ସରିନି ବିସର୍ଜନ ଘାଟ, ଗ୍ୟାଲେରି କାମ

ରାଉରକେଲା,୨୦।୮(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆର୍‌ଏମ୍‌ସି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରତିବର୍ଷ ପାର୍ବଣ ସମୟରେ ବାଲୁଘାଟଠାରେ ମୂର୍ତ୍ତି ବିସର୍ଜନ କରାଯାଉଥିବାରୁ ନଦୀ ଜଳ ପ୍ରଦୂଷିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଆର୍‌ଏମ୍‌ସି ପକ୍ଷରୁ ସେଠାରେ ମୂର୍ତ୍ତି ବିସର୍ଜନ ଘାଟ ଓ ଗ୍ୟାଲେରି ନିର୍ମାଣ କରାଯାଉଛି। ତେବେ ପ୍ରକଳ୍ପର ନିର୍ଦ୍ଧାରିତ ଅବଧି ଶେଷ ହୋଇଥିଲେ ମଧ୍ୟ ଏହି କାମ ସରିନାହିଁ। ଫଳରେ ଆସନ୍ତା ପାର୍ବଣ ଋତୁରେ ମୂର୍ତ୍ତି ବିସର୍ଜନ କେଉଁଠି କରାଯିବ ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଆର୍‌ଏମ୍‌ସି ପକ୍ଷରୁ ୨୦୨୨ ସେପ୍ଟେମ୍ବର ମାସରେ ବାଲୁଘାଟ ନିକଟରେ ମୂର୍ତ୍ତି ବିସର୍ଜନ ଘାଟ ଏବଂ ବିସର୍ଜନ ସମୟରେ ଶ୍ରଦ୍ଧାଳୁମାନଙ୍କ ବସିବା ପାଇଁ ୫୦୦ ସିଟ୍‌ ବିଶିଷ୍ଟ ଗ୍ୟାଲେରୀ ନିର୍ମାଣ କରିବାକୁ ସ୍ଥିର କରାଗଲା। ୨୦୨୩ ଜାନୁୟାରୀ ମାସରେ ଟେଣ୍ଡର ଆହ୍ବାନ ହୋଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଗଲା। କାର୍ଯ୍ୟାଦେଶ ମୁତାବକ ମୂର୍ତ୍ତି ବିସର୍ଜନ ପୋଖରୀ ସହ ଆମ୍ପିଥିଏଟର, ସିକ୍ୟୁରିଟି ରୁମ୍‌, ପମ୍ପ ହାଉସ, ବିସର୍ଜନ ପାଇଁ ପୋଖରୀକୁ ପ୍ରବେଶ ପାଇଁ ଆଡଜେଷ୍ଟ ଗାଡି ଆଦି ବାବଦ ଅର୍ଥରାଶି ବ୍ୟୟବରାଦ ହେଲା। ପୋଖରୀ ଆମ୍ପିଥିଏଟର ପ୍ରକଳ୍ପ ପାଇଁ ୮୯ଲକ୍ଷ ଟଙ୍କା ଏବଂ ଗ୍ୟାଲେରି ପାଇଁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ଥିଲା। ସମ୍ପୃକ୍ତ ଠିକାଦାରଙ୍କୁ ୬ମାସ ମଧ୍ୟରେ ଅର୍ଥାତ୍‌ ଗତ ଜୁନ ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବାକୁ ଆରଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ବିସର୍ଜନ ପୋଖରୀ ଗାତ ଖୋଳା ଓ ଆମ୍ପିଥିଏଟର ପାଇଁ ରଡ୍‌ ପୋତାରେ କାମ ଅଟକି ରହିଛି। ସମ୍ପୃକ୍ତ ଠିକାଦାର ଗୋଟିଏ ଥର ରଡ୍‌ ପ୍ଲେସମେଣ୍ଟରେ ତ୍ରୁଟି କରିବାରୁ ପ୍ରକଳ୍ପ ଭଙ୍ଗାଯାଇ ପୁଣି ନିର୍ମାଣ କରାଗଲା। ଆଗକୁ ପାର୍ବଣ ଋତୁ ଆସୁଛି। ରାଉରକେଲା ସହରର ଗଳିକନ୍ଦିରେ ମୂର୍ତ୍ତି ପୂଜା ପାଇବେ। ପୂଜା ପରେ ମୂର୍ତ୍ତି ବିସର୍ଜନ କରାଯିବ। ତେବେ ଏହା ପୂର୍ବରୁ ଉକ୍ତ ପ୍ରକଳ୍ପ କାମ ଶେଷ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏ ନେଇ ପ୍ରକଳ୍ପ ଦାୟିତ୍ୱରେ ଥିବା ଆର୍‌ଏମ୍‌ସିର ଯନ୍ତ୍ରୀ ଚନ୍ଦ୍ରକାନ୍ତ ଧଳଙ୍କୁ ପଚାରିବାରୁ ସେ କହିଲେ, ସମ୍ପୃକ୍ତ ଠିକାଦାର ସମସ୍ୟା ପାଇଁ ଆଉ କିଛି ସମୟ ମାଗିଛନ୍ତି। ଗଣେଶ ପୂଜା ପୂର୍ବରୁ କାମ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଧଳ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri