Advertisement
Posted inଜାତୀୟ

ଗୋଡ଼ ତଳେ ପଡ଼ି ମାଗିବି କି

କୋଲକାତା,୧୬ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ରର ଭାଜପା ସରକାର ପଶ୍ଚିମବଙ୍ଗକୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦ ବକେୟା ଅର୍ଥ ଦେଉନାହାନ୍ତି। କେବଳ ଏତିକି ନୁହେଁ, ରାଜ୍ୟକୁ ଅନେକ କେନ୍ଦ୍ରୀୟ ଯୋଜନାର ପାଣ୍ଠି ମିଳୁନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି। ବକେୟା ଅର୍ଥ ପାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିବି କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଝାରଗ୍ରାମରେ ଆଦିବାସୀମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମମତା କହିଥିଲେ, କେନ୍ଦ୍ର ୧୦୦ ଦିନର କର୍ମନିଯୁକ୍ତି ସୁନିଶ୍ଚିତ କରୁଥିବା ଯୋଜନାର ପାଣ୍ଠି ଦେବାକୁ ବାଧ୍ୟ। ବର୍ଷକ ପୂର୍ବେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇଥିଲେ। ତଥାପି ଅର୍ଥ ମିଳିନାହିଁ। ତେଣୁ ସେ ମୋଦିଙ୍କ ଗୋଡ଼ ତଳେ ପଡ଼ି ମାଗିବେ କି ବୋଲି କଟାକ୍ଷ କରିଛନ୍ତି। ଭାଜପାକୁ ଟାର୍ଗେଟ କରି ମମତା ଆହୁରି କହିଛନ୍ତି, ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବସବାସ କରୁଛେ ନା ଭାରତ ଏକ ‘ଓ୍ବାନ୍‌-ପାର୍ଟି କଣ୍ଟ୍ରି’ (ଗୋଟିଏ ଦଳ ଦ୍ୱାରା ପରିଚାଳିତ ଦେଶ)ରେ ପରିଣତ ହୋଇଗଲାଣି। ଆମକୁ ଆମର ପ୍ରାପ୍ୟ ଦିଆଯାଉ। ଏହା ହେଉଛି ଆମ ଟଙ୍କା। ଯଦି ଦେଇପାରୁ ନାହାନ୍ତି ତେବେ ଜିଏସ୍‌ଟି ଉଚ୍ଛେଦ କରନ୍ତୁ ବୋଲି ମମତା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପ୍ରଭାବ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦେଶର ଲକ୍ଷ ଲକ୍ଷ ରେସ୍ତୋରାଁ ବନ୍ଦ

ନୂଆଦିଲ୍ଲୀ,୧୯।୩: ଦେଶରେ କରୋନାର ପ୍ରଭାବକୁ ଦେଖି ନ୍ୟାଶନାଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏନ୍‌ଆର୍‌ଏଆଇ)ଏକ ଆଡଭାଇଜରୀ ଜାରି କରିଛି। ଏହି ଆଡଭାଇଜରୀ ଅନୁଯାୟୀ, ଦେଶର ଲକ୍ଷ ଲକ୍ଷ...

ଦେଶରେ ୧୯୬ଜଣ ଡାକ୍ତରଙ୍କ ଜୀବନ ନେଲାଣି କରୋନା

ନୂଆଦିଲ୍ଲୀ, ୮।୮: କରୋନା ମହାମାରୀ ଏପର୍ଯ୍ୟନ୍ତ ଭାରତରେ ୧୯୬ ଜଣ ଡାକ୍ତରଙ୍କ ଜୀବନ ନେଇସାରିଲାଣି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ଚିକିତ୍ସକ। ଇଣ୍ଡିଆନ ମେଡିକାଲ ଆସୋସିଏଶନ...

ବସ୍ତିରେ ଝାଡ଼ୁ ମାରିଲେ ପ୍ରିୟଙ୍କା

ଲକ୍ଷ୍ନୌ,୮।୧୦: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶର ହିଂସା ପ୍ରଭାବିତ ଲଖିମପୁର ଖେରି ଯିବାବେଳେ ସୋମବାର ତାଙ୍କୁ ପୋଲିସ ଅଟକ ରଖିଥିଲା। ପରେ...

ଶେଷରେ ଗୁଲାମନବୀ ନିଜକୁ ଆଜାଦ କଲେ, କଂଗ୍ରେସକୁ ଜ୍ୟୋତିରାଦିତ୍ୟଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ, ୨୭।୮ : ଭେଟେରାନ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇ ଦଳକୁ ଏକ ବଡ ଝଟକା ଦେଇଛନ୍ତି।...

ଜୁନ୍‌ ୨୪ରେ ନାମାଙ୍କନପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୨।୬: ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜୁଲାଇ ୧୮ରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଭାଜପା ଓଡ଼ିଶାର ଦ୍ରୌପଦୀ ମୁର୍ମୁ...

ଚାଇନାରୁ ଫେରୁଥିବା ୩ଶହ ଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୩୧।୧: ଚାଇନାରେ ଏବେ ମହାମାରୀ ରୂପ ନେଇଛି କରୋନା ଭୂତାଣୁ। ଏବେସୁଦ୍ଧା ଏଥିରେ ଆକ୍ରାନ୍ତ ହୋଇ ୨୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର...

ଆଇପିଏସ୍‌ ଅଧିକାରୀଙ୍କ ଡେପୁଟେଶନକୁ ବିରୋଧ: ମାମଲା ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୧।୩: ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗସ୍ତ ସମୟରେ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦ୍ର ସରକାର ରାଜ୍ୟ କ୍ୟାଡରର ୩ ଆଇପିଏସ୍‌ ଅଧିକାରୀଙ୍କୁ...

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବଦଳିଲା ନାମ: ରାଷ୍ଟ୍ରପତି ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ,୧୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନକୁ ଶିକ୍ଷା ମନ୍ତ୍ରଣାଳୟ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି। ସୋମବାର ରାତିରେ ଜାରି...

Advertisement
Archives

Model This Week