ଫିକା ପଡ଼ିବ ଶକ୍ତିପୀଠ

ବଅଁରପାଳ, ୨୩ା୧୦(ଡି.ଏନ.ଏ.)

ଚଳିତ ବର୍ଷ ଆଡମ୍ବରବିହୀନ ହେବ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତଳମୂଳସ୍ଥିତ ଦୁର୍ଗା ପୂଜା। ପ୍ରସିଦ୍ଧ ଦୁର୍ଗା ଦେବୀ ମନ୍ଦିରରେ ସବୁ ବର୍ଷ ଜାକଜମକରେ ପୂଜା ପାଳନ କରାଯାଉଥିବାବେଳେ ଏ ବର୍ଷ ଉତ୍ସବ ଫିକା ପଡିବ। ଶକ୍ତିପୀଠ ପୂର୍ବ ଭଳି ଆଲୋକମାଳାରେ ଝଲସିବନି କି ଶ୍ରଦ୍ଧାଳୁମାନେ ମାନସିକ ନେଇ ଏଠାକୁ ଆସିବେନି। କରୋନା ଯୋଗୁ କେବଳ ବିଧି ଅନୁଯାୟୀ ପୂଜା ନୀତି ପାଳନ କରାଯିବ ବୋଲି ସ୍ଥିର ହୋଇଛି।
ସବୁଜ ଶସ୍ୟକ୍ଷେତ, ମନ୍ଦାକିନୀ ନଦୀ କୂଳରେ ଅବସ୍ଥିତ ଏହି ପୀଠରେ ଏକାଠି ପୂଜା ପାଆନ୍ତି ଦୁର୍ଗାମାଧବ। ବହୁ ମନୋବାଞ୍ଛା ନେଇ ଶ୍ରଦ୍ଧାଳୁ ଏଠାକୁ ପୂଜା କରିବାକୁ ଆସୁଥିବାବେଳେ ଚଳିତ ବର୍ଷ କିନ୍ତୁ ଆଉ ଲୋକଙ୍କ ଗହଳି ଦେଖିବାକୁ ମିଳିବନି।
କୋଭିଡ୍‌ କଟକଣା ଭିତରେ ବିଧି ଅନୁଯାୟୀ ପୂଜା ଅନୁଷ୍ଠିତ ହେବ। ତେବେ ଗତ ୧୭ ତାରିଖ ନବରାତ୍ରଠାରୁ ପୀଠରେ ମା’ ବିଭିନ୍ନ ବେଶରେ ପୂଜା ପାଉଛନ୍ତି। ପ୍ରଥମ ଦିନରେ ତାରା ବେଶ, ଦ୍ୱିତୀୟ ଦିନରେ ବଗଳାମୁଖୀ, ତୃତୀୟ ଦିନରେ ଷୋଡଶୀ ବେଶ, ଚତୁର୍ଥ ଦିନରେ ଭୈରବୀ ଏବଂ ୫ମ ଦିନରେ ଦେବୀ ମାତଙ୍ଗୀ, ଷଷ୍ଠୀରେ ଧୂମାବତୀ ବେଶରେ ଦେବୀ ପୂଜା ପାଇଛନ୍ତି। ସପ୍ତମୀରେ ଭୁବନେଶ୍ୱରୀ, ଅଷ୍ଟମୀରେ ଛିନ୍ନମସ୍ତ, ନବମୀରେ କାତ୍ୟାୟନୀ ଏବଂ ଦଶମୀରେ ମହିଷମର୍ଦ୍ଦିନୀ ବେଶରେ ପୂଜା ପାଇବେ। ନବମୀ ତିଥିରେ ଭଲେଲେଶ୍ବର ମନ୍ଦିରରୁ କନକ ଦୁର୍ଗାଙ୍କୁ ମନ୍ଦିରକୁ ଅଣାଯିବା ପରେ ପୀଠରେ ଦୁର୍ଗାମାଧବ ଓ କନକ ଦୁର୍ଗାଙ୍କ ମିଳନ ହୋଇଥାଏ। ଏଥିସହ ଦଶମୀରେ ଦଶହରା ପଡିଆରେ ପାଇକଖେଳ ଜମିଥାଏ। କିନ୍ତୁ କରୋନା ଯୋଗୁ ଚଳିତ ବର୍ଷ ମହାମିଳନ ନିରାଡମ୍ବର କରାଯିବ। ସମସ୍ତ ପୂଜା ବିଧି ୭ ଜଣଙ୍କ ଉପସ୍ଥିତିରେ ପାଳନ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି।
ମନରେ ଉତ୍ସାହ ନାହିଁ
ଦଶହରାରେ ଉତ୍ସବମୁଖର ହୋଇଉଠେ ପୀଠ। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପୂଜା ସହ ମା’ଙ୍କ ଦର୍ଶନ କରନ୍ତି। କିନ୍ତୁ ଚଳିତ ବର୍ଷ କରୋନା ଯୋଗୁ ପୂଜା ଫିକା ପଡିବ। ଜନସମାଗମ ମଧ୍ୟ ସେପରି ହେବାର ନାହିଁ। ସେଥିପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ନାହିଁ।
-ଅକ୍ଷୟ କୁମାର ମହାପାତ୍ର, ପୂଜକ
ଅନିଶ୍ଚିତତାରେ ପାଇକଖେଳ
ଚଳିତ ଥର ପାଇକଖେଳ ଅନିଶ୍ଚିତତା ଭିତରେ ରହିଛି। ବିଭିନ୍ନ ଅଞ୍ଚଳରୁ ପାଇକ ଖେଳାଳିମାନେ ଆସି ଦଶହରା ପଡିଆରେ ଖେଳ କସରତ କରନ୍ତି। ହେଲେ କରୋନା ଯୋଗୁ ଏହି ପରମ୍ପରା ବନ୍ଦ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି।
-ଶ୍ରୀକାନ୍ତ ଦାସ, ଗ୍ରାମବାସୀ

କଟକଣା
ମାନିବାକୁ ପଡ଼ିବ
କରୋନା ଯୋଗୁ ଚଳିତବର୍ଷ ପୂଜାର ଚମକ କମିଛି। ସବୁବର୍ଷ ମିଳିମିଶି ଆନନ୍ଦରେ ପାଳନ କରାଯାଉଥିବା ପୂଜା ଏଥର ନିରାଡମ୍ବର ହେବ। ତଥାପି ସରକାର ଲଗାଇଥିବା କଟକଣା ସମସ୍ତଙ୍କୁ ମାନିବାକୁ ପଡ଼ିବ।
-ସଞ୍ଜୟ ବିଶୋଇ ସିଂ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri