ସୁନେତ୍ରାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ ଶରଦ ପାଓ୍ବାର, ସାମ୍ନାକୁ ଆସିଲା ବଡ଼ କାରଣ…

ମୁମ୍ବାଇ,୩୧ା୧: ଦିବଂଗତ ଏନ୍‌ସିପି(ଅଜିତ) ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସ୍ଥାନ ଗ୍ରହଣ କରିବେ ତାଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାର। ଆଜି ଅର୍ଥାତ୍‌ ଶନିବାର ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ଶରଦ ପାଓ୍ବାର ସୁନେତ୍ରାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ। ସେ ତାଙ୍କ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ବର୍ତ୍ତମାନ ବାରାମତିରେ ଅଛନ୍ତି ବୋଲି ଜଣାପଡ଼ିଛି।

ବିମାନ ଦୁର୍ଘଟଣାରେ ଅଜିତଙ୍କ ନିଧନ ହେବା ପରେ ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଏନ୍‌ସିପି(ଅଜିତ)ପକ୍ଷରୁ ଜୋର୍‌ଦାର୍‌ ଦାବି କରାଯାଇଥିଲା। ଶୁକ୍ରବାର ଦଳର ୩ ବରିଷ୍ଠ ନେତା ଛଗନ୍‌ ଭୁଜବଳ, ପ୍ରଫୁଲ ପଟେଲ ଏବଂ ସୁନୀଲ ତଟକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କୁ ତାଙ୍କ ବାସଭବନରେ ଭେଟି ଏ ସମ୍ପର୍କରେ ଦାବି ଜଣାଇଥିଲେ। ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦେବାକୁ ମଧ୍ୟ ସେମାନେ କହିଥିଲେ। ଅଜିତ ପାଓ୍ବାର ମହାୟୁତି ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ରହିବା ସହିତ ତାଙ୍କ ହାତରେ ଅର୍ଥ, ଅବକାରୀ ଏବଂ କ୍ରୀଡ଼ା ଆଦି ପ୍ରମୁଖ ବିଭାଗର ଦାୟିତ୍ୱ ରହିଥିଲା। ସେହି ଅନୁସାରେ ସୁନେତ୍ରାଙ୍କୁ ଦାୟିତ୍ୱ ଦେବାକୁ ଏହି ନେତାମାନେ ଫଡ୍‌ନବିସଙ୍କ ନିକଟରେ ଦାବି କରିଥିଲେ। ସୁନେତ୍ରାଙ୍କୁ ନେଇ ତାଙ୍କ ଦଳ ଯେଉଁ ନିଷ୍ପତ୍ତି ନେବ ତାହାକୁ ସମ୍ମାନର ସହ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଗଣମାଧ୍ୟମକୁ ସୂଚନା ଦେବା ପରେ ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବେ।
ଅନ୍ୟପଟେ ଏନସିପିର ମିଶ୍ରଣକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିବାରେ ଲାଗିଛି। ପୂର୍ବରୁ ଏନସିପିର ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ଅଜିତ ଉଦ୍ୟମ କରିଥିଲେ। ଏଥିନେଇ ସେ ତାଙ୍କ ଦାଦା ଶରଦ ପାଓ୍ବାରଙ୍କ ସହ ଆଲୋଚନା କରିବା ସହିତ ଗତ ଡିସେମ୍ବର ଏବଂ ଚଳିତ ମାସ ପ୍ରାରମ୍ଭରେ ଦୁଇ ଦୁଇଥର ବୈଠକ କରିଥିଲେ। ତେବେ ସାଂପ୍ରତିକ ପରିପ୍ରେକ୍ଷୀରେ ଦଳର ମିଶ୍ରଣକୁ ଉଭୟ ଗୋଷ୍ଠୀର ନେତା ଗୁରୁତ୍ୱ ଦେଉଛନ୍ତି। ଏ ସମ୍ପର୍କରେ ଆସନ୍ତା ଫେବୃଆରୀ ମଧ୍ୟଭାଗରେ ଘୋଷଣା କରାଯିବା ବୋଲି ଦଳ ପକ୍ଷରୁ କୁହାଯାଇଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ଶୁକ୍ରର ଉପଗ୍ରହ ମାଡ଼ହୋଇ ଧ୍ୱଂସ ପାଇଯାଇଛି

ନୂଆଦିଲ୍ଲୀ, ୧୬ା୯: ପୃଥିବୀର ଦ୍ରୁତ ଘୂର୍ଣ୍ଣନ ଯୋଗୁ ଚନ୍ଦ୍ର ଆମଠାରୁ ଦୂରେଇ ଯାଉଥିବା ବେଳେ ଶୁକ୍ର ଗ୍ରହର ମନ୍ଥର ଗତି ହିଁ ତା’ର ଉପଗ୍ରହ ପାଇଁ କାଳ…

ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ବର୍ଷା!ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ): ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଖରାଦିନ ଭଳି ସକାଳୁ ଟାଇଁ ଟାଇଁ ଖରା ସାଧାରଣ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?