ଶାହାରୁଖଙ୍କଠାରୁ ସୁସ୍ମିତାଙ୍କ ପର୍ଯ୍ୟନ୍ତ ଆର୍ଜେଣ୍ଟିନାର ବିଜୟକୁ ନେଇ ପାଳିଲେ ଉତ୍ସବ

ମୁମ୍ବାଇ: କତରର ଲୁସୈଲ ଷ୍ଟାଡିୟମରେ ରବିବାର ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳା ଯାଇଥିବା ଫିଫା ବିଶ୍ୱକପ ଫାଇନାଲରେ ଲିଓନେଲ ମେଶିଙ୍କ ଟିମ ବାଜି ମାରିଛି । ଆର୍ଜେଣ୍ଟିନାର ଏହି ବିଜୟକୁ ନେଇ ଭାରତରେ ବି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ୩୬ ବର୍ଷର ଲମ୍ବା ଅପେକ୍ଷା ପରେ ଆର୍ଜେଣ୍ଟିନା ଫୁଟବଲ ବିଶ୍ୱକପ ଚାମ୍ପିୟାନ ହୋଇଛି । ଆର୍ଜେଣ୍ଟିନାର ଏହି ବିଜୟରେ ବଲିଉଡର ବହୁ ସେଲିବ୍ରିଟି ଉତ୍ସବ ମନାଇଛନ୍ତି ।
ଫିଫା ୱାର୍ଲଡ କପ ଫାଇନାଲ ୨୦୨୨ ଜିତିବା ପରେ ସୋସିଆଲ ମିଡିଆରେ ଆର୍ଜେଣ୍ଟିନାକୁ ଖୁବ୍ ପ୍ରଶଂସା କରାଯାଉଛି । ଏହାରି ଭିତରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଆର୍ଜେଣ୍ଟିନାର ବିଜୟକୁ ନେଇ ଏକ ସ୍ପେଶାଲ ପୋଷ୍ଟ ଶେୟାର କରିଛନ୍ତି । କିଙ୍ଗ ଖାନ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ କରି ଲେଖିଛନ୍ତି, ଆମେ ସର୍ବଶ୍ରେଷ୍ଠ ବିଶ୍ୱକପ ଫାଇନାଲ ବଞ୍ଚିଛୁ । ମୋର ମନେଅଛି ଏକ ଛୋଟ ଟେଲିଭିଜନରେ ମୋ ମାଆ ସହିତ ଏକ ଫାଇନାଲ ଦେଖିବା ।
ଏବେ ସେହି ଏକ୍ସାଇଟମେଣ୍ଟ ମୋ ପିଲାମାନଙ୍କ ସହ । ଟ୍ୟାଲେଣ୍ଟ, ମେହନତ ଓ ସ୍ୱପ୍ନ ଉପରେ ବିଶ୍ୱାସ ଦେଇଥିବା ମେସି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଶାହାରୁଖଙ୍କ ପରେ ଅଭିନେତା ରଣବୀର ସିଂ ମଧ୍ୟ ଆର୍ଜେଣ୍ଟିନାର ବିଜୟକୁ ନେଇ ଲେଖିଛନ୍ତି, ମୁଁ ଏବେ କ’ଣ ଦେଖିଲି, ଏକ ଯାଦୁ, ଐତିହାସିକ ମୁହୂର୍ତ୍ତ ଓ ସ୍ମରଣୀୟ ମୁହୂର୍ତ୍ତ । ଅଭିନେତ୍ରୀ ସୁସ୍ମିତା ସେନ ମଧ୍ୟ ଲେଖିଛନ୍ତି, କେତେ ସୁନ୍ଦର ବିଶ୍ୱକପ ଫାଇନାଲ, ଅନେକ ଅଭିନନ୍ଦନ ଆର୍ଜେଣ୍ଟିନା, ମେସି ଆପଣଙ୍କ ପାଇଁ ଆମେ ଗର୍ବିତ ।

ଏହାସହ ଅନୁପମ ଖେର, ସୋନୁ ସୁଦ, କାର୍ତ୍ତିକ ଆର୍ଯ୍ୟନ ଆଦି କଳାକାର ଆର୍ଜେଣ୍ଟିନାକୁ ଶୁଭେଚ୍ଛା ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri