“ ବୋଲି ଆଇସିସି ପକ୍ଷରୁ ଏକ ବିବୃତିରେ ପ୍ରକାଶ କରାଯାଇଛି। ଆଇସିସି ନିୟମ ଅନୁସାରେ ମନୋହର ଆଉ ୨ ବର୍ଷ ପାଇଁ ଅଧ୍ୟକ୍ଷ ପଦରେ ରହି ପାରିଥାନ୍ତେ। କାରଣ ଜଣେ ବ୍ୟକ୍ତି ସର୍ବାଧିକ ୩ ଥର ୨ ବର୍ଷିଆ କାର୍ଯ୍ୟକାଳରେ ରହିପାରିବା ନେଇ ନିୟମ ରହିଛି। ୬୨ ବର୍ଷୀୟ ମନୋହର ପୂର୍ବରୁ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସଭାପତିଭାବେ କାର୍ଯ୍ୟ କରିଥିଲେ। ମନୋହରଙ୍କ ଉତ୍ତରାଧିକାରୀ ପାଇଁ ନିର୍ବାଚନ ସମ୍ପର୍କିତ ନିଷ୍ପତ୍ତି ଆସନ୍ତା ସପ୍ତାହରେ ହେବା ସମ୍ଭାବନା ରହିଛି। ନେତୃତ୍ୱ ନେବାଠାରୁ ଆରମ୍ଭ କରି ଆଇସିସି ଅଧ୍ୟକ୍ଷ ଭାବେ ଏହି କ୍ରୀଡ଼ା ପାଇଁ ମନୋହର ସବୁକିଛି କରିଛନ୍ତି। ତେଣୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ଶାଓ୍ବନେ। ପ୍ରକାଶ ଯୋଗ୍ୟ ଯେ, ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ଦୌଡ଼ରେ ପୂର୍ବତନ ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି) ଅଧ୍ୟକ୍ଷ କଲିନ ଗ୍ରେଭ୍ସ ଓ ଭାରତର ସୌରଭ ଗାଙ୍ଗୁଲି ସର୍ବାଗ୍ରେ ରହିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଗାଙ୍ଗୁଲିଙ୍କ ପ୍ରାର୍ଥିତ୍ୱ ନିର୍ଭର କରିବ। ସମ୍ବିଧାନ ଅନୁସାରେ ରାଜ୍ୟ ଓ ବିସିସିଆଇର କର୍ମକର୍ତ୍ତାଭାବେ ଗାଙ୍ଗୁଲିଙ୍କ ୬ ବର୍ଷିଆ କାର୍ଯ୍ୟକାଳ ଜୁଲାଇ ୩୧ରେ ପୂରିବାକୁ ଯାଉଛି। ତେଣୁ ଲୋଧା ପ୍ରଶାସନିକ ସଂସ୍କାର ଅନୁସାରେ ହୋଇଥିବା ନିୟମରେ କୋହଳ କରି ସୁପ୍ରିମକୋର୍ଟ ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି ଭାବେ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଉଛନ୍ତି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏହା ନ ହୋଇ ପାରିଲେ ଗାଙ୍ଗୁଲି ଆଇସିସି ଅଧ୍ୟକ୍ଷ ପଦପାଇଁ ପ୍ରମୁଖ ଦାବିଦାର ହେବେ। ପୂର୍ବତନ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ମୁଖ୍ୟ ଡେଭିଡ କାମେରନ, ନ୍ୟୁଜିଲାଣ୍ଡର ଗ୍ରେଗର ବାରକ୍ଲେ ଓ ଦକ୍ଷିଣ ଅଫ୍ରିକାର କ୍ରିସ ନେନ୍‌ଜାନି ମଧ୍ୟ ଏହି ପଦପାଇଁ ଆଗ୍ରହ ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri