ପ୍ରିନ୍ସେସ୍‌ ଏନି, ପ୍ରିନ୍ସ ଏଡ୍‌ଓ୍ବାର୍ଡଙ୍କୁ ଡେପୁଟି ଭୂମିକା

ଲଣ୍ଡନ,୧୬ା୧୧: ବ୍ରିଟେନ କିଙ୍ଗ୍‌ ଚାଲର୍‌ସ ୩ୟ ତାଙ୍କ ଭଉଣୀ ପ୍ରିନ୍ସେସ୍‌ ଏନି (ରୟାଲ ପ୍ରିନ୍ସେସ୍‌) ଏବଂ ଭାଇ ପ୍ରିନ୍ସ ଏଡ୍‌ଓ୍ବାର୍ଡ (ଓ୍ବେସେକ୍ସ)ଙ୍କୁ ଡେପୁଟି ଭୂମିକା ଦେଇଛନ୍ତି। ଉଭୟେ ତାଙ୍କ ପକ୍ଷରୁ ରାଜକୀୟ ଦାୟିତ୍ୱ ନିର୍ବାହ କରିପାରିବେ। ଏନେଇ ବ୍ରିଟେନ ପାର୍ଲାମେଣ୍ଟରେ ଥିବା ତାଲିକାରେ ଦୁହିଁଙ୍କ ନାମ ଯୋଡ଼ିବା ପାଇଁ ଚାଲର୍‌ସ ବ୍ୟକ୍ତିଗତ ଭାବେ ଅନୁରୋଧ କରିଛନ୍ତି। ସୋମବାର ଚାଲର୍‌ସ ନିଜ ୭୪ତମ ଜନ୍ମଦିନ ପାଳନ କରିବା ଅବସରରେ ଏକ ବିବୃତି ଜାରି କରିଛନ୍ତି। ଏଥିରେ ସେ ତାଙ୍କ ଭଉଣୀ ଓ ଭାଇଙ୍କୁ ‘କାଉନ୍‌ସେଲର୍ସ ଅଫ୍‌ ଷ୍ଟେଟ୍‌’ ସାମିଲ କରିବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ବ୍ରିଟେନ୍‌ର ରିଜେନ୍ସି ଆକ୍ଟ ଅନୁସାରେ ବର୍ତ୍ତମାନ ଯାଏ ସମ୍ରାଟଙ୍କ ସ୍ତ୍ରୀ ଏବଂ ସିଂହାସନର ପରବର୍ତ୍ତୀ ୪ ଜଣ ୨୧ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଉତ୍ତରାଧିକାରୀଙ୍କୁ କାଉନ୍‌ସେଲର୍ସ ମାନ୍ୟତା ଦିଆଯାଉଥିଲା। ସେମାନେ ହେଲେ କିଙ୍ଗ୍‌ ଚାଲର୍‌ସଙ୍କ ସ୍ତ୍ରୀ କାମିଲା(କୁଇନ୍‌ କନ୍‌ସର୍ଟ), ପ୍ରିନ୍ସ ଓ୍ବିଲିୟମ୍‌ (ପ୍ରିନ୍ସ ଅଫ୍‌ ଓ୍ବେଲ୍ସ)। ରାଜାଙ୍କ ସାନପୁଅ ପ୍ରିନ୍ସ ହ୍ୟାରି (ଡ୍ୟୁକ୍‌ ଅଫ୍‌ ସସେକ୍ସ) ରାଜ କାର୍ଯ୍ୟରୁ ଅବ୍ୟାହତି ନେଇଥିବାବେଳେ ସାନଭାଇ ପ୍ରିନ୍ସ ଆଣ୍ଡ୍ର୍ୟୁ (ଡ୍ୟୁକ୍‌ ଅଫ୍‌ ୟର୍କ) ଏକ ସେକ୍ସ ସ୍କାଣ୍ଡାଲ ମାମଲାରେ ଛନ୍ଦିହେବା ପରେ ନିଜ ରୟାଲ ଡ୍ୟୁଟି ପରିତ୍ୟାଗ କରିଛନ୍ତି। ଚାଲର୍‌ସ ଦୁହିଁଙ୍କ ନାମକୁ ବାଦ୍‌ ଦେବା ପରିବର୍ତ୍ତେ କାଉନ୍‌ସେଲର୍ସ ଅଫ୍‌ ଷ୍ଟେଟ୍‌ ତାଲିକାକୁ ପ୍ରଶସ୍ତ କରିଛନ୍ତି। ରାଜାଙ୍କ ଏହି ନିଷ୍ପତ୍ତି ପରେ ଉକ୍ତ ଆଇନରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଏଥି ସକାଶେ ସରକାର ହାଉସ୍‌ ଅଫ୍‌ କମନ୍ସରେ ଏକ ବିଧେୟକ ଆଣିବେ। ରାଜା ବିଦେଶ ଯାତ୍ରା କରିଥିଲେ କିମ୍ବା ଅସୁସ୍ଥ ହୋଇପଡ଼ିଲେ ତାଙ୍କ ପକ୍ଷରୁ କାଉନ୍‌ସେଲରମାନେ ରାଜକୀୟ ଉତ୍ତରଦାୟିତ୍ୱ ନିର୍ବାହ କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଢାଉଥିବା ବେଳେ ରୁମ୍‌ ଡାକି ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ ଗଲେ ଟ୍ୟୁଶନ ଶିକ୍ଷକ

ଭୋଗରାଇ, ୨୫ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ…

ଶକ୍ତିଶାଳୀ ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ…

LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ, ବଢୁଛି ଉତ୍ତେଜନା

ଦେବଗଡ଼,୨୫ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ପୋଲିସ ୨୧ ତାରିଖ ରାତିରେ ଶ୍ରମିକ ଈନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ…

କ୍ୟାମେରାରେ କଏଦ ହେଲା ମହାପ୍ରଳୟ! ଭେନେଜୁଏଲାରେ ଭୂକମ୍ପର ତାଣ୍ଡବ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ଭେନେଜୁଏଲା,୨୫।୬: ଲାଟିନ ଆମେରିକୀୟ ଦେଶ ଭେନେଜୁଏଲାରେ ପାଖାପାଖି ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଆସିବା ଯୋଗୁ ବ୍ୟାପକ ଧ୍ୱଂସଲୀଳା ଘଟିଛି। ଅଧିକାରୀ ଏବଂ ପର୍ଯ୍ୟବେକ୍ଷଣ ସଂସ୍ଥାଗୁଡ଼ିକ ଅନୁଯାୟୀ,…

ବଡ଼ ଭୂକମ୍ପରେ ଶ୍ମଶାନ ପାଲଟିଲା ଭେନେଜୁଏଲା! ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ମାତ୍ର ଗୋଟିଏ ମିନିଟ୍‌ ଭିତରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶତାଧିକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଥିବା ବେଳେ…

ମହାକାଳପଡ଼ାର ଏହି ସ୍ଥାନରେ ହେବ ଜାହାଜ କାରଖାନା, ଆରମ୍ଭ ହେଲା ସର୍ଭେ

ମହାକାଳପଡ଼ା, ୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ବଡ଼ଟୁବି, ସାନଟୁବି ଓ ନିପାଣିଆ ଗ୍ରାମରେ ଜାହାଜ କାରଖାନା ପ୍ରତିଷ୍ଠା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri