Posted inଜାତୀୟ

ଶରଦ ପାୱାରଙ୍କୁ ଆୟକର ବିଭାଗର ନୋଟିସ୍‌

ମୁମ୍ବାଇ,୧।୭ : ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଝଟକା। ନିର୍ବାଚନ ସତ୍ୟପାଠ ମାମଲା ସମ୍ପର୍କିତ ଶରଦ ପାୱାରଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୯ରେ ହୋଇଥିବା ଲୋକସଭା ନିର୍ବାଚନରେ ଶରଦ ପାୱାର ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ସମ୍ପର୍କିତ ପାୱାରଙ୍କୁ ନୋଟିସ ହୋଇଛି। ଏଥିରେ ପାୱାର ଟୁଇଟ୍‌ କରି କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଜିକାଲି ଇଡି ଏବଂ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର କରାଯାଉଛି ଏବଂ ଏହାର ଫଳାଫଳ ଆଜି ଦିନରେ ଦୃଶ୍ୟମାନ ହେଉଥିବା ସେ ଅଭିଯୋଗ କରିଛନ୍ତି ।

ଅନେକ ବିଧାୟକଙ୍କୁ ଏଭଳି ନୋଟିସ ହୋଇଥିବା ଅଭିଯୋଗ ହୋଇଛି। ସେ କହିଛନ୍ତି, ୫ ବର୍ଷ ପୂର୍ବେ ଆମେ ଇଡି ନାମ ମଧ୍ୟ ଜାଣି ନ ଥିଲୁ। ହେଲେ ଆଜିର ଦିନରେ ଗାଁ ଲୋକମାନେ ମଧ୍ୟ ଥଟ୍ଟାମଜାରେ ଇଡି କଥା କହୁଛନ୍ତି। ଗାଁ ଗାଁରେ ଇଡି ରେଡ କଥା ପରସ୍ପରକୁ କୁହାକୁହି ହେଉଛନ୍ତି ବୋଲି ପାୱାର ଟୁଇଟ୍‌ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ଏହି ବ୍ୟବସ୍ଥା ବିଭିନ୍ନ ରାଜନୌତିକ ଦୃଷ୍ଟିକୋଣରୁ ଲୋକଙ୍କ ପାଇଁ ବ୍ୟବହୃତ ହୁଏ। ମୁଁ ଇନକମ ଟ୍ୟାକ୍ସରୁ ଏକ ପ୍ରେମପତ୍ର ପାଇଛି ବୋଲି ପରିହାସରେ କହିଛନ୍ତି ପାୱାର ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ଭୁଷୁଡିଲା ୪ ମହଲା କୋଠା

ମୁମ୍ବାଇ,୨ ।୧୦: ମହାରାଷ୍ଟ୍ର ନାଭି ମୁମ୍ବାଇରେ ଥିବା କୋପର ଖୈରାନେ ଅଞ୍ଚଳର ବୋଙ୍କୋଡେ ଗ୍ରାମରେ ଶନିବାର ରାତି ପ୍ରାୟ ୧୦ଟା ୩୦ରେ ଏକ ୪ ମହଲା...

ରାଜଧାନୀର ଘରୋଇ ହସ୍ପିଟାଲକୁ କେଜରିଓ୍ବାଲଙ୍କ ଚେତାବନୀ

ନୂଆଦିଲ୍ଲୀ,୬।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଓ ସଂକ୍ରମିତଙ୍କର ଠିକ୍‌ ଚିକିତ୍ସା କରିବାକୁ...

ନିର୍ମଳା କଲେ ନିରାଶ

ନୂଆଦିଲ୍ଲୀ,୨ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତିି। ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ...

ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନିଙ୍କ ପରଲୋକ…

ନୂଆଦିଲ୍ଲୀ,୨୧।୩ : ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନି ମଙ୍ଗଳବାର ମୁମ୍ବାଇରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଦୀର୍ଘ...

ବଜରଙ୍ଗ ଦଳ ଉପରେ ଲାଗିବନି କୌଣସି କଟକଣା

ଭୋପାଳ,୧୬।୮: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ହିନ୍ଦୁତ୍ୱ ବିଷୟରେ ବିତର୍କ ତୀବ୍ର ହେବାରେ ଲାଗିଛି। କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ବୁଧବାର ବଜରଙ୍ଗ ଦଳ ସମ୍ପର୍କରେ...

କରୋନା ସମୟରେ ବିଶ୍ୱ ରେକର୍ଡ: ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପାଠ କଲେ ହନୁମାନ ଚାଳିସା

ପ୍ରୟାଗରାଜ, ୧୭।୮: କରୋନା ମହାମାରୀକୁ ସମାପ୍ତ କରିବା ପାଇଁ ଏବଂ ଏଥିରେ ଆକ୍ରାନ୍ତଙ୍କୁ ମାନସିକସ୍ତରରେ ଦୃଢ଼ କରିବା ଲାଗି ହନୁମାନ ଚାଳିସାକୁ ସାମୁହିକ ଭାବେ ଏକ...

ବର୍ଷେ ପରେ ଜେଲ୍‌ରୁ ମୁକୁଳିଲେ ଅନିଲ ଦେଶମୁଖ

ମୁମ୍ବାଇ,୨୮।୧୨: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ବୁଧବାର ଆର୍ଥର ରୋଡ ଜେଲରୁ ମୁକ୍ତ କରାଯାଇଛି। ବାହାରକୁ ଆସି ସେ ସମର୍ଥକଙ୍କୁ ହାତ ଯୋଡି ଅଭିବାଦନ...

ଶିବରାଜ ସିଂହଙ୍କ ତୃତୀୟ ରିପୋର୍ଟ ବି ପଜିଟିଭ୍‌

ଭୋପାଳ,୪।୮: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଆସିଥିବା ତୃତୀୟ କରୋନା ରିପୋର୍ଟ ବି ପିଜିଟିଭ୍‌ ରହିଛି। ଫଳରେ ଚିକିତ୍ସା ପାଇଁ ଆଉ କିଛି ଦିନ...

Advertisement
Archives

Model This Week