Posted inଖେଳ

ଘରେ ସମାନ ବୟସର ଝିଅ ଥିବା ସତ୍ତ୍ୱେ ଏହି କ୍ରିକେଟରଙ୍କୁ ରହିବାକୁ ଦେଇଥିଲେ କୋଚ୍‌: ଏପରି ବଦଳିଗଲା ଭାଗ୍ୟ

ମୁମ୍ବାଇ,୨୬।୧: ଅଷ୍ଟ୍ରେଲିଆ ଗସ୍ତ ପରେ ମୁମ୍ବାଇ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର କ୍ରିକେଟ ପ୍ରଶଂସକଙ୍କ ପାଇଁ ପରିଚିତ ନାମ ପାଲଟିଛନ୍ତି। ଗାବା ଟେଷ୍ଟରେ ନିଜର ଅଲ୍‌ରାଉଣ୍ଡ ପ୍ରଦର୍ଶନକୁ ନେଇ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏହାପରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ପ୍ରଶଂସକ। ଏହି କ୍ରମରେ ଶାର୍ଦ୍ଦୁଳଙ୍କ ସଫଳତା ପଛରେ ଥିବା ମହିଳା ଚର୍ଚ୍ଚାରେ। ପିଲାଦିନୁ କ୍ରିକେଟରଙ୍କ କୋଚ୍‌ ଥିବା ଦିନେଶ ଲାଡ୍‌ଙ୍କ ପତ୍ନୀଙ୍କ ପାଇଁ ଶାର୍ଦ୍ଦୁଳ ଆଜି ନିଜକୁ ପ୍ରମାଣିତ କରିପାରିଛିନ୍ତି।

ଲାଡ୍‌ଙ୍କ ସ୍ତ୍ରୀ ଶାର୍ଦ୍ଦୁଳଙ୍କୁ ତାଙ୍କ ଘରେ ରହିବାକୁ ଅନୁମତି ଦେଇଥିଲେ। ଘରେ ସେମାନଙ୍କର ସମାନ ବୟସର ଝିଅ ଥିବାରୁ ଏଭଳି ନିଷ୍ପତ୍ତି ନେବା ସହଜ ନ ଥିଲା। ହେଲେ ମହିଳାଙ୍କ ଯୋଗୁ ତାହା ହୋଇପାରିଥିଲା। ସେତେବେଳେ ଶାର୍ଦ୍ଦୁଳ ପାଲଘରେ ରହୁଥିଲେ। ବୋରିବଲୀଠାରୁ ୮୬ କିମି ଦୂରରେ ହୋଇଥିବାରୁ ତାଙ୍କୁ ଅସୁବିଧା ହେଉଥିଲା। କୋଚ୍‌ ଲାଡ୍‌ ମଧ୍ୟ ଏହି ପ୍ରତିଭାବାନ୍‌ ଖେଳାଳିଙ୍କ ବହୁତ ସମୟ ନଷ୍ଟ ହେଉ ବୋଲି ଚାହୁଁ ନ ଥିଲେ।

୨୦୦୬ରେ ମୁମ୍ବାଇରେ ସ୍ବାମୀ ବିବେକାନନ୍ଦ ଅନ୍ତରାଷ୍ଟ୍ରୀୟ ସ୍କୁଲ ବିପକ୍ଷରେ ଶାର୍ଦ୍ଦୁଳ ଖେଳିଥିଲେ। ତାରାପୁର ବିଦ୍ୟା ମନ୍ଦିର ପାଇଁ ସେ ଖେଳୁଥିବା ବେଳେ ୭୮ ରନ୍‌ କରିବା ସହ ୫ ଉଇକେଟ ନେଇଥିଲେ। ତାଙ୍କର ଖେଳ ଦେଖି ପ୍ରଭାବିତ ହୋଇଥିଲେ ଲାଡ୍‌। ଏପରିକି ତାଙ୍କୁ ଲାଡ୍‌ ନିଜର ସ୍କୁଲରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲେ। ଏନେଇ ଶାର୍ଦ୍ଦୁଳଙ୍କ ମା’ବାପାଙ୍କ ସହ ସେ କଥା ମଧ୍ୟ ହୋଇଥିଲେ। ହେଲେ ବୋର୍ଡ ପରୀକ୍ଷା ଥିବାରୁ ପାଲଘରରୁ ବମ୍ବେ ଆସିବା ସମ୍ଭବ ନୁହେଁ, ଏଥିପାଇଁ ଅଢ଼େଇ ଘଣ୍ଟା ଲାଗିବ ବୋଲି ସେ କହିଥିଲେ। ଶେଷରେ ସ୍ତ୍ରୀଙ୍କୁ ପଚାରି ଶାର୍ଦ୍ଦୁଳଙ୍କୁ ନିଜ ଘରେ ରଖିଥିଲେ କୋଚ୍‌। ଲାଡ୍‌ କେବଳ ଯେ ଶାର୍ଦ୍ଦୁଳ ତାହା ନୁହେଁ ରୋହିତ ଶର୍ମାଙ୍କୁ ମଧ୍ୟ ଖେଳ ଶିଖାଇଛନ୍ତି।

ସ୍କୁଲ କ୍ରିକେଟ ସମୟରେ ଶାର୍ଦ୍ଦୁଳ ଛଅ ଛକା ମାରି ପ୍ରସିଦ୍ଧି ପାଇଥିଲେ। ପରେ ଅଣ୍ଡର-୧୫ ମୁମ୍ବାଇ ଟିମ୍‌ରେ ତାଙ୍କର ଚୟନ ହୋଇଥିଲେ। ଏହାପରଠାରୁ ସେ ପଛକୁ ଫେରି ଦେଖି ନାହାନ୍ତି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ତାଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ସେ ୬୯ ରନ୍‌ କରି ୭ ଉଇକେଟ ନେଇଥିଲେ। ଆସନ୍ତା ଫେବୃୟାରୀରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ମଧ୍ୟ ତାଙ୍କୁ ସୁଯୋଗ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri