Posted inଜାତୀୟ

ଶହୀଦ ଭଗତ ସିଂଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୨୩।୩: ଶହୀଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ବିପ୍ଳବୀ ଭାଗବତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ ଏହି ମହାନ ପୁତ୍ରମାନଙ୍କ ବଳିଦାନ ଦେଶର ପ୍ରତ୍ୟେକ ପିଢ଼ି ପାଇଁ ଉତ୍ସାହ ହେବ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ସ୍ବାଧୀନତା ସଂଗ୍ରାମୀ ଡା. ରାମ ମନୋହର ଲୋହିଆଙ୍କୁ ମଧ୍ୟ ସ୍ମରଣ କରିଥିଲେ। ତାଙ୍କର ଅବଦାନ ଦେଶର ଲୋକଙ୍କୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ଟୁଇଟ୍‌ ଯୋଗେ ଲେଖିଛନ୍ତି, ଶହୀଦ ଦିବସରେ ସ୍ବାଧୀନତାର ବିପ୍ଳବୀ, ଅମର ସହିଦ ବୀର ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କୁ ନମସ୍କାର। ମା ଭାରତୀଙ୍କ ଏହି ମହାନ ପୁତ୍ରମାନଙ୍କ ବଳିଦାନ ଦେଶର ପ୍ରତ୍ୟେକ ପିଢି ପାଇଁ ପ୍ରେରଣା ହୋଇ ରହିବ। ଜୟ ହିନ୍ଦ! ସୂଚନାଯୋଗ୍ୟ, ମାର୍ଚ୍ଚ ୨୩କୁ ସାରା ଦେଶରେ ଶହୀଦ ଦିବସ ଭାବରେ ପାଳନ କରାଯାଏ। ୧୯୨୮ ମସିହାରେ ଏହି ଦିନ ବ୍ରିଟିଶ ସରକାର ଭଗତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଜୟ ଜୟ ମହାରାଷ୍ଟ୍ର ମାଝା’ ହେଲା ରାଜ୍ୟ ସଙ୍ଗୀତ: ଶିନ୍ଦେଙ୍କ କ୍ୟାବିନେଟ ନିଷ୍ପତ୍ତି…

ମୁମ୍ବାଇ,୩୧।୧ : ମହାରାଷ୍ଟ୍ର ସରକାର ମଙ୍ଗଳବାର ‘ଜୟ ଜୟ ମହାରାଷ୍ଟ୍ର ମାଝା’କୁ ରାଜ୍ୟ ସଙ୍ଗୀତ ଭାବରେ ସ୍ବୀକୃତି ଦେଇଛନ୍ତି। ଏହି ଗୀତଟି ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା...

କୋହଲିଙ୍କ ସମର୍ଥନରେ ଏମିତି ଲେଖିଲେ ରାହୁଲ

ନୂଆଦିଲ୍ଲୀ,୨।୧୧: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ମଙ୍ଗଳବାର ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସମର୍ଥନରେ ଟୁଇଟ୍‌ କରିଛନ୍ତି। ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଠାରୁ...

କରୋନା ନେଲାଣି ୪୫ ପୋଲିସଙ୍କ ଜୀବନ

ମୁମ୍ବାଇ,୧୮।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ରହିଛି। ମହାରାଷ୍ଟ୍ରରେ ଏବେ ସୁଦ୍ଧା ୪୫ ଜଣ...

ପୁଣି ମହଙ୍ଗା ମାଡ: ବଢିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧୮।୮: ପୁଣି ରୋଷେଇ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରିଛନ୍ତି। ଜୁଲାଇ ମାସରେ...

୨ ଝିଅଙ୍କ ଆଗରେ ଖବରଦାତାଙ୍କୁ ଗୁଳି

ଗାଜିଆବାଦ,୨୨ା୭: ଉତ୍ତରପ୍ରଦେଶର ଗାଜିଆବାଦରେ ଦୁର୍ବୃତ୍ତମାନେ ଜଣେ ଖବରଦାତାଙ୍କୁ ତାଙ୍କ ଦୁଇ ଝିଅଙ୍କ ସାମ୍ନାରେ ଗୁଳି କରିଛନ୍ତି। ଏନେଇ ପୋଲିସ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖବରଦାତା...

ବେଙ୍ଗାଲୁରୁରେ ଦ୍ୱିତୀୟ ବନ୍ୟା: ବୁଡ଼ିଲା ଆପାର୍ଟମେଣ୍ଟ, ଉଦ୍ଧାର କାର୍ଯ୍ୟ ଜାରି

ବେଙ୍ଗାଲୁରୁ,୫।୯: ରବିବାର ରାତିସାରା ପ୍ରବଳ ବର୍ଷା ଫଳରେ ବେଙ୍ଗାଲୁରୁର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ରାସ୍ତା ଜଳମଗ୍ନ ହୋଇ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ...

ସିଦ୍ଧୁଙ୍କ ଶକ୍ତି ପ୍ରଦର୍ଶନ: ୬୨ ବିଧାୟକ ଅମୃତସରରେ ପହଞ୍ଚିଲେ

ଚଣ୍ଡିଗଡ,୨୧।୭।ପଞ୍ଜାବ କଂଗ୍ରେସର ସଙ୍କଟ ମଧ୍ୟରେ ଦଳର ନବନିଯୁକ୍ତ ସଭାପତି ନବଜୋତ ସିଂ ସିଦ୍ଧୁ ବୁଧବାର ଅମୃତସରରେ ପ୍ରଥମ ବୈଠକ ଡାକିଥିଲେ। ଏହାପୂର୍ବରୁ ସିଦ୍ଧୁ କଂଗ୍ରେସ ମନ୍ତ୍ରୀ,...

ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ପାଇଁ ଶପଥ ନେବା

ନୂଆଦିଲ୍ଲୀ,୩୦ା୯(ପି.ଟି.): ସ୍ବଚ୍ଛ ଭାରତ ଅଭିଯାନ, ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତରେ ପ୍ଲଗିଙ୍ଗ୍‌ ଅଭିଯାନ ଆରମ୍ଭ କରିବା ଲାଗି ତାଙ୍କର...

Advertisement
Archives

Model This Week