Posted inଜାତୀୟ

‘ମହିଳା ସଂରକ୍ଷଣ ବିଲ୍‌’କୁ ସମର୍ଥନ କଲେ ବିରୋଧୀ ଦଳର ବହୁ ନେତା, କହିଲେ ସଂସଦରେ ପକ୍ଷ ରଖିବୁ…

ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କଲେ ବିରୋଧୀ ଦଳର ବହୁ ନେତା, କହିଲେ ସଂସଦରେ ପକ୍ଷ ରଖିବୁ…
ନୂଆଦିଲ୍ଲୀ,୫।୯: ‘ମହିଳା ସଂରକ୍ଷଣ ବିଲ୍‌’କୁ ନେଇ ଦେଶରେ ପୁଣି ଆଲୋଚନା ତୀବ୍ର ହୋଇଛି। ଜୟପୁରର ମହାରାଣୀ ମହାବିଦ୍ୟାଳୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସମୟରେ ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ଆଲୋପକାତ କରିଥିଲେ। ତେବେ ଏନେଇ ବିରୋଧୀ ଦଳର ବହୁ ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଏନସିପି ନେତା ଶରଦ ପାୱାର ଏ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଭାଜପା ସଂସଦରେ ଏହି ବିଲକୁ ଆଗତ କଲେ ଆମେ ନିଶ୍ଚିତ ଭାବେ ଏହାକୁ ସମର୍ଥନ କରିବୁ। ଏଥିସହ ସେ ଭାଜପାକୁ ଟାର୍ଗେଟ ମଧ୍ୟ କରିଛନ୍ତି। ସେ କହିଛନ୍ତି, ସଂସଦ ହେଉ କି ବିଧାନସଭାରେ ମହିଳାଙ୍କୁ ସଂରକ୍ଷଣ ପ୍ରଦାନ କରିବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ କଣ କରାଯିବା ଉଚିତ ତାହା ଉପରେ ଆଲୋଚନା କରାଯାଇପାରେ। କିନ୍ତୁ ଏହାକୁ ପ୍ରଥମେ ସଂସଦରେ ଗ୍ରହଣ କରାଯିବା ଆବଶ୍ୟକ। ଯଦି ଭାଜପା ଏହି ବିଲକୁ ପ୍ରସ୍ତାବ କରିବ ତେବେ ଆମେ ନିଶ୍ଚିତ ଭାବେ ଏହାକୁ ସମର୍ଥନ କରିବୁ। କିନ୍ତୁ ମୋର ବିଶ୍ୱାସ ଯେ ଭାଜପା ଏହି ବିଲକୁ ପ୍ରାଥମିକତା ଦେବ ନାହିଁ। ସଂସଦର ୫ଦିନିଆ ସ୍ବତନ୍ତ୍ର ଅଧିବେଶନରେ ଏହା ଆସିବ ନାହିଁ ।

ତାମିଲନାଡୁର ବିରୁଧୁନଗର କଂଗ୍ରେସ ସାଂସଦ ମାଣିକମ ଟାଗୋର ମଧ୍ୟ ମହିଳା ସଂରକ୍ଷଣ ବିଲ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆମେ ଏହାକୁ ସମର୍ଥନ କରିବୁ। ଭାଜପା ଏହି ବିଲକୁ ସଂସଦରେ ଆଣିଲେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ ମଧ୍ୟ ଏହାକୁ ସମର୍ଥନ କରିବ।

ସେ ଆହୁରି କହିଛନ୍ତି, “ସୋନିଆ ଗାନ୍ଧୀ ସର୍ବଦା ମହିଳା ସଂରକ୍ଷଣ ପାଇଁ ସ୍ବର ଉତ୍ତୋଳନ କରିଛନ୍ତି ଏବଂ ୟୁପିଏ କାର୍ଯ୍ୟକାଳ ମଧ୍ୟରେ ଏହା ରାଜ୍ୟସଭାରେ ପାରିତ ହୋଇଥିଲା। କିନ୍ତୁ ଏହାକୁ ଲୋକସଭାରେ ପାରିତ କରିପାରିଲୁ ନାହିଁ କାରଣ ଆମ ପାଖରେ ବହୁମତ ନ ଥିଲା ବର୍ତ୍ତମାନ ଭାଜପା ଯଦି ଏହି ବିଧେୟକ ସଂସଦରେ ପ୍ରସ୍ତାବିତ କରେ ତେବେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ ଏହାକୁ ଖୁସରେ ସମର୍ଥନ କରିବ।

ମହିଳା ସଂରକ୍ଷଣ ବିଲ ଉପରେ ଆରଜେଡି ସାଂସଦ ମନୋଜ ଝା କହିଛନ୍ତ, ମହିଳା ସଂରକ୍ଷଣ ବିଲ ଆସିଲେ ଆମ ଗଣତନ୍ତ୍ରକୁ ଆହୁରି ମଜବୁତ ହେବ। ଏହି ବିଲ ଦୀର୍ଘ ସମୟ ଧରି ବିଚାରାଧୀନ ଅଛି। ଆମ ଦଳ ବିଶ୍ୱାସ କରେ ଯେ, ମହିଳା ସଂରକ୍ଷଣ ବିଲର ଉଦ୍ଦେଶ୍ୟ ଗଣତନ୍ତ୍ରକୁ ମଜବୁତ କରିବା।। ବିଲରେ ଏସଟି/ଏସସି ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବା ଉଚିତ। ଯଦି ଏହି ବିଲ୍‌ ନ ଆସେ ତେବେ ଆମକୁ ଆଗାମୀ ୨୫ ବର୍ଷ ଯାଏଁ ଏକ ଯୁଦ୍ଧ ଲଢିବାକୁ ପଡିବ। ଏହି ଅଧିବେଶନରେ ଆମକୁ ଏହି ବିଲ୍‌କୁ ପାରିତ କରିବାର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ, ମହିଳା ସଂରକ୍ଷଣ ବିଲ ସଂସଦରେ ପାରିତ ହେଲେ ସଂସଦରେ ପ୍ରାୟ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ମିଳିବ। ଏହି ବିଲ ରାଜ୍ୟସଭାରେ ପାରିତ ହୋଇ ଲୋକସଭାରେ ଅନେକ ଥର ଆଗତ କରାଯାଇଛି। ୯ ମାର୍ଚ୍ଚ ୨୦୧୦ରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲା। ଭାଜପା, ଜେଡିୟୁ ଓ ବାମପନ୍ଥୀ ଦଳର ସମର୍ଥନରେ ରାଜ୍ୟସଭାରେ ବହୁମତ ପାଇ ଏହି ବିଲ ପାରିତ ହୋଇଥିଲା। ତେବେ ଲୋକସଭା ଏହି ବିଲ ସଂଖ୍ୟା ଗରିଷ୍ଠତା ନ ପାଇବାରୁ ପାରି ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

୫ଟଙ୍କା ଶସ୍ତା ହେଲା ପେଟ୍ରୋଲ; ଏହି ସରକାର କମାଇଲେ ତେଲଦାମ୍‌

ଇସଲାମାବଦ,୧୬।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଅନେକ ଦେଶକୁ ପ୍ରଭାବିତ କରୁଛି। ଯେତେବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ଘଟେ, ଏହାର ତୁରନ୍ତ ପ୍ରଭାବ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri