ଫିକା ପଡ଼ିବ ଶକ୍ତିପୀଠ

ବଅଁରପାଳ, ୨୩ା୧୦(ଡି.ଏନ.ଏ.)

ଚଳିତ ବର୍ଷ ଆଡମ୍ବରବିହୀନ ହେବ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତଳମୂଳସ୍ଥିତ ଦୁର୍ଗା ପୂଜା। ପ୍ରସିଦ୍ଧ ଦୁର୍ଗା ଦେବୀ ମନ୍ଦିରରେ ସବୁ ବର୍ଷ ଜାକଜମକରେ ପୂଜା ପାଳନ କରାଯାଉଥିବାବେଳେ ଏ ବର୍ଷ ଉତ୍ସବ ଫିକା ପଡିବ। ଶକ୍ତିପୀଠ ପୂର୍ବ ଭଳି ଆଲୋକମାଳାରେ ଝଲସିବନି କି ଶ୍ରଦ୍ଧାଳୁମାନେ ମାନସିକ ନେଇ ଏଠାକୁ ଆସିବେନି। କରୋନା ଯୋଗୁ କେବଳ ବିଧି ଅନୁଯାୟୀ ପୂଜା ନୀତି ପାଳନ କରାଯିବ ବୋଲି ସ୍ଥିର ହୋଇଛି।
ସବୁଜ ଶସ୍ୟକ୍ଷେତ, ମନ୍ଦାକିନୀ ନଦୀ କୂଳରେ ଅବସ୍ଥିତ ଏହି ପୀଠରେ ଏକାଠି ପୂଜା ପାଆନ୍ତି ଦୁର୍ଗାମାଧବ। ବହୁ ମନୋବାଞ୍ଛା ନେଇ ଶ୍ରଦ୍ଧାଳୁ ଏଠାକୁ ପୂଜା କରିବାକୁ ଆସୁଥିବାବେଳେ ଚଳିତ ବର୍ଷ କିନ୍ତୁ ଆଉ ଲୋକଙ୍କ ଗହଳି ଦେଖିବାକୁ ମିଳିବନି।
କୋଭିଡ୍‌ କଟକଣା ଭିତରେ ବିଧି ଅନୁଯାୟୀ ପୂଜା ଅନୁଷ୍ଠିତ ହେବ। ତେବେ ଗତ ୧୭ ତାରିଖ ନବରାତ୍ରଠାରୁ ପୀଠରେ ମା’ ବିଭିନ୍ନ ବେଶରେ ପୂଜା ପାଉଛନ୍ତି। ପ୍ରଥମ ଦିନରେ ତାରା ବେଶ, ଦ୍ୱିତୀୟ ଦିନରେ ବଗଳାମୁଖୀ, ତୃତୀୟ ଦିନରେ ଷୋଡଶୀ ବେଶ, ଚତୁର୍ଥ ଦିନରେ ଭୈରବୀ ଏବଂ ୫ମ ଦିନରେ ଦେବୀ ମାତଙ୍ଗୀ, ଷଷ୍ଠୀରେ ଧୂମାବତୀ ବେଶରେ ଦେବୀ ପୂଜା ପାଇଛନ୍ତି। ସପ୍ତମୀରେ ଭୁବନେଶ୍ୱରୀ, ଅଷ୍ଟମୀରେ ଛିନ୍ନମସ୍ତ, ନବମୀରେ କାତ୍ୟାୟନୀ ଏବଂ ଦଶମୀରେ ମହିଷମର୍ଦ୍ଦିନୀ ବେଶରେ ପୂଜା ପାଇବେ। ନବମୀ ତିଥିରେ ଭଲେଲେଶ୍ବର ମନ୍ଦିରରୁ କନକ ଦୁର୍ଗାଙ୍କୁ ମନ୍ଦିରକୁ ଅଣାଯିବା ପରେ ପୀଠରେ ଦୁର୍ଗାମାଧବ ଓ କନକ ଦୁର୍ଗାଙ୍କ ମିଳନ ହୋଇଥାଏ। ଏଥିସହ ଦଶମୀରେ ଦଶହରା ପଡିଆରେ ପାଇକଖେଳ ଜମିଥାଏ। କିନ୍ତୁ କରୋନା ଯୋଗୁ ଚଳିତ ବର୍ଷ ମହାମିଳନ ନିରାଡମ୍ବର କରାଯିବ। ସମସ୍ତ ପୂଜା ବିଧି ୭ ଜଣଙ୍କ ଉପସ୍ଥିତିରେ ପାଳନ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି।
ମନରେ ଉତ୍ସାହ ନାହିଁ
ଦଶହରାରେ ଉତ୍ସବମୁଖର ହୋଇଉଠେ ପୀଠ। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପୂଜା ସହ ମା’ଙ୍କ ଦର୍ଶନ କରନ୍ତି। କିନ୍ତୁ ଚଳିତ ବର୍ଷ କରୋନା ଯୋଗୁ ପୂଜା ଫିକା ପଡିବ। ଜନସମାଗମ ମଧ୍ୟ ସେପରି ହେବାର ନାହିଁ। ସେଥିପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ନାହିଁ।
-ଅକ୍ଷୟ କୁମାର ମହାପାତ୍ର, ପୂଜକ
ଅନିଶ୍ଚିତତାରେ ପାଇକଖେଳ
ଚଳିତ ଥର ପାଇକଖେଳ ଅନିଶ୍ଚିତତା ଭିତରେ ରହିଛି। ବିଭିନ୍ନ ଅଞ୍ଚଳରୁ ପାଇକ ଖେଳାଳିମାନେ ଆସି ଦଶହରା ପଡିଆରେ ଖେଳ କସରତ କରନ୍ତି। ହେଲେ କରୋନା ଯୋଗୁ ଏହି ପରମ୍ପରା ବନ୍ଦ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି।
-ଶ୍ରୀକାନ୍ତ ଦାସ, ଗ୍ରାମବାସୀ

କଟକଣା
ମାନିବାକୁ ପଡ଼ିବ
କରୋନା ଯୋଗୁ ଚଳିତବର୍ଷ ପୂଜାର ଚମକ କମିଛି। ସବୁବର୍ଷ ମିଳିମିଶି ଆନନ୍ଦରେ ପାଳନ କରାଯାଉଥିବା ପୂଜା ଏଥର ନିରାଡମ୍ବର ହେବ। ତଥାପି ସରକାର ଲଗାଇଥିବା କଟକଣା ସମସ୍ତଙ୍କୁ ମାନିବାକୁ ପଡ଼ିବ।
-ସଞ୍ଜୟ ବିଶୋଇ ସିଂ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଟ୍ୟାଙ୍କରରେ ଭରାଗଲା ଗ୍ୟାସ୍‌

ବଇଣ୍ଡା, ୫ା୩(ଡି.ଏନ.ଏ.):  ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା କମରେଇ ନିକଟ ୫୫ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ଏକ ପ୍ରୋପେନ ଗ୍ୟାସ୍‌ ବୋଝେଇ...

ତିନି ଭାଗରୁ ଭାଗେ

ପଞ୍ଚସଖାଙ୍କ କର୍ମପୀଠ ସତ୍ୟବାଦୀର ବକୁଳବନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହା ପ୍ରତିଷ୍ଠା ହେଲେ ଓଡ଼ିଆ ଭାଷା,...

ଏମ୍‌ଏଲ୍‌ଏଙ୍କ ସ୍ତ୍ରୀ/ସ୍ବାମୀଙ୍କୁ ମିଳିବ ସ୍ବାସ୍ଥ୍ୟବୀମା

ଭୁବନେଶ୍ୱର, ୧୬ା୨ (ବ୍ୟୁରୋ): ଓଡ଼ିଶା ବିଧାନସଭାର ସଭ୍ୟମାନଙ୍କ ସହ ସେମାନଙ୍କ ସ୍ତ୍ରୀ/ସ୍ବାମୀଙ୍କୁ ମଧ୍ୟ ସ୍ବାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ...

ବିଜେଡି ସରକାରଙ୍କ ରିମୋଟ୍‌ ମୋଦିଙ୍କ ହାତରେ: ଜିତେନ୍ଦ୍ର ସିଂ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଓଡ଼ିଶା ସରକାରଙ୍କ ରିମୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ହାତରେ ରହିଛି । ବିଜେଡି ସବୁ କଥାରେ ଭାଜପା ସହିତ ଏକ...

ଆଜି ରାଜ୍ୟରୁ ୬୬୪୭ କରୋନା ଆକ୍ରାନ୍ତ ଚିହ୍ନଟ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶନିବାର ରାଜ୍ୟରୁ ୬,୬୪୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

ଘର ଭିତରକୁ ମାଡିଗଲା କାର୍‌: ମହିଳାଙ୍କ ଜୀବନ ଗଲା, ସ୍ବାମୀ-ପୁଅ ଗୁରୁତର

ଖଡିଆଳ,୯।୧:ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଗଡରାମୁଣ୍ଡା ଗ୍ରାମରେ ଶନିବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ରାସ୍ତା କଡରେ ଥିବା ଘର ଭିତରକୁ...

ପୁଅଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା’ଙ୍କ ଜୀବନ

ପଦ୍ମପୁର,୧୬।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ନାଟିଆପାଳ ଗ୍ରାମରେ ଶୁକ୍ରବାର ରାତିରେ ଏକ ଦୁଖଃଦ ଘଟଣା ଘଟିଛି। ପୁଅକୁ ବଞ୍ଚାଇବାକୁ ଯାଇ ମା’ଏବଂ ପୁଅଙ୍କ...

ଭୁବନେଶ୍ୱରରୁ ଆଜି ୪୧ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୩୪

ଭୁବନେଶ୍ୱର,୧୩।୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୩୪...

Advertisement
Archives

Model This Week