Posted inଖେଳ

‘ଶାମି ଅନନ୍ୟ, ଭାରତ ବିଶ୍ୱର ଶ୍ରେଷ୍ଠ’

ମୁମ୍ବାଇ,୧୬ା୧୧(ପି.ଟି.) ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତଠାରୁ ପରାଜିତ ହୋଇ ନ୍ୟୁଜିଲାଣ୍ଡ ବିଦାୟ ନେଇଛି। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ କିନ୍ତୁ ଭାରତର ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଶାମିଙ୍କୁ ବିଶ୍ୱର ଅନନ୍ୟ ଓ ଶ୍ରେଷ୍ଠ ବୋଲର ଭାବରେ ଅଭିହିତ କରିବା ସହ ରୋହିତ ଶର୍ମାଙ୍କ ଦଳକୁ ବିଶ୍ୱର ଶ୍ରେଷ୍ଠ ବୋଲି କହିଛନ୍ତି। ବୁଧବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୭୦ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ୩୯୮ ରନ୍‌ର ଟାର୍ଗେଟ ଅସମ୍ଭବ ମନେହେଉଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଚମତ୍କାର ବ୍ୟାଟିଂ କରିଥିଲା।

ତେବେ ଶାମିଙ୍କ ଯାଦୁକରୀ ବୋଲିଂ ନ୍ୟୁଜିଲାଣ୍ଡ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। କ୍ୟାରିୟର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ସହ ସେ ୭/୫୭ର ବୋଲିଂ ଫିଗର ହାସଲ କରିଥିଲେ। ଏହି ପ୍ରଦର୍ଶନ ସହିତ ଶାମି ଏକାକୀ ଭାରତ ପକ୍ଷକୁ ମ୍ୟାଚ୍‌ ଟାଣି ଆଣିଥିଲେ। ଏହା ସହିତ ଶାମି ୨୩ ଉଇକେଟ ନେଇ ଚଳିତ ବିଶ୍ୱକପ୍‌ର ସର୍ବାଧିକ ଉଇକେଟ ହାସଲକାରୀ ପାଲଟି ଯାଇଛନ୍ତି। ମ୍ୟାଚ୍‌ ପରେ ଓ୍ବିଲିୟମସନ୍‌ ତାଙ୍କ ବୋଲିଂ ଶୈଳୀକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ବିନା ଦ୍ୱିଧାରେ ଏହା ସ୍ବୀକାର କରିବାକୁ ପଡିବ ଯେ ଶାମି ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ବୋଲର। ଯେଉଁଭଳି ଭାବରେ ସେ ବଲ୍‌କୁ ସୁଇଂ କରୁଛନ୍ତି ତାହା ମଧ୍ୟ ବିରଳ ବୋଲି କହିଛନ୍ତି ଓ୍ବିଲିୟମସନ୍‌। ସମାନ ଲେନ୍ଥରୁ ବଲ୍‌କୁ ଆଉଟ ସୁଇଂ ଓ ଇନ୍‌ ସୁଇଂ କରିବାର ଦକ୍ଷତା ଶାମିଙ୍କୁ ଅଧିକ ଘାତକ ସାବ୍ୟସ୍ତ କରୁଛି ବୋଲି ମଧ୍ୟ ସେ କହିଛନ୍ତି।

ଚଳିତ ବିଶ୍ୱକପ୍‌ରେ ଶାମି ଭାରତର ପ୍ରଥମ ପସନ୍ଦର ବୋଲର ନ ଥିଲେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା କାରଣରୁ ଉଭୟ ଶାମି ଓ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଥିଲା। ଅନ୍ୟ ଖେଳାଳିଙ୍କ ତୁଳନାରେ ଅଧା ମ୍ୟାଚ ଖେଳିଥିଲେ ମଧ୍ୟ ଶାମି ଯେଉଁ ସଂଖ୍ୟାରେ ଉଇକେଟ ନେଇଛନ୍ତି ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ ବୋଲି କହିଥିଲେ ନ୍ୟୁଜିଲାଣ୍ଡ ଅଧିନାୟକ। ଚଳିତ ବିଶ୍ୱକପ୍‌ରେ ଶାମି ନ୍ୟୁଜିଲାଣ୍ଡ ବିପକ୍ଷରେ ୨ ମ୍ୟାଚ ଖେଳି ୧୨ ଉଇକେଟ ନେଇଛନ୍ତି। ଧର୍ମଶାଳାରେ ୫ ଉଇକେଟ ନେଇଥିବା ବେଳେ ମୁମ୍ବାଇରେ ଖେଳା ଯାଇଥିବା ସେମିରେ ୭ ଉଇକେଟ ଅକ୍ତିଆର କରିଥିଲେ।

ଏହା ବ୍ୟତୀତ ଭାରତୀୟ ଦଳକୁ ବର୍ତ୍ତମାନ ସମୟର ଶ୍ରେଷ୍ଠ ଦଳ ଭାବରେ ବର୍ଣ୍ଣନା କରିଛନ୍ତି କେନ୍‌ ଓ୍ବିଲିୟମସନ୍‌। ଭାରତ କେବଳ ଶ୍ରେଷ୍ଠ ଦଳ ନୁହେଁ, ଏହା ବର୍ତ୍ତମାନ ଶ୍ରେଷ୍ଠ କ୍ରିକେଟ ଖେଳୁଛି। ଭାରତୀୟ ଦଳ ସମସ୍ତ ବିଭାଗରେ ଉତ୍କୃଷ୍ଟ ପ୍ରଦର୍ଶନ କରି ସମସ୍ତ ମ୍ୟାଚ୍‌ରେ ବିଜୟୀ ହେଉଛି ବୋଲି ସେ କହିଛନ୍ତି। ଭାରତ ଭଳି ଟିମ୍‌ ସହ ମୁକାବିଲା କରିବା କଷ୍ଟସାଧ୍ୟ ବୋଲି ସ୍ବୀକାର କରିଛନ୍ତି ଓ୍ବିଲିୟମସନ୍‌। ଭାରତୀୟ ଏକାଦଶରେ ଥିବା ପ୍ରତ୍ୟେକ ଖେଳାଳି ବର୍ତ୍ତମାନ ନିଜ କ୍ୟାରିୟରର ଶ୍ରେଷ୍ଠ କ୍ରିକେଟ ଖେଳୁଛନ୍ତି ା ତେଣୁ ଏଭଳି ଦଳକୁ ହରାଇବା କଷ୍ଟକର। କୌଣସି ଦଳ ରାଉଣ୍ଡ ରବିନରୁ ଆସିବା ପରେ ନକ୍‌ଆଉଟରେ ପୁନର୍ବାର ନୂଆ ଆରମ୍ଭ କରିଥାନ୍ତି।

ତେବେ ଭାରତୀୟ ଦଳ ଯେଉଁଠି ରାଉଣ୍ଡ ରବିନ୍‌ ଲିଗ୍‌ ଶେଷ କରିଥିଲେ ଠିକ୍‌ ସେହି ଜାଗାରୁ ଆରମ୍ଭ କରିଛି। ୫୦ତମ ଶତକ ସହିତ ଇତିହାସ ରଚିଥିବା ବିରାଟ କୋହଲିଙ୍କୁ ନିଜ ସମୟର ଶ୍ରେଷ୍ଠ କ୍ରିକେଟର ଭାବେ ବର୍ଣ୍ଣନା କରିଛନ୍ତି ଓ୍ବିଲିୟମସନ୍‌। ବିରାଟ ବର୍ତ୍ତମାନ ସମୟ ସହିତ ଆହୁରି ଶାଣିତ ହେବାରେ ଲାଗିଛନ୍ତି, ଯାହା ବିଶ୍ୱର ସମସ୍ତ କ୍ରିକେଟ ଦଳ ପାଇଁ ଏକ ସତର୍କ ସୂଚନା। ପିଚ୍‌କୁ ନେଇ ଦେଖାଦେଇଥିବା ବିବାଦକୁ ଓ୍ବିଲିୟମସନ୍‌ ଏଡାଇ ଯାଇଛନ୍ତି। ଶେଷ ମୁହୂର୍ତ୍ତରେ ଏକ ପୂର୍ବରୁ ବ୍ୟବହୃତ ପିଚ୍‌ ବ୍ୟବହାର ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା। ତେବେ ଓ୍ବିଲିୟମସନ୍‌ କହିଛନ୍ତି, ଉଭୟ ଦଳ ବ୍ୟାଟ ଜରିଆରେ ପ୍ରଚୁର ରନ୍‌ ସଂଗ୍ରହ କରିଛନ୍ତି। ଫ୍ଲଡ୍‌ ଲାଇଟରେ ବ୍ୟାଟିଂ କରିବା ସାମାନ୍ୟ କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ଏହା ଏକ କ୍ରିକେଟିଂ ପିଚ୍‌ ଥିଲା ବୋଲି ସେ କହିଛନ୍ତି । ଏହା ସହିତ ଡାରିଲ ମିଚେଲ୍‌ଙ୍କ ଇନିଂସକୁ ସେ ବେଶ୍‌ ପ୍ରଶଂସା କରିଛନ୍ତି। ଚଳିତ ଟୁର୍ନାମେଣ୍ଟରେ ମିଚେଲ ନିୟମିତ ଭାବେ ଏଭଳି ପ୍ରଦର୍ଶନ ଦେବାରେ ସଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri