୨୮ରେ ନିମାପଡ଼ା ଆସିବେ ଶାହା

ନିମାପଡ଼ା,୨୭ା୫(ବିଚିତ୍ରାନନ୍ଦ ସାହୁ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୮ ତାରିଖରେ ନିମାପଡ଼ା ଗସ୍ତରେ ଆସୁଛନ୍ତି। ଭାଜପା ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସାଧାରଣ ସଭାରେ ମନ୍ତ୍ରୀ ଶାହା ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ଭାଜପା ନେତୃବୃନ୍ଦମାନଙ୍କ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ ଜିଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମର ସଫଳତା, ତ୍ୱରାନ୍ବିତ ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଏକ ବୈଠକ ପଞ୍ଚାୟତ ସମିତି ସଭାଗୃହରେ ରବିବାର ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଅତିରିକ୍ତ ଜିଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସ୍‌ପି ଦେବବ୍ରତ ଚକ୍ର, ପୋଲିସ ଏସ୍‌ଡିପିଓ ପ୍ରଭାତ ମଲ୍ଲିକ, ଆଇଆଇସି ବାମଦେବ ସ୍ବାଇଁ, ବିଡିଓ ଭୁବନାନନ୍ଦ ପଟ୍ଟନାୟକ, ତହସିଲଦାର ବସନ୍ତ ହାତୀ, ଅଗ୍ନିସେବା ସଂସ୍ଥା, ପୂର୍ତ୍ତ ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଭାରତ ସରକାରଙ୍କ ପୋଲିସ ବିଭାଗର ପଦସ୍ଥ କେନ୍ଦ୍ରୀୟ ସୁରକ୍ଷା ଅଧିକାରୀମାନେ ଯୋଗଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସୁରକ୍ଷା ଅଧିକାରୀ, ଜିଲା ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ୨ଟି ହେଲିପ୍ୟାଡ ସ୍ଥଳ, କାରକେଡ୍‌ ପଥ, ସଭାସ୍ଥଳ, ହେଲିପ୍ୟାଡ୍‌ରୁ ସଭାସ୍ଥଳକୁ ଯାତାୟାତ ପଥ ଆଦି ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ଯାନବାହନ ପାର୍କିଂ, ଟ୍ରାଫିକ ନିୟନ୍ତ୍ରଣ ଦିଗରେ ପୋଲିସ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ। ମନ୍ତ୍ରୀଙ୍କ କଡ଼ା ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର କେନ୍ଦ୍ରୀୟ ସୁରକ୍ଷା ଅଧିକାରୀ, କମାଣ୍ଡାଣ୍ଟ, ସିକ୍ୟୁରିଟି ଉଇଙ୍ଗ୍‌ସ ବିଭାଗର ପ୍ରାୟ ୧୫ ଜଣିଆ ସେଣ୍ଟ୍ରାଲ ପୋଲିସ ଟିମ୍‌ ସ୍ବତନ୍ତ୍ର ଭାବେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର ତଦାରଖ କରିଥିଲେ। ଏହି ସମାରୋହରେ ଭାଜପାର ବହୁ ରାଜ୍ୟସ୍ତରୀୟ ବରିଷ୍ଠ ନେତା ଯୋଗଦେବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

International Yoga Day: ୩୫୦୦୦ ଲୋକଙ୍କ ସହ ଯୋଗ କଲେ ମୋଦି, କୋଲକାତାରେ ଭବ୍ୟ ଆୟୋଜନ

କୋଲକାତା,୨୧।୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ରେଡ ରୋଡରେ ଆୟୋଜିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ…

ଜୁନ୍‌ ସରିବାକୁ ବସିଲା, ହେଉନି ବର୍ଷା: ଚାଷ କାମରେ ବାଧା

ଅମରପଲି,୨୧ା୬(ପୀତାମ୍ବର ସାହୁ): ସାଧାରଣତଃ ଜୁନ୍‌ ମାସର ପ୍ରଥମ ସପ୍ତାହରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଏ। ଏହାସହ ଚାଷୀମାନେ ଜମି ହଳ କରି ଧାନ ବୁଣା ଓ ତଳି…

ରକ୍ଷକ ପାଲଟିବେ ଲୁଟେରା! ପ୍ରଥମେ କହିଥିଲେ ହର୍ମୁଜ ପ୍ରଣାଳୀ ମୁକ୍ତ ରହିବ, ଏବେ ଟ୍ରମ୍ପ କହୁଛନ୍ତି…

ଓ୍ବାଶିଂଟନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଚାଲିଛି, କିନ୍ତୁ ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ପଦକ୍ଷେପ…

ମନ୍ଥର ଗତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ଲୋଇସିଂହା,୨୧।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତ ସାନଟିକା ଗ୍ରାମର ଏମଆଇପି କଟାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଜୁନ୧୫ ତାରିଖ ଗଡି…

କଟ୍‌ନି ନାଁରେ ଚାଷୀଙ୍କୁ ଶୋଷଣ କରୁଛନ୍ତି ମିଲର

ଭବାନୀପାଟଣା,୨୧ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଇତିମଧ୍ୟରେ ମାସେ ବିତିଯାଇଛି। ଆସନ୍ତା ୩୦ରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ଆଜି, ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ,୨୧।୬(ପି.ଟି.): ରବିବାର ଅନୁଷ୍ଠିତ ହେବାକୁ ଥିବା ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି-ୟୁଜି)କୁ ନିର୍ବିଘ୍ନ, ସୁରକ୍ଷିତ ଓ ସ୍ବଚ୍ଛ ଭାବେ ସମ୍ପାଦନ କରିବା ପାଇଁ ଶନିବାର ଦେଶବ୍ୟାପୀ…

ଧର୍ମେନ୍ଦ୍ର ଇସ୍ତଫା ନ ଦେବା ଯାଏ ଯନ୍ତରମନ୍ତର ଛାଡ଼ିବୁନୁ: ଦୀପ୍‌କେ

ନୂଆଦିଲ୍ଲୀ,୨୧।୬(ପି.ଟି.): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ଯାଏ ନୂଆଦିଲ୍ଲୀର ଯନ୍ତରମନ୍ତର ଛାଡ଼ିବେ ନାହିଁ ବୋଲି କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ…

୧ରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ୨୪ରେ ୧ ଘଣ୍ଟିଆ ଓପିଡି ସେବା ବନ୍ଦ

ଭୁବନେଶ୍ୱର, ୨୧ା୬ (ବନ୍ଦନା ସେଠୀ): ଅନ୍ତର୍ଜାତୀୟ ଡାକ୍ତର ଦିବସ ଅବସରରେ ଜୁଲାଇ ୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆହ୍ବାନ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri