ମୋଦିଙ୍କ ସହିତ ରହିଛି ଶରିଫ୍‌ଙ୍କର ନିବିଡ଼ ସମ୍ପର୍କ !

ଇସଲାମାବାଦ୍‌, ୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କର ନିବିଡ଼ ସମ୍ପର୍କ ରହିଛି। ଏନେଇ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କର ବିଶେଷ ରାଜନୈତିକ ସହାୟକ ଶାହବାଜ୍‌ ଗିଲ୍‌ ଅଭିଯୋଗ ଆଣିଛନ୍ତି। ନଓ୍ବାଜ୍‌ ଜଣେ ଦେଶଦ୍ରୋହୀ ବୋଲି ଗିଲ୍‌ କହିଛନ୍ତି। କୁଳଭୂଷଣ ଯାଦବଙ୍କୁ ଗିରଫ କରିବା ଲାଗି ନଓ୍ବାଜ ପ୍ରସ୍ତୁତ ନ ଥିଲେ। ଗିଲ୍‌ କହିଛନ୍ତି ଯେ, ମୋଦି ଏବଂ ନଓ୍ବାଜ୍‌ ନେପାଳର କାଠମାଣ୍ଡୁରେ ପରସ୍ପରକୁ ଭେଟିଥିଲେ। ଏସମ୍ପର୍କରେ ଭାରତୀୟ ଗଣମାଧ୍ୟମ ପ୍ରତିନିଧି ବର୍ଖା ଦତ୍ତଙ୍କ ପୁସ୍ତକରେ ଉଲ୍ଲେଖ ରହିଥିବା ଗିଲ୍‌ କହିଛନ୍ତି। ସେହିପରି ଲଣ୍ଡନର ଭାରତୀୟ ଦୂତାବାସରେ ମଧ୍ୟ ମୋଦି ଏବଂ ନଓ୍ବାଜ୍‌ଙ୍କ ମଧ୍ୟରେ ବୈଠକ ହୋଇଥିବା ଗିଲ୍‌ ଅଭିଯୋଗ କରିଛନ୍ତି। ତେବେ ଇମ୍ରାନ୍‌ ଏଭଳି କାହିଁକି କରୁଛନ୍ତି ସେନେଇ ପାକିସ୍ତାନ ଗଣମାଧ୍ୟମରେ ବିଭିନ୍ନ ଖବର ପ୍ରକାଶିତ ହୋଇଛି। ନଓ୍ବାଜ୍‌ଙ୍କୁ ଦେଶକୁ ଫେରାଇ ଆଣିବା ଲାଗି ପାକିସ୍ତାନ ସେନା ଯୋଜନା କରୁଛି। ନଓ୍ବାଜ୍‌ ସ୍ବଦେଶ ଫେରିଲେ ଇମ୍ରାନ୍‌ଙ୍କ ରାଜନୈତିକ ପଥରେ କଣ୍ଟା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଇମ୍ରାନ୍‌ ନଓ୍ବାଜ୍‌ଙ୍କ ବିରୋଧରେ ଏଭଳି ମୋର୍ଚ୍ଚା ଖୋଲିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ରୁଷିଆ ମୁହାଁମୁହିଁ,ବାଇଡେନ୍‌ଙ୍କ ଚେତାବନୀ…

ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ...

ଲୋକଙ୍କୁ ପ୍ରଥମ ଡୋଜ୍‌ ମିଳି ନଥିବା ବେଳେ ବୁଷ୍ଟର ଡୋଜ୍‌ ସମ୍ପର୍କରେ କହିବା ଯୁକ୍ତିହୀନ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ…

ଜେନେଭା,୧୪।୧୧: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। କେତେକ ଦେଶରେ କରୋନା ସଂକ୍ରମଣରୁ...

ମିଗୁଏଲ୍‌ କ୍ୟୁବା କମ୍ୟୁନିଷ୍ଟ ପାର୍ଟିର ନୂଆ ନେତା

ହାଭାନା, ୨୦।୪: କ୍ୟୁବା କମ୍ୟୁନିଷ୍ଟ ପାର୍ଟି ନେତା ପଦରୁ ରାଉଲ କାଷ୍ଟ୍ରୋଙ୍କ ଅବସର ପରେ ସୋମବାର ଦଳ ମିଗୁଏଲ୍‌ ଡିଆଜ୍‌-କାନେଲଙ୍କୁ ନୂଆ ନେତା ବାଛିଛି। କମ୍ୟୁନିଷ୍ଟ...

ୟୁକ୍ରେନ୍‌ ଲାଗି ସହାୟତା ଘୋଷଣା କଲେ ଫେଡେରର୍‌

ନୂଆଦିଲ୍ଲୀ,୨୦।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୨୫ ଦିନ ବିତିଗଲାଣି। ରୁଷିଆର ଲଗାତାର ରକେଟ ଓ ବୋମା ମାଡରେ ଧ୍ୱଂସ ହୋଇଗଲାଣି...

ବର୍ଣ୍ଣବୈଷମ୍ୟ ପ୍ରତି ଆଖି ବୁଜିଦେଇପାରିବା ନାହିଁ

ଭାଟିକାନ୍‌ ସିଟି,୪ା୬: କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଶୋକବ୍ୟକ୍ତ କରିଛନ୍ତି। ପୋପ୍‌ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ବର୍ଣ୍ଣବୈଷମ୍ୟ ପାପର...

ଆମେରିକାର ବାଣିଜ୍ୟ ଯୁଦ୍ଧ, ଚାଇନା ସାମଗ୍ରୀ କିଣିବା ମନା…

ଓ୍ବାଶିଟନ, ୧୫।୧୨: ଆମେରିକାର ପ୍ରତିନିଧିସଭାରେ ଉଇଗର ବାଧ୍ୟତାମୂଳକ ଶ୍ରମ ନିବାରଣ ଆଇନର ଅନ୍ତିମ ସଂସ୍କରଣ ପାରିତ ହୋଇଛି। ଏହି ବିଲରେ ଚାଇନାର ଜିନଜିଆଙ୍ଗ ପ୍ରଦେଶରେ ଉଇଗର...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଚାଲିଛି ଗଣତି, ଟ୍ରମ୍ପ୍‌-ବାଇଡେନ କଡ଼ା ଟକ୍କର

ଓ୍ବାଶିଂଟନ,୪ା୧୧: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ସେନେଇ ସମଗ୍ର ବିଶ୍ୱବାସୀଙ୍କ ନଜର ରହିଛି। ଆମେରିକାରେ ରାଷ୍ଟ୍ରପତି ହେବା ପାଇଁ ମୋଟ୍‌ ୨୭୦ ଇଲେକ୍ଟୋରାଲ ଭୋଟ୍‌...

କିଏ ସେହି ପର୍ନ ଷ୍ଟାର୍‌, ଯାହାଙ୍କ ନାମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଯୋଡାଯାଉଛି

ଓ୍ବାଶିଂଟନ୍‌,୨୩।୮: ଚଳିତବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନେଇ ଅନେକ ବିବାଦ ମଧ୍ୟ...

Advertisement
Archives

Model This Week